ETV Bharat / state

9 ମାସ ପରେ ଦଳକୁ ଫେରିଲେ ସୁର, କାନ୍ଦି କାନ୍ଦି କହିଲେ କଂଗ୍ରେସ ଭବନ ମୋର ମନ୍ଦିର - SURA ROUTRAY RETURNED TO CONGRESS

'ମାଡିଚାଲ', 'ପକାତାଳି' କହି ମିଡିଆ ଗରେ ସବୁ ପ୍ରସଙ୍ଗରେ ବାଇଟ ଦେଉଥିବା କଂଗ୍ରେସ ନେତା 9 ମାସ ପରେ ଦଳକୁ ଫେରି କାନ୍ଦିଲେ ଆଉ ଭାବ ବିହ୍ଵଳ ହେଲେ...

Sura Routray
Sura Routray (ETV Bharat Odisha)
author img

By ETV Bharat Odisha Team

Published : Feb 15, 2025, 7:22 PM IST

ଭୁବନେଶ୍ୱର: ସୁର ରିଟନ୍ସ । ଏଥର ଶୁଭିବ କଂଗ୍ରେସ କମିଂ । ମାଡିଚାଲ । ପକା ତାଳି । ଦୀର୍ଘ 9 ମାସ ପରେ କଂଗ୍ରେସ ଭବନ ଫେରିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଆସୁ ଆସୁ କାନ୍ଦିଲେ ଆଉ ଭାବ ବିହ୍ଵଳ ହେଲେ ସୁର । ଆଜି କଂଗ୍ରେସ ଭବନରେ ସୁର ରାଉତରାୟଙ୍କୁ ଦେଖି ସମସ୍ତେ ଉତ୍ସାହିତ । ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କୁ ନୂଆ ପିସିସି ସଭାପତି ଭାବେ ନିଯୁକ୍ତି ପରେ ସମସ୍ତଙ୍କ ଉପରୁ ନିଲମ୍ବନ, ବହିଷ୍କାର ଉଠିବା ପରେ ଆଜି କଂଗ୍ରେସ ଭବନ ଆସିଛନ୍ତି ବରିଷ୍ଠ ନେତା ସୁରେଶ ରାଉତରାୟ । ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଏବଂ ସମର୍ଥକଙ୍କ ସହ କଂଗ୍ରେସ ଭବନ ଆସିଛନ୍ତି ସୁର। । କଂଗ୍ରେସ ଭବନକୁ ଫେରିବା ପରେ ସୁର ଅଧିକ ଭାବ ବିହ୍ଵଳ ହୋଇଯାଇଛନ୍ତି ।

କଂଗ୍ରେସ ଭବନ ମୋର ମନ୍ଦିର-

ଦଳକୁ ଫେରିବା ପରେ କଂଗ୍ରେସର ବରିଷ୍ଠ ନେତା ସୁର କହିଛନ୍ତି, "କଂଗ୍ରେସ ଭବନ ମୋର ମନ୍ଦିର । ୧୯୬୨ରୁ କଂଗ୍ରେସ ସହିତ ଅଛି। କଂଗ୍ରେସରୁ ଦୂରେଇ ବହୁ କଷ୍ଟ ପାଇଛି । ଆଜି କଂଗ୍ରେସକୁ ଫେରି ବହୁତ ଖୁସି । ଭକ୍ତ ଦାସ ନିଲମ୍ବନ ହଟାଇଥିବାରୁ ଧନ୍ୟବାଦ ।"

9 ମାସର ନିଲମ୍ବନ ପୁଣି ଦଳକୁ ଫେରିଲେ ସୁରେଶ ରାଉତରାୟ

  • କଂଗ୍ରେସ ଭବନରେ ପ୍ରବେଶ ବେଳେ ଭାବ ବିହ୍ବଳ ହେଲେ ସୁରେଶ
  • ଭକ୍ତ ଦାସ ଜଣେ ବଢିଆ ନେତା, ତାଙ୍କ ନେତୃତ୍ବରେ କଂଗ୍ରେସ ଆଗକୁ ଯିବ
  • କଂଗ୍ରେସ ମୋ ପାଇଁ ମନ୍ଦିର, ଦୂରେଇ ଯାଇ କଷ୍ଟ ପାଇଥିଲି କହିଲେ ସୁର
  • କଂଗ୍ରେସ ଭବନରେ ମୁଣ୍ଡିଆ ମାରି ଭିତରକୁ ଆସିଲେ ସୁର
  • ସୁର ରାଉତରାୟଙ୍କ ଉପରୁ ନିଲମ୍ବନ ହଟାଇବା ପରେ ଘର ବାହୁଡ଼ା
  • ଘର ବାହୁଡ଼ା ବେଳେ ସୁରଙ୍କ ସହ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ଉପସ୍ଥିତ
  • କଂଗ୍ରେସ ଅଧ୍ୟକ୍ଷ ଓ ପିସିସି ସଭାପତିଙ୍କୁ ଧନ୍ୟବାଦ ଜଣାଇଲେ

