ETV Bharat / state

6 ବର୍ଷରେ ରାଜ୍ୟରେ 8159 ବାଲ୍ୟ ବିବାହ ଓ 328 ଶିଶୁ ଶ୍ରମିକ ଉଦ୍ଧାର; ନବରଙ୍ଗପୁରରେ ସର୍ବାଧିକ ବାଲ୍ୟ ବିବାହ - ODISHA ASSEMBLY BUDGET SESSION 2025

ଗତ 6 ବର୍ଷରେ ରାଜ୍ୟରେ କେତେ ହୋଇଛି ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ଉଦ୍ଧାର । ଚକିତ କଲା ଭଳି ତଥ୍ୟ ବିଧାନସଭାରେ ରଖିଲେ ମନ୍ତ୍ରୀ ।

odisha assembly budget session 2025
odisha assembly budget session 2025 (ETV Bharat Odisha)
author img

By ETV Bharat Odisha Team

Published : Feb 15, 2025, 7:39 PM IST

ଭୁବନେଶ୍ୱର: ରାଜ୍ୟରେ 2019 ମସିହାରୁ ଅଦ୍ୟାବଧି 8159 ଟି ବାଲ୍ୟ ବିବାହ ଘଟଣା ସାମ୍ନାକୁ ଆସିଛି । ସେହିପରି 2019 ମସିହାରୁ ଅଦ୍ୟାବଧି 328 ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ବିଜେଡି ବିଧାୟକ ବଦ୍ରୀ ନାରାୟଣ ପାତ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ।

ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ବିଧାନସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି, "ରାଜ୍ୟରେ 2019 ମସିହାରୁ ଅଦ୍ୟାବଧି 8159 ଟି ବାଲ୍ୟ ବିବାହ ଘଟଣା ସରକାରଙ୍କ ଦୃଷ୍ଟିକୁ ଆସିଛି । ନବରଙ୍ଗପୁରରେ ସର୍ବାଧିକ ଓ ଝାରସୁଗୁଡାରେ ସର୍ବନିମ୍ନ ବାଲ୍ୟ ବିବାହ ଘଟଣା ହୋଇଛି । ଅନୁଗୁଳରେ 271, ବାଲେଶ୍ଵରରେ 361, ବରଗଡ଼ରେ 208, ଭଦ୍ରକରେ 76, ବଲାଙ୍ଗୀରରେ 180, ବୌଦ୍ଧରେ 142, କଟକରେ 154, ଦେଓଗଡ଼ରେ 154, ଢେଙ୍କାନାଳରେ 97, ଗଜପତିରେ 137, ଜଗତସିଂହପୁରରେ 60, ଯାଜପୁରରେ 112, ଝାରସୁଗୁଡାରେ 57, କଳାହାଣ୍ଡିରେ 65, କନ୍ଧମାଳରେ 308, କେନ୍ଦ୍ରାପଡାରେ 92, କେନ୍ଦୁଝରରେ 328, ଖୋର୍ଦ୍ଧାରେ 110, କୋରାପୁଟରେ 636, ମାଲକାନଗିରିରେ 157, ମୟୁରଭଞ୍ଜରେ 594, ନବରଙ୍ଗପୁରରର 1347, ନୟାଗଡରେ 308, ନୂଆପଡାରେ 110, ପୁରୀରେ 163, ରାୟଗଡ଼ାରେ 408, ସମ୍ବଲପୁରରେ 62, ସୋନପୁରରର 243, ସୁନ୍ଦରଗଡରେ 253 ଟି ବାଲ୍ୟ ବିବାହ ହୋଇଛି ।"

