ନିର୍ବାଚନୀ ପ୍ରଚାରରେ କମ୍ପୁଛି ପିପିଲି-ଡେଲାଙ୍ଗ, ଜାଣନ୍ତୁ କ'ଣ ରହିଛି ଭୋଟରଙ୍କ ମୁଡ୍.... - ନିର୍ବାଚନୀ ପ୍ରଚାରରେ କମ୍ପୁଛି ପିପିଲି-ଡେଲାଙ୍ଗ

🎬 Watch Now: Feature Video

thumbnail

By

Published : Apr 4, 2021, 1:21 PM IST

ପୁରୀ: ପିପିଲି ଉପ ନିର୍ବାଚନ ବିଗୁଲ ବାଜିବା ପରେ ନିର୍ବାଚନ ପ୍ରଚାର ଏବେ ସରଗରମ । ଘରକୁ ଘର ବୁଲି ବିଭିନ୍ନ ଦଳର ପ୍ରାର୍ଥୀ ନିଜ ପାଇଁ ପ୍ରଚାର କରୁଛନ୍ତି । ତେବେ ବିଜେଡିରୁ ଦିବଙ୍ଗତ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ପ୍ରତାପ ମହାରଥୀ ନିର୍ବାଚନ ଲଢୁଥିବା ବେଳେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ଅଜିତ ମଙ୍ଗରାଜ ନିର୍ବାଚନ ଲଢୁଛନ୍ତି। ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟ ଟକ୍କର ହେବ ବୋଲି ପିପିଲି ନିର୍ବାଚନ ମାହୋଲରୁ ଜଣାପଡୁଛି । ବିଜେପି ବିକାଶ ମୁଦ୍ଦାକୁ ମୁଖ୍ୟ ନିର୍ବାଚନ ମୁ୍ଦ୍ଦା କରିଥିବା ବେଳେ କଂଗ୍ରେସ ଦୀର୍ଘ ବର୍ଷ ଶାସକ ଦଳର ଦୁର୍ନୀତି ଓ ଅବହେଳାକୁ ନିର୍ବାଚନର ମୁଖ୍ୟ ମୁଦ୍ଦା କରିଛି । ଏପଟେ କିନ୍ତୁ ବିଜେଡି ନବୀନ ପଟ୍ଟନାୟକ ବିକାଶ କାର୍ଯ୍ୟକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛି। ତେବେ ଏହି ସବୁ ଭିତରେ ପିପିଲି ଭୋଟର ଉପନିର୍ବାଚନରେ କାହାକୁ ପୁଣି ନିର୍ବଚିତ କରିବେ ସେ ନେଇ ଆଲୋଚନା-ପର୍ଯ୍ୟାଲୋଚନା ଚାଲିଛି। ଉପ ନିର୍ବାଚନକୁ ନେଇ ଭୋଟରଙ୍କ ମୁଡ କ'ଣ ରହିଛି ସେ ନେଇ ଇଟିଭି ଭାରତ ପକ୍ଷରୁ ଭୋଟରଙ୍କ ମତାମତ ନିଆଯାଇଛି..

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.