ମେଷ: କୌଣସି ନୂଆ କାମ ଆରମ୍ଭ ପାଇଁ ସକାଳ ବେଳ ଶୁଭ ରହିବ । ଆଜି ସରକାରୀ ଲାଭ ମିଳିବାର ସମ୍ଭାବନା ଅଛି । ବ୍ୟବସାୟରେ ଲାଭ ହେବ । ଚାକିରିରେ ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ । ବିଚାରରେ ଶୀଘ୍ର ପରିବର୍ତ୍ତନ ହେବ । ଦ୍ବିପ୍ରହର ପରେ ମନ ହଜିଲା ହଜିଲା ରହିବ ଏବଂ କେଉଁଥିରେ ବି ମନ ଲାଗିବ ନପାରେ । ପରିବାର ସହ ଶାନ୍ତିରେ ସନ୍ଧ୍ୟାଟି କାଟିବେ ।
ବୃଷ: ଆଜି ଆୟରେ ଉନ୍ନତି ଘଟିବ । ପରିବାର ମଧ୍ୟରେ ହସଖୁସି ଲାଗି ରହିବ । ଶାରିରୀକ ଓ ମାନସିକ ଭାବରେ ସୁସ୍ଥ ରହିବେ । କିଣାକିଣିରେ ଟଙ୍କା ଖର୍ଚ୍ଚ କରିବେ । ବୁଲାବୁଲି କରିବାକୁ ଦୂର ସ୍ଥାନକୁ ଯାଇପାରନ୍ତି । ବାହାର ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ । ଟଙ୍କା ଧାରରେ ଦେଉଥିବା ବେଳେ ଭାବିଚିନ୍ତି ଦିଅନ୍ତୁ ।
ମିଥୁନ: ଆଜି ଅନେକ ଲାଭ ଆପଣଙ୍କ ଖୁସିକୁ ଦ୍ୱିଗୁଣା କରିପାରେ । ଆପଣଙ୍କ ସ୍ତ୍ରୀ/ସ୍ବାମୀ ଏବଂ ପିଲାମାନଙ୍କଠାରୁ ଭଲ ଖବର ପାଇପାରନ୍ତି । ଆପଣ ବନ୍ଧୁମାନଙ୍କ ସହ ମିଶି ଏକ ଖୁସିର ଭଣ୍ଡାର ଅନୁଭବ କରିବେ । ବିବାହ ହେବାକୁ ଥିବା ବ୍ୟକ୍ତିମାନେ ଭଲ ଜୀବନସାଥୀ ପାଇପାରିବେ । ପ୍ରତ୍ୟେକ କ୍ଷେତ୍ରରେ ସ୍ଥିତି ଅନୂକୁଳ ରହିବ । ସ୍ବାସ୍ଥ୍ୟରେ ଉନ୍ନତି ଆସିବ ।
କର୍କଟ: ନୂଆ ବନ୍ଧୁ ସୃଷ୍ଟି କରିବେ । ସେମାନଙ୍କ ସହ ଖୁସିରେ ସମୟ କାଟିବେ । କିନ୍ତୁ ସାମାନ୍ୟ ଵ୍ୟସ୍ତ ଓ ଚିନ୍ତା ଆପଣଙ୍କ ପଥରୋଧ କରିବ । କିନ୍ତୁ ସାନ୍ଧ୍ୟ ଵେଳକୁ ସାଙ୍ଗମାନଙ୍କ ସହ ରିଲାକ୍ସ ହେଉଥିଵା ଵେଳେ ସବୁ ଠିକ ହୋଇଯିଵ । ଆୟ ଓ ବ୍ୟୟ ସମାନ ରହିବ । ଛୋଟଯାତ୍ରା କରିବାର ସମ୍ଭାବନା ରହିଛି । ସୁସ୍ବାଦୁ ବ୍ୟଞ୍ଜନ ଖାଇବେ ।
ସିଂହ: ଆଜି ଆପଣଙ୍କ ପାଇଁ ଏକ ମଧ୍ୟମ ଧରଣର ଦିନ ରହିବ । କିଛି ବିଶେଷ ବଡ ଘଟଣା ହେବାର ନାହିଁ । ସଂକ୍ଷିପ୍ତରେ କହିବାକୁ ଗଲେ, ଆଶା କରୁଥିବା ଭଳି ଫଳ ପାଇବେ । ପାଠପଢ଼ାରେ ଆଗ୍ରହ ବଢ଼ିବ । ଶରୀର ସାମାନ୍ୟ ଅସୁସ୍ଥ ହୋଇପାରେ । ମାତ୍ର ସନ୍ଧ୍ୟା ବେଳକୁ ସମ୍ପୂର୍ଣ୍ଣ ସୁସ୍ଥ ରହିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
କନ୍ୟା: ଆଜି କଥାବାର୍ତ୍ତା କରିବାବେଳେ ଆପଣଙ୍କ ରାଗକୁ ନିୟନ୍ତ୍ରଣରେ ରଖିନ୍ତୁ । ନୂଆ କାମ ଆରମ୍ଭ କରିବା ପାଇଁ ଆଜି ଦିନଟି ଭଲ ନାହିଁ । ଆପଣ ହତାଶ ଏବଂ ରାଗ ଅନୁଭବ କରିପାରନ୍ତି । ସାବଧାନ ରୁହନ୍ତୁ । ପରିବାର ଭିତରେ କଳହ ଆପଣଙ୍କ ଦୁଃଖି କରିଦେଇପାରେ । ଯଦି ସମ୍ଭବ, ଯାତ୍ରା କରନ୍ତୁ ନାହିଁ । ଆପଣଙ୍କୁ ଆଘାତ ଦେବାକୁ ଚାହୁଁଥିବା ଲୋକମାନଙ୍କଠାରୁ ଦୂରରେ ରୁହନ୍ତୁ ।