ବାଲ୍ୟ ବିବାହକୁ ପ୍ରତିରୋଧ କରିବା ପାଇଁ ବ୍ଲକ ସ୍ତରରେ, ଅଙ୍ଗନବାଡି ସ୍ତରରେ ସଚେତନତା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ପ୍ରତି 3 ମାସରେ ବ୍ଲକ, ଗ୍ରାମ ପଞ୍ଚାୟତ ସ୍ତରରେ ସଚେତନତା ସଭା ହେଉଛି । ପୁଲିସର ସାହାଯ୍ୟ ନିଆଯାଇଛି । ଅକ୍ଷୟ ତୃତୀୟାରେ ବାଲ୍ୟ ବିବାହକୁ ରୋକିବା ପାଇଁ ଜନ ସଚେତନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଓଡିଶାରେ ବାଲ୍ୟ ବିବାହ ନିରୋଧ ଅଧିନିୟମ, 2006 ଲାଗୁ କରାଯାଇଛି । ସେହିପରି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ CDPO, PEO, ଆବାସିକ ହଷ୍ଟେଲରେ ସହାୟକଙ୍କୁ ବାଲ୍ୟ ବିବାହ ନିଷେଧ ଅଧିକାରୀ ଭାବରେ ସୂଚିତ କରାଯାଇଛି । ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗର ସମସ୍ତ ଅଧ୍ୟକ୍ଷ ଓ ପ୍ରଧାନ ଶିକ୍ଷକଙ୍କୁ ବାଲ୍ୟ ବିବାହ ସୂଚନା ଅଧିକାରୀ ଭାବରେ ସୂଚିତ କରାଯାଇଛି । ପ୍ରତି 6 ମାସରେ ଥରେ ବାଲ୍ୟ ବିବାହ ରୋକିବା ପାଇଁ ରାଜ୍ୟସ୍ତରରେ PCMA କମିଟି ବୈଠକ ଅନୁଷ୍ଠାନ କରାଯାଇଛି ।

ଏହା ବି ପଢନ୍ତୁ- କାହିଁକି ଚାଲି ପାରୁନି ଗୃହ ? କାରଣ କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ - ODISHA ASSEMBLY BUDGET SESSION

ସେହିପରି 2019 ମସିହାରୁ ଅଦ୍ୟାବଧି 328 ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । 2019/20 ଅର୍ଥିକ ବର୍ଷରେ 95 ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । 2020/21 ଆର୍ଥିକ ବର୍ଷରେ 4, 2021/22 ଆର୍ଥିକ ବର୍ଷରେ 43, 2022/23 ଆର୍ଥିକ ବର୍ଷରେ 107, 2023/24 ଆର୍ଥିକ ବର୍ଷରେ 44 ଓ 2024/25 ଆର୍ଥିକ ବର୍ଷରେ ଅଦ୍ୟାବଧି 45 ଜଣ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଶିଶୁ ଶ୍ରମିକଙ୍କୁ କର୍ମରେ ନିୟୋଜନ କରିଥିବା ନିୟୋଜନ କର୍ତ୍ତାଙ୍କ ବିରୋଦ୍ଧରେ ଶିଶୁ ଓ କିଶୋର ଶ୍ରମ ଆଇନ 1986 ଅନୁଯାୟୀ 159 ଟି ମକଦ୍ଦମା ଦାୟର କରାଯାଇଛି । ଶିଶୁ ଶ୍ରମ ଉଚ୍ଛେଦ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ବାରା ଅନ୍ୟ 9 ଟି ବିଭାଗ ସମନ୍ଵୟରେ ଏକ ରାଜ୍ୟ ଖସଡା କାର୍ଯ୍ୟକାରୀ କରାଯାଉଛି । ଜିଲ୍ଲାସ୍ତରରେ ଅନ୍ୟ ବିଭାଗର ସହଯୋଗରେ ଶିଶୁ ଶ୍ରମ ନିରୀକ୍ଷଣ ଓ ଉଦ୍ଧାର କାର୍ଯ୍ୟ କରାଯାଇଥାଏ । ଶିଶୁ ଓ କିଶୋର ଶ୍ରମ ଆଇନ 1986କୁ କଠୋର ଭାବରେ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଏବଂ ପୁଲିସ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।

