ସୋମବାରଠୁ ଦୂରଦର୍ଶନ ମାଧ୍ୟମରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ - ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8692355-thumbnail-3x2-sameerdas.jpg)
ଭୁବନେଶ୍ବର: ସେପ୍ଟେମ୍ବର 7 ତାରିଖରୁ ଆରମ୍ଭ ହେବ +2 ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା । ଛାତ୍ରଛାତ୍ରୀ ଦୂରଦର୍ଶନ ମାଧ୍ୟମରେ ଦୈନିକ ଏକ ଘଣ୍ଚା ପାଠ ପଢିବେ । କୋରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ସୋମବାର ଠାରୁ ଆରମ୍ଭ କରି ଶୁକ୍ରବାର ପର୍ଯ୍ୟନ୍ତ ଦିନ ସକାଳ 10ଟାରୁ 11ଟା ସମୟ ପର୍ଯ୍ୟନ୍ତ ଏହି ପାଠପଢା ଚାଲିବ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି ।