ସରିଲା ଝାରସୁଗୁଡ଼ା ଦୁଲଦୁଲି ମହୋତ୍ସବ - DULDULI MAHOTSAV
🎬 Watch Now: Feature Video
Published : Jan 6, 2025, 1:30 PM IST
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଜିଲ୍ଲା ମହୋତ୍ସବ ଦୁଲଦୁଲି-୨୦୨୫ର ଶେଷ ରଜନୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ମହୋତ୍ସବରେ ଯୋଗ ଦେଇଛନ୍ତି । ଝାରସୁଗୁଡ଼ା ଜିଲ୍ଲାର ପ୍ରତିଷ୍ଠା ଦିବସ ଅବସରରେ ୭୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ସରକାରଙ୍କ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ଏବଂ ଅନ୍ୟ ବିଭାଗ ଦ୍ୱାରା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଝାରସୁଗୁଡା ଜିଲ୍ଲାକୁ ପ୍ରମୁଖ ଅର୍ଥନୈତିକ ପେଣ୍ଠସ୍ଥଳି କରିବା ପାଇଁ ପଡିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଜିଲ୍ଲା ମହୋତ୍ସବ ଦୁଲଦୁଲି -୨୦୨୫ ଅବସରରେ ଏକ ମେଗା ରକ୍ତଦାନ ଶିବିର ମଧ୍ୟ ଆୟୋଜନ ହୋଇଛି । ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚପଡ଼ାଠାରେ ଏନଏଲସି ତଲବିରା ସିଏସଆର କାର୍ଯ୍ୟକ୍ରମ ଅଧୀନରେ ଅସହାୟ ବୟସ୍କମାନଙ୍କ ପାଇଁ ଏକ ବୃଦ୍ଧାଶ୍ରମ ଉଦଘାଟିତ ହୋଇଛି । ତେବେ ଅନ୍ୟପଟେ ଶେଷ ସନ୍ଧ୍ୟାରେ ମିରର ଥିଏଟର ପକ୍ଷରୁ ଝାରସୁଗୁଡ଼ାର ବୀରପୁତ୍ର ସ୍ବାଧୀନତା ସଂଗ୍ରାମୀ ସହିଦ କରୁଣାକର ନାଏକଙ୍କ ଇତିହାସ ଉପରେ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା । ଏହା ସହିତ ରାଜ୍ୟ ତଥା ରାଜ୍ୟ ବାହାର ଅନେକ ସାଂସ୍କୃତିକ ନୃତ୍ୟ ପରିବେଷଣ ମଞ୍ଚସ୍ଥ କରାଯାଇଥିଲା ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଝାରସୁଗୁଡ଼ା ଜିଲ୍ଲା ବହୁ ପୁରାତନ ସଭ୍ୟତା ଓ ଭାଷାଭାଷୀର ଜିଲ୍ଲା । ଶିଳ୍ପ ସମୃଦ୍ଧ ଏହି ଜିଲ୍ଲାକୁ ପ୍ରଗତି ପଥରେ ନେବାର ଲକ୍ଷ୍ୟ ରଖି ଆମ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ ଦାୟିତ୍ୱ ନେବାକୁ ହେବ । ବିଶେଷ ଭାବରେ ବ୍ରଜରାଜନଗର ଓ ଲଖନପୁର ବ୍ଲକ ଅଞ୍ଚଳର ଲୋକମାନେ ବାରମ୍ବାର ବିସ୍ଥାପିତ ହେବା ପରେ ମଧ୍ୟ ଜିଲ୍ଲା ଓ ରାଜ୍ୟର ବିକାଶରେ ସହଯୋଗର ହାତ ବଢାଇଛନ୍ତି । ଏହି ଶିଳ୍ପାଞ୍ଚଳ ଜିଲ୍ଲା ପ୍ରମୁଖ ପେଣ୍ଠସ୍ଥଳୀ ହେବ । ଜିଲ୍ଲାରେ ମହିଳା ସଶକ୍ତିକରଣ, ଦଳିତ, ବଞ୍ଚିତ, ପଛୁଆ ବର୍ଗଙ୍କ ବିକାଶକୁ ପ୍ରାଥମିକତା ଦେବାକୁ ହେବ । କୋଲାବିରା, ଲଇକେରା ଭଳି ଅଞ୍ଚଳରେ ଜଳସେଚନକୁ ସୁବ୍ୟବସ୍ଥିତ କରିବା ପାଇଁ ପଡିବ । ଶିଳ୍ପ କାରଖାନା ପ୍ରତିଷ୍ଠା ସହ ଯୁବକମାନଙ୍କ ପାଇଁ ରୋଜଗାରର ପଥ ପ୍ରଶସ୍ତ କରିବାକୁ ହେବ । ଝାରସୁଗୁଡ଼ା ଜିଲ୍ଲାରେ ଶାନ୍ତି ବଜାୟ ରଖିବା ସହ ଭାଇଚାରାକୁ ବଢାଇବା ପାଇଁ ଦାୟିତ୍ୱ ନେବାକୁ ହେବ ।"
ଏହା ମଧ୍ୟ ପଢ଼ନ୍ତୁ...ଧର୍ମଶାଳା ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହା ମଧ୍ୟ ପଢ଼ନ୍ତୁ...ଦୁଲ୍ଦୁଲି ମହୋତ୍ସବରେ ଦୁଲୁକିଲା ଝାରସୁଗୁଡ଼ା, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ |
ଇଟିଭି ଭାରତ, ଝାରସୁଗୁଡ଼ା