ETV Bharat / bharat

କଂଗ୍ରେସ ସହ ହାତ ମିଳାଇଥିଲେ ସରକାର ଗଢିଥାନ୍ତା ଆପ୍‌, ଜାଣନ୍ତୁ କେମିତି ? - DELHI ELECTIONS 2025

15 ଆସନରେ ବିଗିଡିଗଲା ଆପର ଖେଳ । କଂଗ୍ରେସ ସହ ମେଣ୍ଟ କରିଥିଲେ ଦିଲ୍ଲୀରେ ଆପ ସରକାର ଗଢିଥାନ୍ତା ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

DELHI ELECTIONS 2025
DELHI ELECTIONS 2025 (ETV Bharat)
author img

By ETV Bharat Odisha Team

Published : Feb 10, 2025, 6:44 PM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ କବ୍ଜା କରିବା ପରେ ବିଜେପିର ଉତ୍ସବର ମାହୋଲ । କ୍ଷମତାରୁ ହଟିବା ପରେ ସମୀକ୍ଷା କରୁଛି କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି । ଏଥର ବି ଦିଲ୍ଲୀରେ ନିରାଶ ହୋଇଛି କଂଗ୍ରେସ । ଖାତା ଖୋଲିବାରେ ଅସମର୍ଥ ରହିଛି । କୁହାଯାଉଛି 15ଟି ଆସନ ଆପର ଖେଳକୁ ବିଗାଡି ଦେଇଛି । ରାଜନୀତି ସମୀକ୍ଷକ ମାନେ କହିଛନ୍ତି କଂଗ୍ରେସ ସହ ମେଣ୍ଟ ହୋଇଥିଲେ ପୁଣି କ୍ଷମତାକୁ ଫେରିଥାନ୍ତା କେଜ୍ରିୱାଲଙ୍କ ‘ଝାଡୁ’ । ବୁଝନ୍ତୁ ରାଜନୀତିର ସଂଖ୍ୟା ଗଣିତ ।

ଆପ୍‌ର ଖେଳ ବିଗାଡିଲା 15 ଆସନ:

ନିର୍ବାଚନ ତଥ୍ୟ ଅନୁସାରେ, ଯେଉଁ 15ଟି ସିଟରେ ଆପ ହାରିଛି । ଆମ ଆଦମୀ ପାର୍ଟିକୁ ମିଳିଥିବା ଭୋଟ ମାର୍ଜିନ ଯଦି ଦେଖାଯାଏ ସେଠାରେ କଂଗ୍ରେସ ଖାତାକୁ ଯାଇଛି ଅଧିକ ଭୋଟ । ରାଜନୀତି ସମୀକ୍ଷକ ମାନେ କହିଛନ୍ତି କି, ଏସବୁ ଆସନରେ ଯଦି କଂଗ୍ରେସ ସହ ହାତ ମିଳାଇ ଆପ ଯଦି ନିର୍ବାଚନ ମଇଦାନକୁ ଓହ୍ଲାଇଥାନ୍ତା । ଏସବୁ ଆସନରେ ସହଜ ବିଜୟ ମିଳିପାରିଥାନ୍ତା । ଏଥର ନିର୍ବାଚନରେ ଆମ ଆଦମୀ ପାର୍ଟି ଖାତାକୁ 22 ସିଟ ଆସିଛି । କଂଗ୍ରେସ ସହ ମେଣ୍ଟ କରି ପ୍ରାର୍ଥୀ ଦେଇଥିଲେ ସେହି 15ଟି ସିଟ୍‌ ବି ଆମ ଆଦମୀ ପାର୍ଟି ଜିତିଥାନ୍ତା ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

DELHI ELECTIONS 2025
DELHI ELECTIONS 2025 (ETV Bharat)

ମେଣ୍ଟ ହୋଇଥିଲେ ବଦଳିଥାନ୍ତା କି ଫଳାଫଳ ?

ଭୋଟ ମାର୍ଜିନ ହାର ଉପରେ ଯଦି ନଜର ପକାଇବା ଦିଲ୍ଲୀରେ ଏପରି ଅନେକ ସିଟ୍‌ ଅଛି । ଯେଉଁଠି ପ୍ରାର୍ଥୀ କମ ଭୋଟ ବ୍ୟବଧାନରେ ପରାଜୟର ସ୍ବାଦ ଚାଖିଛନ୍ତି । ଯେଉଁଥିରେ ସାମିଲ ଅଛି ଆପର ପୂର୍ବତନ ମନ୍ତ୍ରୀ ମନିଷ ସିସୋଦିଆଙ୍କ ନାଁ । ଯିଏ କି ମାତ୍ର 675 ଭୋଟରେ ହାରିଛନ୍ତି । ଯଦି କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢିଥାନ୍ତେ ତେବେ ହୁଏତ ଆଜି ନିର୍ବାଚନ ଫଳାଫଳ ଅଲଗା କିଛି ଦେଖିବାକୁ ମିଳିଥାନ୍ତା ।

କମ୍‌ ବ୍ୟବଧାନରେ ଜିତିଲା ବିଜେପି:

