Mangala Alati: ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ପ୍ରଭାତରେ କରନ୍ତୁ ଦିବ୍ୟ ଦର୍ଶନ - ମଙ୍ଗଳ ଆଳତୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14191279-thumbnail-3x2-alati.jpg)
ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବଃ ତୁମେ । ଭାବବିନୋଦିଆ ଓ ଭକ୍ତବତ୍ସଳ କାଳିଆ ଠାକୁର। ଜଗାର ଗୋଟିଏ ମାତ୍ର ଝଲକ ପାଇବା ପାଇଁ ଭକ୍ତର ମନ ବ୍ୟଥିତ ହୋଇଯାଏ । ଶ୍ରୀକ୍ଷେତ୍ରକୁ ଡୋରି ନ ଲାଗିଲେ ବାଇଶି ପାହାଚେ ପାଦ ରଖିବା ସମ୍ଭବ ନୁହେଁ । ସେହି କପଟିଆ କାଳିଆ ପାଖରେ ସକାଳୁ ସକାଳୁ ଆରମ୍ଭ ହୋଇଛି ମଙ୍ଗଳଆଳତୀ । ବଢି ଭୋରୁ ପୂଜା ପଣ୍ଡାଙ୍କ ମନ୍ତ୍ର, ହରିବୋଲରେ ପ୍ରକମ୍ପିତ ମନ୍ଦିର ପରିବେଶ । ଧୂପ ଓ ଦୀପରେ ମହକୁଛି ମନ୍ଦିର ବେଢା । ଜଗତବାସୀଙ୍କ କଲ୍ୟାଣ ପାଇଁ ପତିତପାବନଙ୍କ ପାଖରେ ଚାଲିଛି ପୂଜାର୍ଚ୍ଚନା।