ETV Bharat / technology

ଭାରତକୁ ଆସିଲା 5.5G ନେଟୱର୍କ; OnePlus 13ରେ ମିଳିଲା, ଜାଣନ୍ତୁ 5 ଫାଇଦା - WHAT IS 5G ADVANCED NETWORK

ଆପଣ 4G, 5G, 6G ନେଟୱର୍କ ସମ୍ପର୍କରେ ଶୁଣିଥିବେ । ହେଲେ 5.5G ନେଟୱର୍କ କଣ ? ଭାରତକୁ OnePlus 13 ସହିତ ପ୍ରଥମ ଏହି ନେଟୱର୍କ ଆସିଛି । ଅଧିକ ପଢନ୍ତୁ

What is 5.5G Network
What is 5.5G Network (ETV Bharat)
author img

By ETV Bharat Tech Team

Published : 16 hours ago

ହାଇଦ୍ରାବାଦ: 7 ଜାନୁଆରୀ 2025ରେ ୱାନପ୍ଲସ ଭାରତରେ ଏହାର ଫ୍ଲାଗସିପ୍‌ ଲାଇନଅପ୍‌ର ନୂଆ ସ୍ମାର୍ଟଫୋନ ସିରିଜକୁ ଲଞ୍ଚ କରିଛି । ଏଥିରେ ଦୁଇଟି ସ୍ମାର୍ଟଫୋନ OnePlus 13 ଓ OnePlus 13R ବଜାରକୁ ଆସିଛି । ଏଥିରେ ଅନେକ ଅତ୍ୟାଧୁନିକ ଫିଚର ରହିଛି । କିନ୍ତୁ ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି ତାହା ହେଉଛି 5.5G ନେଟୱର୍କ । ଏପରି ନେଟୱର୍କ ସହ ଆସିଥିବା ଦେଶରେ ପ୍ରଥମ ଡିଭାଇସ ହୋଇପାରିଛି OnePlus 13 ।

ଜିଓ ସହିତ ମିଳିତ ଉଦ୍ୟମରେ ୱାନପ୍ଲସ ଭାରତରେ ଏହି 5.5G (ଆଡଭାନ୍ସଡ୍‌ 5G) ନେଟୱର୍କ ଆଣିଛି । ୱାନପ୍ଲସ 13 ସିରିଜ ଲଞ୍ଚ ଇଭେଣ୍ଟରେ ୱାନପ୍ଲସ ସିନିଅର ଗ୍ଲୋବାଲ ପିଆର ମ୍ୟାନେଜର ଜେମ୍ସ ପିଟିରସନ କହିଛନ୍ତି, "ଆଡଭାନ୍ସଡ୍‌ 5.5G ଟେକ୍ନୋଲୋଜି OnePlus 13 ସିରିଜ ଡିଭାଇସକୁ ଏକା ଥରେ ତିନୋଟି ଅଲଗା ଅଲଗା ନେଟୱର୍କ ସେଲ୍ସ (ଯାହାକି Jio ବିନା ଅଲଗା ଟାୱାରର ହୋଇପାରନ୍ତି) ସହିତ କନେକ୍ଟ କରିବାର ସୁବିଧା ପ୍ରଦାନ କରିଥାଏ । ଏହାଦ୍ବାରା କନେକ୍ଟିଭିଟି ଦ୍ରୁତ ଗତିରେ ହୋଇଥାଏ ଏବଂ କାର୍ଯ୍ୟଦକ୍ଷତାରେ ମଧ୍ୟ ସୁଧାର ଆସିଥାଏ ।"

OnePlus 13 became India's first phone to come with 5.5G network
OnePlus 13 became India's first phone to come with 5.5G network (Photo - OnePlus)

5.5G ନେଟୱର୍କ କଣ ?

