ETV Bharat / state

ବର୍ଷିଲେ ପ୍ରଦୀପ ପାଣିଗ୍ରାହୀ: ‘ଫସାଇବାକୁ ହୋଇଥିଲା ସଂଘବଦ୍ଧ ଯୋଜନା, ସମସ୍ତଙ୍କ ପୋଥି ଖୋଲିବି’ - PRADEEP PANIGRAHI

ଦୋଷମୁକ୍ତ ହେବା ପରେ ପ୍ରଦୀପଙ୍କ ପ୍ରଥମ ପ୍ରତିକ୍ରିୟା । ‘ବିଜେଡି’ ହୀନ ଷଡଯନ୍ତ୍ର କରିଥିବା କହି କଲେ ଭର୍ତ୍ସନା । ଇଶ୍ବରଙ୍କୁ ଦେଲେ ଧନ୍ୟବାଦ, କହିଲେ ଖୋଲିବ ନବୀନଙ୍କ ପାଞ୍ଜି ।

‘ଖୋଲିବ ନବୀନଙ୍କ ପାଞ୍ଜି’, ସବୁ ମାମଲାରେ ଦୋଷମୁକ୍ତ ହେବା ପରେ ପ୍ରଦୀପଙ୍କ ପ୍ରଥମ ପ୍ରତିକ୍ରିୟା
‘ଖୋଲିବ ନବୀନଙ୍କ ପାଞ୍ଜି’, ସବୁ ମାମଲାରେ ଦୋଷମୁକ୍ତ ହେବା ପରେ ପ୍ରଦୀପଙ୍କ ପ୍ରଥମ ପ୍ରତିକ୍ରିୟା (ETV Bharat Odisha)
author img

By ETV Bharat Odisha Team

Published : Jan 8, 2025, 7:58 PM IST

ଭୁବନେଶ୍ବର:‘‘ମତେ ଫସାଇବା ପାଇଁ ସଂଗଠିତ ଭାବେ ଯୋଜନା କରିଥିଲେ, ଜନବିରୋଧୀ ବୋଲି ମୋ ଉପରେ ଆରୋପ ଲାଗିଥିଲା । ଗୋପାଳପୁରବାସୀ ଦୀର୍ଘ 5 ବର୍ଷ ନ୍ୟାୟରୁ ବଞ୍ଚିତ ହୋଇଥିଲେ । କୋର୍ଟ କଚେରୀ ଦୌଡି ଦୌଡି ମୋ ସମୟ ଯାଉଥିଲା । ନିର୍ବାଚିତ ପ୍ରତିନିଧି ହିସାବରେ ବହୁ କାମ କରିବାରୁ ବଞ୍ଚିତ ହେଉଥିଲି । ଆଜି କୋର୍ଟ ମତେ ରିଲିଫ୍‌ ଦେଇଛନ୍ତି । ଏହି ନୂଆବର୍ଷରେ ନବୀନଙ୍କ ପାଞ୍ଜି ଖୋଲିବ ।’’ ଚାକିରି ପାଇଁ ଠକେଇ ସମ୍ପର୍କିତ ସମସ୍ତ 5ଟି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ ଏପରି ଢଙ୍ଗରେ ସିଧା ‘ବିଜୁ ଜନତା ଦଳ’ ଉପରେ ବର୍ଷିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ।

  • ‘ମତେ ଫସାଇବା ସଙ୍ଘବଦ୍ଧ ଯୋଜନା କରାଯାଇଥିଲା’