ଆଗକୁ କଂଗ୍ରେସ ସଂଗଠନକୁ ଅଧିକ କ୍ରିୟାଶୀଳ କରାଯିବ-

ସାରା ରାଜ୍ୟ ସାରା ବୁଲି କଂଗ୍ରେସ ପ୍ରତି ଲୋକଙ୍କ ସମର୍ଥନ ଭିକ୍ଷା କରିବୁ । ଭକ୍ତଙ୍କ ନେତୃତ୍ୱ ନେଇ ଆଗକୁ ବଢିବ କଂଗ୍ରେସ । ଦଳ ଭିତରେ ଗୋଷ୍ଠୀ ବିବାଦ ଅଛି ବୋଲି ମାନିଲେ ସୁର । ଏକ ହୋଇ ଲଢ଼ିବ କଂଗ୍ରେସ ବୋଲି କହିଲେ ସୁର ।

ଏହା ବି ପଢନ୍ତୁ- କଂଗ୍ରେସର ନୂଆ ପ୍ରଭାରୀ: ଅଜୟ ଗଲେ ଅଜୟ ଆସିଲେ, ସପ୍ତଗିରିଙ୍କୁ 4 ରାଜ୍ୟର ଦାୟିତ୍ବ - ODISHA CONGRESS IN CHARGE

ତେବେ କଂଗ୍ରେସ ଭବନରେ ପହଂଚି ସୁର ଭୋ ଭୋ ହୋଇ କାନ୍ଦିଥିଲେ । ଦୀର୍ଘ ଦିନ ପରେ କଂଗ୍ରେସ ଭବନକୁ ବାହୁଡିଲେ ସୁର ରାଉତରାୟ । କୋହ ସମ୍ଭାଳିନପାରି ଭୋ ଭୋ ହୋଇ କାନ୍ଦିଲେ । କହିଲେ, "ମୁଁ ଆଜି ବହୁତ ଖୁସି ।"

କଂଗ୍ରେସର ନୂଆ ସଭାପତି-

ଦୀର୍ଘ ଦିନ ପରେ ରାଜ୍ଯ କଂଗ୍ରେସକୁ ମିଳିଛି ନୂଆ ମଙ୍ଗୁଆଳ । ଭେଟେରାନ ନେତା ଭକ୍ତ ଦାସଙ୍କ ମୁଣ୍ଡରେ ପିସିସି ସଭାପତି ଦାୟିତ୍ୱ ଲଦିଛି ଦଳ । ଆଉ ଆସୁ ଆସୁ ଆକ୍ସନରେ ଭକ୍ତ । ଦଳର ସମସ୍ତ କର୍ମୀ ଏବଂ ନେତାଙ୍କ ଉପରୁ ନିଲମ୍ବନାଦେଶ ଉଠାଇବା ସହିତ କଂଗ୍ରେସକୁ ଆଗକୁ ବଢାଇବା ପାଇଁ ଯୋଜନା କଥା ସମସ୍ତଙ୍କ ଆଗରେ ପ୍ରକାଶ କରିଛନ୍ତି ।

6 ବର୍ଷ ପାଇଁ ହୋଇଥିଲେ ବିଦା-

ବରିଷ୍ଠ ନେତା ସୁର ରାଉତରାୟଙ୍କୁ ଝଟକା ମିଳିଥିଲା । ଅତ୍ୟଧିକ ପୁଅ ପ୍ରେମ ପଡ଼ିଥିଲା ମହଙ୍ଗା । ଗତ ଏପ୍ରିଲ ମାସରେ 6 ବର୍ଷ ପାଇଁ ଦଳରୁ ସୁରଙ୍କୁ ବହିଷ୍କାର କରିଥିଲା କଂଗ୍ରେସ । ଏନେଇ ଦଳର ପୂର୍ବତନ ରାଜ୍ୟ ପ୍ରଭାରୀ ଡଃ ଅଜୟ କୁମାର ସୂଚନା ଦେଇଥିଲେ । ତେବେ ସୁର ନିଜ ପୁଅ ତଥା ବିଜେଡିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରୁଥିବା ଅନେକ ସମୟରେ ଭିଡିଓ ଭାଇରାଲ ହୋଇଥିଲା । ଏବେ ବିଶୃଙ୍ଖଳା ଏବଂ ଦଳ-ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ 6 ବର୍ଷ ପାଇଁ ଦଳରୁ ବହିଷ୍କାର କରିଥିଲା କଂଗ୍ରେସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.