ଦିଲ୍ଲୀର ତିମାରପୁର ଆସନରେ ବିଜେପି ପ୍ରାର୍ଥୀ 1168 ଭୋଟ ମାର୍ଜିନରେ ଜିତିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀଙ୍କୁ 8361 ଖଣ୍ଡ ଭୋଟ ମିଳିଛି । ବାଦଲି ଆସନରେ ବିଜେପି ପ୍ରାର୍ଥୀ 15163 ଭୋଟରେ ଜିତିଥିବା ବେଳେ କଂଗ୍ରେସକୁ ମିଳିଛି 41071 ଭୋଟ । ନାଙ୍ଗଲୋଇ ଜାଟରୁ ବିଜେପି ପ୍ରାର୍ଥୀ 26251 ଭୋଟରେ ଜିତିଛନ୍ତି । ସେଠାରେ କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି 32028 ଭୋଟ । ସେହିପରି ଜଙ୍ଗପୁରା, ତ୍ରିଲୋକପୁରୀ, ସଙ୍ଗମ ବିହାର, ରାଜେନ୍ଦ୍ର ନଗର ଓ ମହରୌଲି ଆସନରେ ବିଜେପି ପ୍ରାର୍ଥୀଙ୍କୁ ଯଥାକ୍ରମେ, 675, 392, 344, 1231, 1782 ଭୋଟରେ ଜିତିଛନ୍ତି । କମ ମାର୍ଜିନରେ ସହଜରେ ଜିତିଛନ୍ତି ବିଜେପି ପ୍ରାର୍ଥୀ ।

ଏହା ମଧ୍ୟ ପଢନ୍ତୁ:

ଦିଲ୍ଲୀ ଦଖଲ କଲା ବିଜେପି: ବିରୋଧି ଆସନରେ ଆପ, କିଏ ହେବ ମୁଖ୍ୟମନ୍ତ୍ରୀ ?

ଦିଲ୍ଲୀରେ କାହିଁକି କାମ ଦେଲାନି କେଜ୍ରିୱାଲଙ୍କ କ୍ରେଜ୍ ? ଜାଣନ୍ତୁ ବିଜେପି ବିଜୟର ୧୦ ବଡ଼ କାରଣ

ଦିଲ୍ଲୀ ଜନାଦେଶ: ଆଞ୍ଚଳିକ ଦଳ ପାଇଁ ସତର୍କ ଘଣ୍ଟି କି ?

Opinion: ପଦ୍ମ ଲହରରେ ଚାଲିଲାନି ଝାଡୁ, ଆପ୍‌ ହାତରୁ ଗଲା ଦିଲ୍ଲୀ କ୍ଷମତା ଡୋରି

ବିଜୟ ପରେ ମୋଦିଙ୍କ ସମ୍ବୋଧନ: ‘ଆପଦା’ରୁ ମୁକ୍ତ ଦିଲ୍ଲୀ, କଂଗ୍ରେସ ‘ଶୂନ’ର ଦ୍ୱିତୀୟ ହାଟ୍ରିକ ମାରିଛି

ଦିଲ୍ଲୀରେ ବିଜେପି ବାଜିମାତ : କେଜ୍ରିଓ୍ବାଲ-ସିସୋଦିଆ ଫ୍ଲପ୍, ମୋଦି କହିଲେ 'ଜନଶକ୍ତିର ବିଜୟ'

କଟିଲା ଟିକଟ, ସିଟ୍‌ରେ ହାରିଲା ଆପ୍‌:

ଏଥର ନିର୍ବାଚନରେ ଅନେକ ବିଧାୟକଙ୍କ ଟିକଟ କାଟିଥିଲା ଆମ ଆଦମୀ ପାର୍ଟି । ଯାହାର ପରିମାଣ ମଧ୍ୟ ମିଳିଛି ଦଳକୁ । ଯେଉଁସବୁ ଆସନରୁ ବିଧାୟକଙ୍କ ଟିକଟ କାଟି ନୂଆ ଚେହେରାଙ୍କୁ ଭରସା କରିଥିଲା ଦଳ । ସେସବୁ ଆସନରେ ଆପକୁ ପରାଜୟ ସ୍ବାଦ ଚାଖିବାକୁ ପଡିଛି । ତ୍ରିଲୋକପୁରୀ, ମହରୌଲି, ମଙ୍ଗୋଲପୁରି, ହରିନଗର, ମୁସ୍ତଫାବାଦ, ତିମାରପୁର, ଜଙ୍ଗପୁରା, ପାଲମ, ବିଜବାସନ, ଆଦର୍ଶନଗର, ଉତ୍ତମନଗର, କସ୍ତୁରବା ନଗର, ଜନକପୁରୀ ଓ ମଦିପୁର ଭଳି ସିଟରେ ଆପ ହାରିଥିବା ବେଳେ ଏହି 14ଟି ସିଟରେ ଦଳ ବିଧାୟକଙ୍କୁ ଟିକଟ ନଦେଇ ତାଙ୍କ ବଦଳରେ ନୂଆ ଚେହେରାଙ୍କୁ ମଇଦାନକୁ ଓହ୍ଲାଇଥିଲା ।

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ:

ଏଥର ବିଜେପି ସପକ୍ଷରେ ଯାଇଛି ଦିଲ୍ଲୀ ଜନାଦେଶ । 27 ବର୍ଷ ପରେ ରାଜଧାନୀକୁ ଅକ୍ତିଆର କରିଛି ବିଜେପି । ନିର୍ବାଚନ ଫଳାଫଳ 8ରେ ପ୍ରକାଶ ପାଇଥିବା ବେଳେ 48ଟି ଆସନ ବିଜେପିକୁ ମିଳିଥିବା ବେଳେ 22ଟି ଆସନରେ ବାଜିମାତ କରିଛି ଆପ । ସେହିପରି ଖାତା ଖୋଲିବାରେ ବିଫଳ ହୋଇଛି କଂଗ୍ରେସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.