5.5G ନେଟୱର୍କକୁ 5G Advanced ମଧ୍ୟ କୁହାଯାଏ । ଏହାସହିତ 5G ଟେକ୍ନୋଲୋଜିର ଆଉ ଆଗେ ପାଦ ବୋଲି କହିପାରିବା । ଏହା 5G ନେଟୱର୍କ ତୁଳନାରେ ଆହୁରି ଅଧିକ ସ୍ପିଡ୍‌, କମ ଲିଟେନ୍ସି (ବିଳମ୍ବ), ଉନ୍ନତମାନର ନେଟୱର୍କ ରିଲାଏବିଲିଟି (ନେଟୱର୍କର ବିଶ୍ବସନୀୟତା), ଏକ୍ସପେଣ୍ଡେଡ୍‌ କନେକ୍ଟିଭିଟି ଓ ଇଣ୍ଟିଗ୍ରେଟେଡ୍‌ ଇଣ୍ଟେଲିଜେନ୍ସି (ଇଣ୍ଟେଲିଜେଣ୍ଟ ସିଷ୍ଟମ) ଭଳି ନୂଆ ସୁବିଧା ପ୍ରଦାନ କରିଥାଏ ।

5.5Gର କମର୍ସିଆଲ୍‌ ରୋଲଆଉଟ୍‌ Release 18 ସହିତ ଆରମ୍ଭ ହୋଇଥିଲା । ଏହା ଏହି ଅତ୍ୟାଧୁନିକ ନେଟୱର୍କର ପ୍ରଥମ ପଦକ୍ଷେପ ବୋଲି ମଧ୍ୟ କୁହାଯାଏ । Ericsson ଦ୍ବାରା ମିଳିଥିବା ସୂଚନା ଅନୁସାରେ, ଏହା ପୂର୍ବରୁ Release 15, 16 ଓ 17 ଉପରେ ଆଧାରିତ । ଏହାକୁ Release 21 ସହିତ ଅଧିକ ଉନ୍ନତ କରାଯିବ, ଯାହାକୁ 2028 ସୁଦ୍ଧା ଲଞ୍ଚ କରାଯିବ ବୋଲି ଆଶା କରାଯାଉଛି । ଏହି ଟେକ୍ନୋଲୋଜିକୁ ସରଳ ଭାଷାରେ ବୁଝିଲେ 5.5G ନେଟୱର୍କ 5G ନେଟୱର୍କଠାରୁ ଆଉ ପାଦେ ଆଗରେ ଅଛି, ଯାହାକି ୟୁଜରଙ୍କୁ ନେଟୱର୍କ ଅଭିଜ୍ଞତାକୁ ଆହୁରି ଉନ୍ନତ କରିଥାଏ । ଏହି ନେଟୱର୍କର କଣ ଫାଇଦା ନିମ୍ନରେ ଜାଣନ୍ତୁ ।

5.5G ନେଟୱର୍କର ଫାଇଦା

  • 5.5G ନେଟୱର୍କ ୟୁଜରଙ୍କୁ 5Gରୁ ଅଧିକ ଦ୍ରୁତ ଇଣ୍ଟରନେଟ୍‌ ପ୍ରଦାନ କରିଥାଏ ।
  • 5.5G ନେଟୱର୍କକୁ ବ୍ୟବହାର କରି ୟୁଜର କମ ସମୟରେ ଡାଟା ଟ୍ରାନ୍ସଫର କରିପାରିବେ ।
  • ଏହି ନେଟୱର୍କ 5Gଠାରୁ ଉନ୍ନତ କନେକ୍ଟିଭିଟି ଓ ନେଟୱର୍କ ପ୍ରଦାନ କରିଥାଏ ।
  • 5.5G ନେଟୱର୍କରେ ସ୍ମାର୍ଟ ସଫ୍ଟୱେରର ବ୍ୟବହାର କରାଯାଇଛି ।
  • 5.5G ନେଟୱର୍କ ବ୍ୟବହାର କରିବା ଦ୍ବାରା ଆପଣ ଯେଉଁଠି ରହିଲେ ମଧ୍ୟ ଆପଣଙ୍କ ମୋବାଇଲରେ ସିଗ୍ନାଲ ଭଲ ରହିବ ।
  • 5.5G ନେଟୱର୍କ ସହିତ ଆପଣ 10Gbps ଡାଉନଲୋଡ୍‌ ଓ 1Gbps ଅପଲୋଡ କରିହେବ, ଯାହାକି 5G ନେଟୱର୍କ ତୁଳନାରେ ଦ୍ରୁତ ଗତିରେ ହେବ ।
ଏହା ବି ପଢନ୍ତୁ
  1. ଲଞ୍ଚ ହେଲା OnePlus 13 ସିରିଜ; 50MP କ୍ୟାମେରା ସହ ମିଳିବ 6000mAh ବ୍ୟାଟେରୀ
  2. OnePlus 13 ବନାମ iQoo 13: କେଉଁଟା କିଣିବେ ? ଦେଖନ୍ତୁ ତୁଳନା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.