୧୩୪୭ ଟି ଅର୍ଥାତ ସର୍ବାଧିକ ବାଲ୍ୟ ବିବାହ ନବରଙ୍ଗପୁରରେ ହୋଇଛି

ଦ୍ୱିତୀୟରେ ରହିଛି ଗଞ୍ଜାମ ଯେଉଁଠି ୯୬୬ଟି ବାଲ୍ୟ ବିବାହ ହୋଇଛି

ତୃତୀୟରେ ରହିଛି କୋରାପୁଟ ଜିଲ୍ଲା ଯେଉଁଠି ୬୩୬ ବାଲ୍ୟ ବିବାହ

ସେହିପରି ୬ ବର୍ଷ ମଧ୍ୟରେ ୩୨୮ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି

ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ଘଟଣ
ବିଜେଡି ବିଧାୟକ ବଦ୍ରୀ ନାରାୟଣ ପାତ୍ର ଉପମୁଖ୍ୟ ମନ୍ତ୍ରୀଙ୍କୁ ରାଜ୍ୟରେ 2019 ମସିହା ଠାରୁ ଅଦ୍ୟାବଧୂ କେତେଗୋଟି ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ଘଟଣା ସରକାରଙ୍କ ଦୃଷ୍ଟିକୁ ଆସିଛି, ଜିଲ୍ଲାୱାରୀ ଏହାର ତଥ୍ୟ ପ୍ରଦାନ, ଏ ସବୁ ଘଟଣାରେ ସରକାର କି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତଥା ଏ ସବୁର ନିରାକରଣ ପାଇଁ କୌଣସି ଠୋସ୍ ପଦକ୍ଷେପ ନେଇଛନ୍ତି କି ? ବୋଲି ପ୍ରଶ୍ନ କରିଥିଲେ ।

ବିଭଗୀୟ ମନ୍ତ୍ରୀଙ୍କ ଉତ୍ତର-
ରାଜ୍ୟରେ 2019 ମସିହା ଠାରୁ ଅଦ୍ୟାବଧୂ ୮୧୫୯ ଗୋଟି ବାଲ୍ୟ ବିବାହ ଘଟଣା ସରକାରଙ୍କ ଦୃଷ୍ଟିକୁ ଆସିଛି । ସେହିପରି ଶ୍ରମ ଆୟୁକ୍ତକ କାର୍ଯ୍ୟାଳୟର ତଥ୍ୟ ଅନୁଯାୟୀ ୨୦୧୯ ମସିହାଠାରୁ ଅଦ୍ୟାବଧୂ ୩୨୮ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଅଛି । ବାଲ୍ୟ ବିବାହକୁ ପ୍ରତିରୋଧ କରିବା ପାଇଁ ବ୍ଳକ ସ୍ତରରେ, ଅଙ୍ଗନବାଡି ସ୍ତରରେ ସଚେତନ‌ତା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଅଛି । ପ୍ରତି ୩ ମାସରେ ବ୍ଲକ, ଗ୍ରାମ ପଞ୍ଚାୟତ ସ୍ତରରେ ସଚେତନତା ସଭା କରାଯାଉଅଛି ଏବଂ ଏହି ବିଷୟରେ ମଧ୍ୟ ପୋଲିସର ସାହାଯ୍ୟ ନିଆଯାଇଅଛି । ଅକ୍ଷୟ ତୃତୀୟାରେ ବାଲ୍ୟ ବିବାହକୁ ରୋକିବା ପାଇଁ ଜନ ସଚେତନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି। ଓଡିଶାରେ ବାଲ୍ୟ ବିବାହ ନିରୋଧ ଅଧୁନିୟମ, ୨୦୦୬ ଲାଗୁ କରାଯାଇଛି। ପ୍ରତି ୬ ମାସରେ ଥରେ ବାଲ୍ୟ ବିବାହ ରୋକିବା ପାଇଁ ରାଜ୍ୟସ୍ତରରେ PCMA କମିଟି ବୈଠକ ଅନୁଷ୍ଠାନ କରାଯାଇଅଛି।

ଶିଶୁ ଶ୍ରମ ଉଚ୍ଛେଦ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ବାରା ଅନ୍ୟ ୯ ଗୋଟି ବିଭାଗ ସମନ୍ବୟରେ ଏକ ରାଜ୍ୟ ଖସଡା କାର୍ଯ୍ୟକାରୀ କରାଯାଉଅଛି । ଏହା ଅନ୍ତର୍ଗତ, ଜିଲ୍ଲା ସ୍ତରରେ ଅନ୍ୟ ବିଭାଗର ସହଯୋଗରେ ଶିଶୁ ଶ୍ରମ ନିରୀକ୍ଷଣ ଓ ଉଦ୍ଧାର କାର୍ଯ୍ୟ କରାଯାଇଥାଏ । ଶିଶୁ ଓ କିଶୋର ଶ୍ରମ (Child & Adolescent Labour P&R), ଆଇନ, ୧୯୮୬ କୁ କଠୋର ଭାବରେ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଏବଂ ପୁଲିସ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥାଏ । ଏତଦ ବ୍ୟତୀତ, ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଅନ୍ୟ ଅଂଶୀଦାର ମାନଙ୍କ ସ‌ହଯୋଗରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଇଥାଏ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.