ବେଙ୍ଗାଲୁରୁ: ଚୀନରୁ ଭାରତକୁ ବ୍ୟାପିଲା 'ହ୍ୟୁମାନ ମେଟାନ୍ୟୁମୋଭାଇରସ'(human metapneumovirus) ବା HMPV । କର୍ଣ୍ଣାଟକ 2 ଓ ଗୁଜୁରାଟରୁ ଜଣେ ଶିଶୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବେଙ୍ଗାଲୁରୁ ଜଣେ ୩ ମାସର ଶିଶୁ କନ୍ୟା ଓ ୮ ମାସର ଶିଶୁପୁତ୍ର ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR) ଚିହ୍ନଟ କରିଛି । ଏହାପରେ ଅହମ୍ମଦାବାଦ ଜଣେ ଜଣେ ଶିଶୁ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନର ସ୍ୱାସ୍ଥ୍ୟ ଦାୟିତ୍ୱରେ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଗୋଟିଏ ଦିନରେ ଭାରତରେ 3 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କର୍ଣ୍ଣାଟକରେ HMPV:
The Indian Council of Medical Research (ICMR) has detected two cases of Human Metapneumovirus (HMPV) in Karnataka. Both cases were identified through routine surveillance for multiple respiratory viral pathogens, as part of ICMR's ongoing efforts to monitor respiratory illnesses… pic.twitter.com/PtKYmgztKb
— ANI (@ANI) January 6, 2025
ରୋଟିନ ସର୍ଭିଲାନ୍ସ ଦ୍ବାରା ଆଇସିଏମଆର HMPV ଭାଇରସ ଚିହ୍ନଟ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ 'ଦୁଇ ଶିଶୁଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।' ପ୍ରଥମେ ଏହି ଭାଇରସ ଚୀନରେ ଚିହ୍ନଟ ହୋଇଥିବା ବେଳେେ ଏବେ ଭାରତରେ ଚିହ୍ନଟ ହୋଇଛି । କର୍ଣ୍ଣାଟକରେ 'ହ୍ୟୁମାନ ମେଟାନ୍ୟୁମୋଭାଇରସ' ଚିହ୍ନଟ ପରେ ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତତ୍ପର ହୋଇଛି । ଆଜି ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବୈଠକ ବସୁଛି ।
ସୁସ୍ଥ ଅଛନ୍ତି ୨ ଶିଶୁ:
#HealthForAll
— Ministry of Health (@MoHFW_INDIA) January 6, 2025
Update on #HMPV
.@ICMRDELHI Detects Two Cases of Human Metapneumovirus (HMPV) in Karnataka through routine surveillance
Surveillance System Robust, No Unusual Surge in ILI or SARI cases in the countryhttps://t.co/uXIgltmOdE
HMPV ମାମଲାଗୁଡ଼ିକର ସବିଶେଷ ତଥ୍ୟ ପ୍ରଦାନ କରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ୩ ମାସର ଶିଶୁକୁ ବ୍ରୋଙ୍କୋନିମୋନିଆ କାରଣରୁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ HMPV ରୋଗରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଥିଲା। ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ, ୮ ମାସର ଏକ ଶିଶୁ ପୁତ୍ର ବ୍ରୋଙ୍କୋନିମୋନିଆ କାରଣରୁ ବାପଟିଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ (ଜାନୁଆରୀ) ୩ ତାରିଖରେ ସେ HMPV ପଜିଟିଭ ଥିବା ରିପୋର୍ଟ ଆସିଥିଲା । ଶିଶୁଟି ବର୍ତ୍ତମାନ ସୁସ୍ଥ ଅଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଅହମ୍ମଦାବାଦରେ ତୃତୀୟ ସଂକ୍ରମଣ:
ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନର ସ୍ୱାସ୍ଥ୍ୟ ଦାୟିତ୍ୱରେ ଥିବା ଡାକ୍ତର ଭବିନ ସୋଲାଙ୍କି କହିଛନ୍ତି, ''ପରୀକ୍ଷା ପରେ ଡିସେମ୍ବର 26ରେ ତୃତୀୟ HMPV ସଂକ୍ରମଣ ନିଶ୍ଚିତ ହୋଇଥିଲା । କିନ୍ତୁ ସେ ଭର୍ତ୍ତି ହୋଇଥିବା ଘରୋଇ ଡାକ୍ତରଖାନା ଆମକୁ ବିଳମ୍ବରେ ଏ ବିଷୟରେ ଅବଗତ କରାଇଥିବାରୁ ଆଜି ଏହା ବିଷୟରେ ଆମେ ଜାଣିଲୁ । ଶିଶୁଟିକୁ ପ୍ରଥମେ ଭେଣ୍ଟିଲେଟରରେ ରଖାଯାଇଥିଲା କିନ୍ତୁ ଏହା ପରେ ସ୍ବାସ୍ଥ୍ଯାବସ୍ଥା ରହିଛି । ରାଜସ୍ଥାନର ଡୁଙ୍ଗରପୁରରୁ ଏହି ଶିଶୁକୁ ଡିସେମ୍ବର 24 ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।''
ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ନାହିଁ: କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ
କର୍ଣ୍ଣାଟକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଦୀନେଶ ଗୁଣ୍ଡୁରାଓ କହିଛନ୍ତି ଯେ, "ଜଣେ ଆଠ ବର୍ଷର ଶିଶୁ ବେଙ୍ଗାଲୁରୁ ଡାକ୍ତରଖାନାରେ HMPVରେ ସଂକ୍ରମିତ ହୋଇଥିବା ଜଣାପଡିଛି । କିନ୍ତୁ ଏହାକୁ ଭାରତର ପ୍ରଥମ ମାମଲା କହିବା ଭୁଲ ଅଟେ । HMPV ଏକ ଭାଇରାସ, ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ଲୋକ ଆକ୍ରାନ୍ତ ହୁଅନ୍ତି । ଏହା କିଛି ନୂଆ କଥା ନୁହେଁ । ଆକ୍ରାନ୍ତ ଶିଶୁର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ । ଶିଶୁର ପିତା, ମାତା କିମ୍ବା କୌଣସି ସ୍ଥାନୀୟ ଲୋକ ମଧ୍ୟ ଚୀନ କିମ୍ବା ମାଲେସିଆ ଯାତ୍ରା କରିନାହାନ୍ତି । ''
ନୂଆ ଭାଇରସ ସଂକ୍ରମଣ ଉପରେ ନଜର:
ଭାରତର ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) କହିଛି ଯେ, ସମଗ୍ର ଦେଶରେ ଶ୍ବାସକ୍ରିୟା ଜନିତ ସମସ୍ୟା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଚୀନ ରିପୋର୍ଟକୁ ଦୃଷ୍ଟିରେ ରଖି ଏଜେନ୍ସି HMPV ସହ ଜଡ଼ିତ ଘଟଣା ଉପରେ ନଜର ରଖିବା ପାଇଁ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ସଂଗଠନ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛି । ଏନସିଡିସିର ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ, ଆମେ ଏହି ଭାଇରସ ଉପରେ ତୀକ୍ଷ୍ଣ ନଜର ରଖିଛୁ ଏବଂ ସେହି ଅନୁଯାୟୀ ସୂଚନା ପ୍ରଦାନ କରିବୁ ।
HMPVକୁ ନେଇ ବିଶେଷଜ୍ଞଙ୍କ ପରାମର୍ଶ:
ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡକ୍ଟର ଅତୁଲ ଗୋଏଲ ଜନସାଧାରଣଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ, " HMPV ଅନ୍ୟ ଶ୍ବାସକ୍ରିୟା ଜନିତ ସମସ୍ୟା ସହିତ ସମାନ, ଯାହା ଥଣ୍ଡା ଭଳି ଲକ୍ଷଣ ଦେଖାଯାଏ । ଏହା ଯୁବ ଏବଂ ବୃଦ୍ଧଙ୍କଠାରେ ଫ୍ଲୁ ଭଳି ଲକ୍ଷଣ ଦେଖା ଦେଇପାରେ । ଯଦି କାଶ କିମ୍ବା ଥଣ୍ଡା ଲକ୍ଷଣ ଅନୁଭବ କରିୁଛନ୍ତି, ତେବେ ଅନ୍ୟମାନଙ୍କଠାରୁ ଦୂରେଇ ରୁହନ୍ତୁ । ଥଣ୍ଡା ଜ୍ବର ହେଲେ ମେଡିସିନ ମଧ୍ୟ ଖାଇ ପାରିବେ । ''
HMPV କ'ଣ ?
କୋରୋନା ଭଳି ଏଚଏମପିଭି (HMPV) ସଂକ୍ରମିତଙ୍କ ଠାରେ ଶ୍ବାସକ୍ରିୟା ଜନିତ ସମସ୍ୟା ଦେଖାଯାଉଛି । ସାମାନ୍ୟ ଥଣ୍ଡା-କାଶ ଲକ୍ଷଣ ସହିତ ଏହା ନିମୋନିଆ, ବ୍ରୋଙ୍କାଇଟିସ୍ ଭଳି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି । ଏହି ଭୂତାଣୁ ବିଶେଷଭାବେ ଛୋଟ ପିଲା, ବୟସ୍କ ଏବଂ ଦୁର୍ବଳ ରୋଗ ପ୍ରତିରୋଧକ କ୍ଷମତା ଥିବା ବ୍ୟକ୍ତିଙ୍କୁ ଅଧିକ ଆକ୍ରାନ୍ତ କରୁଛି ।
HMPV ଭାଇରସର ଲକ୍ଷଣ?
ହ୍ୟୁମାନ ମେଟାନ୍ୟୁମୋଭାଇରସ ସଂକ୍ରମିତଙ୍କ ଲକ୍ଷଣ ହେଉଛି ଥଣ୍ଡା-କାଶ, ଜ୍ବର ଏବଂ ଗଳା ଖସଖସ୍ ହେବା । ଗୁରୁତର ଲକ୍ଷଣ ମଧ୍ୟରେ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା, ବ୍ରୋଙ୍କାଇଟିସ୍ ଏବଂ ନିମୋନିଆ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ HMPV ପାଇଁ କୌଣସି ଭ୍ୟାକ୍ସିନ କିମ୍ବା ଆଣ୍ଟି-ଭାଇରାଲ ଟ୍ରିଟମେଣ୍ଟ ବାହାରି ନାହିଁ ।