ETV Bharat / technology

ଦୁଇ ପ୍ଲାନର Validity ବଢାଇଲା BSNL; ପ୍ରତିଦିନ ₹5ରୁ ହେବ କମ୍‌ ଖର୍ଚ୍ଚ - BSNL AFFORDABLE PREPAID PLANS

ସରକାରୀ ଟେଲିକମ କମ୍ପାନୀ BSNL ଦୁଇଟି ପ୍ରି-ପେଡ୍‌ ପ୍ଲାନର ବୈଧତା ବା ଭ୍ୟାଲିଡିଟିକୁ ବୃଦ୍ଧି କରିଛି । ଯେଉଁଥିରେ ଆପଣ ପ୍ରତିଦିନ 2GB ଡାଟା ସହ ଅନଲିମିଟେଡ୍‌ କଲ୍‌ ସୁବିଧା ପାଇବେ ।

BSNL Increases validity of Two Prepaid Plans
BSNL Increases validity of Two Prepaid Plans (File Photo)
author img

By ETV Bharat Tech Team

Published : Jan 6, 2025, 1:53 PM IST

ହାଇଦ୍ରାବାଦ: ସରକାରୀ ଟେଲିକମ କମ୍ପାନୀ ଭାରତୀୟ ସଞ୍ଚାର ନିଗମ ଲିମିଟେଡ (BSNL) ଦୁଇଟି ପ୍ରି-ପେଡ୍‌ ପ୍ଲାନର ବୈଧତାକୁ ବୃଦ୍ଧି କରିଛି । ଏବେ ଏହି ପ୍ଲାନ ସହ ରିଚାର୍ଜ କଲେ ୟୁଜରଙ୍କୁ 425 ଦିନର ବୈଧତା ମିଳିବ । ଏହାର ଅର୍ଥ ହେଉଛି ଯଦି ଆପଣ ନିଜର SIM କାର୍ଡକୁ ଥରେ ରିଚାର୍ଜ କରୁଛନ୍ତି, ତେବେ ପ୍ରାୟ 1 ମାସ ଏବଂ 2ଦିନ ପର୍ଯ୍ୟନ୍ତ ଆଉ ଥରେ ରିଚାର୍ଜ କରିବାକୁ ପଡ଼ିବ ନାହିଁ । ତେବେ ଏହି 2 ପ୍ରି-ପେଡ୍‌ ପ୍ଲାନରେ ଆଉ କଣ ସୁବିଧା ମିଳିବ ଜାଣନ୍ତୁ ।

