କୋରୋନା ପାଇଁ ନୂଆବର୍ଷ କଟକଣା, ସନ୍ଧ୍ୟାରେ ପାର୍କ ଭିଡ
🎬 Watch Now: Feature Video
ଭୁବନେଶ୍ୱର: ନୂଆ ବର୍ଷରେ ଲୋକମାନେ ବିଭିନ୍ନ ପ୍ରକାରର ମନୋରଞ୍ଜନ କରିଥାନ୍ତି । କିଏ ଦିଅଁ ଦର୍ଶନ କରିବା ପାଇଁ ମନ୍ଦିର ଯାଇ ଆଶିଷ ନେଉ ଥିବାବଳେ ଆଉକିଏ ବିଭିନ୍ନ ଦର୍ଶନୀୟ ସ୍ଥାନ, ପାହାଡ଼, ଝରଣା ଓ ସମୁଦ୍ର କୁଳ ଆଦି ବୁଲିବା ପାଇଁ ପସନ୍ଦ କରିଥାନ୍ତି । ତେବେ ଏଥର କିନ୍ତୁ କରୋନା କଟକଣା ଯୋଗୁଁ ରାଜ୍ୟରେ ବିଭିନ୍ନ ମନ୍ଦିରରେ ଦର୍ଶନ ଉପରେ କଟକଣା ଲଗାଯାଇଛି । ଏଥିସହ କ୍ଲବ, ପାର୍ଟି, ପିକନିକ ଓ ବଡ଼ ବଡ଼ ଭୋଜି ଭାତ ଉପରେ ମଧ୍ୟ କଟକଣା ଲାଗିଛି । ଫଳରେ ନୂଆବର୍ଷ ପ୍ରଥମଦିନର ସନ୍ଧ୍ୟାରେ ରାଜଧାନୀର ପାର୍କରେ ଭିଡ଼ ଦେଖିବାକୁ ମିଳିଥିଲା । ପରିବାରବର୍ଗଙ୍କ ସହ ନୂଆବର୍ଷର କିଛି ଖୁସି ମୁହୂର୍ତ୍ତ ମନାଇବା ପାଇଁ ରାଜଧାନୀର ବିଭିନ୍ନ ପାର୍କରେ ଭିଡ ଦେଖିବାକୁ ମିଳିଥିଲା ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