thumbnail

ପ୍ରଧାନମନ୍ତ୍ରୀଙ୍କ ମାଗଣା ଖାଦ୍ୟ ଯୋଗାଣ ଘୋଷଣାକୁ କାର୍ଯ୍ୟକାରୀ କରାଯାଉ: ସମୀର ମହାନ୍ତି

By

Published : Jul 2, 2020, 10:14 PM IST

ଭୁବନେଶ୍ବର: ରାଜ୍ୟରେ କୋଭିଡ ମହାମାରୀ ପାଇଁ ଜୁଲାଇ 1ରୁ ଅନଲକ-2.0 ଆରମ୍ଭ ହୋଇଯାଇଛି । ଗତ ଜୁନ 30ରେ ଏନେଇ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ଏହି କ୍ରମରେ ଗତ ଗୁରୁବାର ଦିନ ଭୁବନେଶ୍ବର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ । ଏହି ସମ୍ମିଳନୀରେ ସେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପାଇଁ ଘୋଷଣା କରିଥିବା ମାଗଣା ଖାଦ୍ୟ ଶସ୍ୟ ଯୋଗାଣ ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶାର ଗରିବ ଜନସାଧାରଣଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ମାଗଣା ଖାଦ୍ୟ ଶସ୍ୟ ଯୋଗାଣ ସଞ୍ଜୀବନି ସଦୃଶ । ଏଥିରେ ସମଗ୍ର ଦେଶର ୮୦ କୋଟି ଲୋକ ଲାଭବାନ ହେବେ ଏବଂ ଏଥିରେ ୯୦ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ରାଜ୍ୟରେ ଥିବା ସମସ୍ତ ରାସନ କାର୍ଡଧାରୀ ଏଥିରେ ଉପକୃତ ହେବେ । ଯେଉଁମାନଙ୍କ ରାସନକାର୍ଡ ନାହିଁ ସେମାନଙ୍କୁ ମଧ୍ୟ ରାସନ ଯୋଗାଇ ଦେବା ପାଇଁ ରାଜ୍ୟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.