BSNLର ₹2099 ପ୍ଲାନ

  • ବିଏସଏନଏଲର ଦୁଇଟି ପ୍ରି-ପେଡ୍‌ ପ୍ଲାନ ମଧ୍ୟରୁ ପ୍ରଥମ ପ୍ଲାନର ଦାମ ହେଉଛି 2099 ଟଙ୍କା । ଏଥିରେ ୟୁଜର ପ୍ରତିଦିନ 2GB ଡାଟା ପାଇବେ । ଏହାବ୍ୟତୀତ ଏହି ପ୍ଲାନ ସହିତ ୟୁଜରଙ୍କୁ ଅନଲିମିଟେଡ୍‌ ଭଏସ୍‌ କଲ୍‌ ଓ ପ୍ରତିଦିନ 100 SMS ସୁବିଧା ମଧ୍ୟ ମିଳିବ । ଧ୍ୟାନ ଦେବା କଥା ହେଉଛି ଏହି ପ୍ଲାନ କେବଳ ବିଏସଏନଏଲ ଜିପି-2 ୟୁଜର (ବିଏସଏନଏଲ ପ୍ରି-ପେଡ୍‌ ପ୍ଲାନ ନେଇଥିବା ୟୁଜରଙ୍କ ଲାଗି ଟଙ୍କା ପୈଠ କରିବା ପାଇଁ GP1 ଓ GP2 ପିରିୟଡ ରହିଥାଏ । GP2 ୟୁଜରମାନେ GP1 ସମୟରେ ରିଚାର୍ଜ କରିବାରେ ବିଫଳ ହେଲେ ସେମାନଙ୍କ ଲାଗି GP2 ପିରିୟଡ ଆରମ୍ଭ ହୁଏ । GP1 7 ଦିନ ପାଇଁ ହୋଇଥାଏ । GP2ର ସମୟ ଅବଧି ଅଷ୍ଟମ ଦିନରୁ ଆରମ୍ଭ ହୋଇ 165 ଦିନ ପର୍ଯ୍ୟନ୍ତ ଚାଲିଥାଏ । ଏହି ଅବଧି ପରେ, ସିମ୍ କାର୍ଡ ସମ୍ପୂର୍ଣ୍ଣ ଭାବେ ଡିଆକ୍ଟିଭେଟ୍‌ ହୋଇଯାଏ) । ବିଏସଏନଏଲର ଏହି ପ୍ଲାନର ବୈଧତା ପୂର୍ବରୁ 395 ଦିନ ପର୍ଯ୍ୟନ୍ତ ଥିଲା, କିନ୍ତୁ ଏବେ ଟେଲିକମ ଟକ୍‌ ରିପୋର୍ଟ ଅନୁସାରେ କମ୍ପାନୀ ଏହି ପ୍ଲାନର ବୈଧତାକୁ 30 ଦିନ ବୃଦ୍ଧି କରିଛି ।
  • କିନ୍ତୁ ଏହି ପ୍ଲାନର ଏକ ସର୍ତ୍ତ ରହିଛି । ଏହି ପ୍ଲାନ ସହିତ ମିଳୁଥିବା ସମସ୍ତ ସୁବିଧାକୁ ୟୁଜର କେବଳ 395 ଦିନ ପର୍ଯ୍ୟନ୍ତ ଲାଭ ଉଠାଇପାରିବେ । କିନ୍ତୁ ଆପଣଙ୍କ SIM 425 ଦିନ ଯାଏଁ ଆକ୍ଟିଭ ରହିବ । ସିମ୍‌ ଆକ୍ଟିଭ କରି ରଖିବାକୁ ଆପଣଙ୍କୁ ରିଚାର୍ଜ କରିବାକୁ ପଡ଼ିବ ନାହିଁ । ଏହି ସମୟରେ ଆପଣ ଆକ୍ଟିଭ ପ୍ଲାନ ସହିତ ନିଜ ଆବଶ୍ୟକ ମୁତାବକ ଅଲଗା ଭାବେ ଭଏସ୍‌ କଲ୍‌ ଓ ଡାଟା ପ୍ୟାକ୍‌ ଲାଗି ରିଚାର୍ଜ କରିପାରିବେ । ଫଳରେ 425 ଦିନ ଲାଗି ମୋଟ 2099 ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଦିନର ଖର୍ଚ୍ଚ ଦେଖିଲେ ଏହି ସମସ୍ତ ସୁବିଧା ଲାଗି ଆପଣ 4.94 ବା ବା 5 ଟଙ୍କାରୁ କମ ଖର୍ଚ୍ଚ କରିବେ ।

BSNLର ₹2399 ପ୍ଲାନ

ବିଏସଏନଏଲର ଦ୍ବିତୀୟ ପ୍ରି-ପେଡ୍‌ ପ୍ଲାନର ମୂଲ୍ୟ ହେଉଛି 2399 ଟଙ୍କା । ଏହି ପ୍ଲାନଟି ସମସ୍ତ ୟୁଜରଙ୍କ ଲାଗି ଉପଲବ୍ଧ ରହିଛି । ଏହି ପ୍ଲାନର ବୈଧତା 425 ଦିନ ରହିଛି । କିନ୍ତୁ ଅନଲିମିଟେଡ୍‌ ଭଏସ୍‌ କଲିଂ, ପ୍ରତିଦିନ 2GB ଇଣ୍ଟରନେଟ୍‌ ଡାଟା ଓ 100 SMS ସୁବିଧା 395 ଦିନ ପର୍ଯ୍ୟନ୍ତ ମିଳିବ ଓ ଏହାପରେ ବାକି 30 ଦିନ ୟୁଜରଙ୍କ SIM ଆକ୍ଟିଭ ରହିବ, କିନ୍ତୁ ବାକି ସୁବିଧା ମିଳିବ ନାହିଁ । ଏହି ସମୟରେ ୟୁଜର ନିଜ ଆବଶ୍ୟକ ମୁତାବକ ଭଏସ କଲିଂ ଓ ଡାଟା ପ୍ୟାକ୍‌ ଲାଗି ଅଲଗା ଭାବେ ରିଚାର୍ଜ କରିପାରିବେ ।

ଏହା ବି ପଢନ୍ତୁ
  1. ଖୁବଶୀଘ୍ର 3G ସେବା ବନ୍ଦ କରିବ BSNL; ଜାନୁଆରୀ 15ରୁ ପାଟନାରୁ ଆରମ୍ଭ
  2. Redmi ଲଞ୍ଚ କଲା ବଜେଟ 5G ସ୍ମାର୍ଟଫୋନ; ମିଳିବ 50MP ଡୁଆଲ କ୍ୟାମେରା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.