ପୂଜା ପାଉନାହାନ୍ତି ବିଶ୍ଵବିନ୍ଧାଣି, ଖାଁ ଖାଁ ଆଲୁମିନିୟମ ନଗରୀ
🎬 Watch Now: Feature Video
ଅନୁଗୋଳ: ଆଲୁମିନିୟମ ନଗରୀ ଅନୁଗୋଳରେ ପୂଜା ପାଇ ନାହାନ୍ତି ବିଶ୍ବ ବିନ୍ଧାଣି ବିଶ୍ବକର୍ମା । କୋରୋନାର କଟକଣା ପାଇଁ ଭାଙ୍ଗିଛି 30 ବର୍ଷ ପୁରୁଣା ପରମ୍ପରା । କମ୍ପାନୀ ମଧ୍ୟରେ କେବଳ ବିଶ୍ଵକର୍ମାଙ୍କ ଫଟୋ ରଖି ଆରାଧନା କରାଯାଇଛି । ଯେଉଁ ସ୍ଥାନ ଆଲୋକା ମାଳା, ବାଦ୍ୟ ଧ୍ବନି, ନଭଶ୍ଚୁମ୍ବି ତୋରଣ ଝଲସୁ ଥିଲା ସେ ସ୍ଥାନ ଆଜି ଶୂନସାନ । କୋରୋନା କଟକଣା ଯୋଗୁଁ ଏଥର ଆଲୁମିନିୟମ ନଗରୀରେ ପୂଜା ପାଉ ନାହାଁନ୍ତି ବିଶ୍ବ ନିର୍ମାଣର ଦେବତା ବିଶ୍ଵକର୍ମା । କୋରୋନା ମହାମାରୀ କାରଣରୁ ଏଥର ପୂଜାକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ଓଡ଼ିଶାର ଆଲୁମିନିୟମ ନଗରୀ ଭାବେ ପରିଚିତ ଅନୁଗୋଳ ଜିଲ୍ଲାର ନାଲକୋ ନଗରରେ ପ୍ରତିବର୍ଷ ଆୟୋଜିତ ହେଉଥିବା ବିଶ୍ଵକର୍ମା ପୂଜା ଏଥର ହେଉନାହିଁ । ଏଠାକାର ସାଜସଜା ମୂର୍ତ୍ତି ନିର୍ମାଣ ସବୁ ବେଶ ନିଖୁଣ ଓ ଆକର୍ଷଣୀୟ ହୋଇଥାଏ । ସାରା ରାଜ୍ୟରୁ ଏଠାକୁ ବିଶ୍ବକର୍ମା ପୂଜା ଦେଖିବାକୁ ଛୁଟି ଆସନ୍ତ ଅନେକ ଲୋକ । ହେଲେ ଏଥର ଏସବୁ ଆଉ ଦେଖିବାକୁ ମିଳିନି । ଏଥର ସବୁ ବନ୍ଦ ହୋଇଛି, ଖାଁ ଖାଁ ହୋଇଛି ରାସ୍ତାଘାଟ ଓ ପୂଜା ମଣ୍ଡପ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