ଜଳବନ୍ଦୀ ସାରା ଓଡ଼ିଶା: ଯନ୍ତ୍ରଣାରେ ଜନତା, ଦେଖନ୍ତୁ ବନ୍ୟା ସମ୍ପର୍କିତ SPECIAL REPORT - ଜଳମୟ ସାରା ଓଡିଶା

🎬 Watch Now: Feature Video

thumbnail

By

Published : Sep 17, 2021, 6:56 AM IST

ଭୁବନେଶ୍ବର: ଭୟଙ୍କର ବର୍ଷା, ଅକଥନୀୟ ଦୁର୍ଦ୍ଦଶା । ଉବୁଟୁବୁ ରାଜ୍ୟର ଅଧିକାଂଶ ଜିଲ୍ଲା । ଚାରିଆଡେ ପାଣି, ପାଣି ଆଉ ପାଣି, ଉବୁଟୁବୁ ସାରା ସହର । ଗାଁ ଦାଣ୍ଡରେ ବେକେ ବେକେ ପାଣି, ରାସ୍ତାରେ ପାଣି, ରେଳଷ୍ଟେସନରେ ପାଣି, ବସଷ୍ଟାଣ୍ଡରେ ପାଣି । ବସ୍ତି ଠୁ ନେଇ ଆପାର୍ଟମେଣ୍ଟ, କୋଠା ଘରଠୁ ନେଇ ଝୁମ୍ପୁଡି, ସବୁଆଡେ କେବଳ ପାଣି ହିଁ ପାଣି । ଚାରିଆଡେ ଜଳଜଳ ହୋଇ ଦିଶୁଛି ଦୁର୍ଦ୍ଦଶାର ଚିତ୍ର । କାହାର ଘରେ ଖଟ ବୁଡିଗଲାଣି ତ, ଆଉ କାହାର ଗାଡି ଭାସିଗଲାଣି । କେହି ପାଉନାହାଁନ୍ତି ନିସ୍ତାର, ଗାଁ ଠାରୁ ସହର, ସବୁ ସବୁ ସ୍ଥାନରେ ସମୁଦ୍ରର ଭ୍ରମ, କିଏ ଘର ଛାଡି ପଳାଇଲେଣି ତ ଆଉ କିଏ ଘରୁ ପଦାକୁ ଗୋଡ କାଢି ପାରୁନି । ବାଲେଶ୍ବର, କଟକ, ଜଗତସିଂହପୁର, ପୁରୀ, ଭଦ୍ରକ, କେନ୍ଦ୍ରାପଡା, ବରଗଡ, ସୁବର୍ଣ୍ଣପୁର ସବୁଆଡ ଜଳମଗ୍ନ । ବନ୍ୟା ନେଇ ପ୍ରଶାସନ ମଧ୍ୟ ସଜାଗ ହେଲାଣି । 30 ଓଡ୍ରାଫ୍ ଟିମ୍, 12 ଏନଡିଆରଏଫ୍ ଟିମ୍ ସହ ଅଗ୍ନିଶମ ବାହିନୀ ମୁତୟନ ହୋଇଥିବା SRC ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ଲଗାଣ ବର୍ଷାରେ ୧୨୬ ବ୍ଲକ, ୪୧୩୪ ଗାଁର ୨୧ ଲକ୍ଷରୁ ଊର୍ଦ୍ଧ୍ବ ଲୋକେ ପ୍ରଭାବିତ ହୋଇଛନ୍ତି । ୪୦୦୦ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଛି । ୧୫୦୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ଦେଢ ଲକ୍ଷ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । କେମିତି ରହିଥିଲା ଏ ବିଭୀଷିକାର କରାଳ ଦୃଶ୍ୟ । ଦେଖନ୍ତୁ ETV BHARATର SPECIAL REPORT... ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.