ତୁଳା: ଆପଣଙ୍କର ପ୍ରେମମୟ ଜୀବନରେ ଅତି ସୁନ୍ଦର ସମୟର ଆଶା ଦେଖାଯାଉଛି । ବିବାହିତ ବ୍ୟକ୍ତିମାନେ ସେମାନେ ତାଙ୍କ ସ୍ତ୍ରୀ /ସ୍ୱାମୀ ସହ ଅତି ଖୁସିରେ ରହିବେ । ପ୍ରେମ ଆପଣଙ୍କ ଦ୍ୱାରମୁହଁରେ ଛିଡା ହେବ । ଆପଣ ଆପଣଙ୍କ ପ୍ରିୟଜନମାନଙ୍କ ସହ ଆନନ୍ଦ ସମୟ ବିତାଇବେ । ଆଶା କରିନଥିବା ଖୁସି ଖବର ଶୁଣି ଉତ୍ସାହିତ ହେବ ।
ବିଛା: ଆଜି ସକାଳ ପରଠାରୁ, ଆପଣ ଆକସ୍ମିକ ଭାବରେ ତାଜା ଅନୁଭବ କରିବେ ଏବଂ ଆପଣଙ୍କ ଭାବନା ଅନୁକୂଳ ଆଡକୁ ଗତି କରିବ । ତେଣୁ ଆପଣଙ୍କ ପ୍ରେମ ସମ୍ପର୍କ ମଧୁରମୟ ହେବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବ । ଆୟରେ ଉନ୍ନତି ଘଟିବ । ଶରୀର ସୁସ୍ଥ ରହିବ । ପୂରୁଣା ବନ୍ଧୁଙ୍କ ସହ ଆକସ୍ମିକ ଦେଖା ହେଇପାରେ । ବିଦେଶ ଯାତ୍ରା କରିପାରନ୍ତି ।
ଧନୁ: ଦୂରରେ ରହୁଥିବା ସମ୍ପର୍କୀୟଙ୍କ ସହ ବ୍ୟବସାୟ ଵୃଦ୍ଧି ହେଵାର ସମ୍ଭାବନା ଅଛି । ଠିକ ଢଙ୍ଗରେ କହିଵା ଦକ୍ଷତା ନିଜ କାର୍ଯ୍ୟ ହାସଲ ପାଇଁ ସାହାଯ୍ୟ କରିଵ । ନିଜ ପଥରେ ନାୟକ ହେଵାପାଇଁ ଆପଣ ଭଲ ନିଷ୍ପତ୍ତି ନେବେ । ନିଜ କଥାଶୈଳୀରେ ଅନ୍ୟମାନଙ୍କୁ ପ୍ରଭାବିତ କରିବେ । ସାମାଜିକ କାର୍ଯ୍ୟରେ ମନ ଦେବେ । ବ୍ୟବସାୟ ଓ ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ ରହିବ ।
ମକର: ବ୍ୟବସାୟ ବୃଦ୍ଧି ଏବଂ ଆର୍ଥିକ ବୃଦ୍ଧି ପାଇଁ ଆଜିର ଦିନ ଶୁଭ ଅଟେ । ଅର୍ଥ କ୍ଷେତ୍ରରେ ଦିଆନିଆ କାର୍ଯ୍ୟ ଭଲ ଭାବରେ କରିପାରିବେ । ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ । ଅର୍ଥିକ ଲାଭ ରହିବ । ଆଜି ଆଇନ କାନୁନ ମାମଲାରୁ ଦୂରେଇ ରୁହନ୍ତୁ । ସ୍ବାସ୍ଥ୍ୟ ଭଲ ରହିବ । ବିରୋଧୀ ଆପଣଙ୍କ ସମ୍ମୁଖରେ ତିଷ୍ଠି ରହିପାରିବେନି ।
କୁମ୍ଭ: ଆଜି ଆପଣଙ୍କ ମାନସିକ ଚିନ୍ତା କିଛି କମ ହୋଇପାରେ । ଆପଣ ଉତ୍ସାହିତ ଅନୁଭବ କରିବାର ସମ୍ଭାବନା ଅଛି । ବନ୍ଧୁ ଓ ପ୍ରିୟଜନଙ୍କ ସହିତ ମିଳିତ ଭାବରେ ଭ୍ରମଣରେ ଯାଇପାରନ୍ତି । ଆଜି ଆପଣଙ୍କୁ କିଛି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ କରିବାର ଯୋଜନା ଅଛି । ଏକ ଛୋଟ ଯାତ୍ରାର ବହୁତ ସମ୍ଭାବନା ଅଛି । ଆୟ ଅନୁସାରେ ଖର୍ଚ୍ଚ କରନ୍ତୁ ।
ମୀନ: ଆଜି ଆପଣଙ୍କର କଥା କହିବାରେ ଗମ୍ଭୀର ଭାବେ ସଞ୍ଜତ ରଖିବା ଆବଶ୍ୟକ । ବିଫଳତାର ଫଳାଫାଳ ପରିବେଶକୁ ବିରୋଧି କରିପାରେ । ଆପଣଙ୍କ ଖର୍ଚ୍ଚକୁ ନିଜ ଆୟତରେ ରଖନ୍ତୁ । ଯେତେବେଳେ ଟଙ୍କା ପଇସା ସମ୍ୱଦ୍ଧିତ କାରବାର ହେଉଛି ସାବଧାନ ରୁହନ୍ତୁ । ଆପଣ କ୍ଲାନ୍ତ ଅନୁଭବ କରିପାରନ୍ତି । ଅତ୍ୟଧିକ ଭୋଜନରୁ ଦୁରେଇ ରୁହନ୍ତୁ ।