ବ୍ରହ୍ମପୁର ‘ଜେଏମଏଫସି’ କୋର୍ଟ ଦ୍ବାରା ଗତକାଲି 2ଟି ଓ ଆଜି 3 ମାମଲାକୁ ମିଶାଇ ସମସ୍ତ 5ଟି ଠକେଇ ମାମଲାରେ ନିର୍ଦ୍ଦୋଷ ସାବ୍ଯସ୍ତ ହୋଇଛନ୍ତି ପ୍ରଦୀପ । ବ୍ରହ୍ମପୁର ଓ ଗୋପାଳପୁରରେ ପ୍ରଦୀପଙ୍କ ସମର୍ଥକମାନେ ସେଲିବ୍ରେସନ କରୁଥିବା ବେଳେ ରାଜଧାନୀରେ ପ୍ରେସମିଟ୍‌ କରି ଏପରି ଢଙ୍ଗରେ ଭୀଷଣ ବର୍ଷିଛନ୍ତି ପ୍ରଦୀପ । ବିଜେଡି, ନବୀନ, ପାଣ୍ଡିଆନ ଓ ପୂର୍ବ ସରକାରର ହାତବାରିସୀ ସାଜିଥିବା କିଛି ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସିଧାସଳଖ ଏହି କାର୍ଯ୍ଯାନୁଷ୍ଠାନ ଷଡଯନ୍ତ୍ର ସହ ଯୋଡିଛନ୍ତି ପ୍ରଦୀପ ।

‘ଖୋଲିବ ନବୀନଙ୍କ ପାଞ୍ଜି’, ସବୁ ମାମଲାରେ ଦୋଷମୁକ୍ତ ହେବା ପରେ ପ୍ରଦୀପଙ୍କ ପ୍ରଥମ ପ୍ରତିକ୍ରିୟା (ETV Bharat Odisha)

ସେ କହିଛନ୍ତି,‘‘ ମତେ ଫସାଇବା ସଙ୍ଘବଦ୍ଧ ଯୋଜନା କରାଯାଇଥିଲା । ଆଜି ମତେ କୋର୍ଟରୁ ଆଶ୍ବସ୍ତି ମିଳିଛି । ପୁଅ,ଝିଅଙ୍କୁ ସ୍କୁଲରେ ପାଠ ପଢିଲା ବେଳେ ଅନେକ କଥା ଶୁଣିବାକୁ ମିଳିଥିଲା । ଗୋପାଳପୁର ଲୋକ ନ୍ୟାୟରୁ ବଞ୍ଚିତ ହୋଇଥିଲେ । ନିର୍ବାଚିତ ପ୍ରତିନିଧି ହିସାବରେ ବହୁ କାମ କରିବାରୁ ବଞ୍ଚିତ ହେଉଥିଲି । ଜନବିରୋଧୀ ବୋଲି ମୋ ଉପରେ ଆରୋପ ଲାଗିଥିଲା । ଜେଲରୁ ବାହାରିବା ପରେ ମତେ କଡା ପ୍ରଶ୍ନ କରାଯାଇଥିଲା । ଗତ 5 ବର୍ଷରୁ ଅଧିକ ସମୟ ହେଲାଣି କୋର୍ଟ କଚେରୀରେ ସମୟ କଟୁଥିଲା । ଏବେ ଲିଙ୍ଗରାଜ, ଜଗନ୍ନାଥ ଓ ଭୁବନେଶ୍ବରୀଙ୍କ କୃପାରୁ ମତେ ଆଶ୍ବସ୍ତି ମିଳିଛି ।’’

  • ‘ଜେଲ ଭିତରେ ମୋତେ ହଇରାଣ କରାଯାଇଛି’

ପ୍ରଦୀପ ଆହୁରି ମଧ୍ୟ କହିଛନ୍ତି,‘‘ ସବୁ ଶ୍ରେୟ ଗଣମାଧ୍ୟମକୁ ଦେବି । ସେମାନେ ସତକୁ ସାମ୍ନାକୁ ଆଣିଲେ । ଯିଏ ମତେ ବାହାର କରିଥିଲେ, ସେମାନଙ୍କୁ ଓଡିଶାବାସୀ ବାହାର କଲେ । ନବୀନଙ୍କ ବହୁତ କର୍ତ୍ତବ୍ୟ ଥିଲା । ଜଣେ ବିଧାୟକ ଗିରଫ ହେଲେ, କିନ୍ତୁ ଗୃହମନ୍ତ୍ରୀ ହିସାବରେ ନବୀନ ପଟ୍ଟନାୟକ ନୀରବ ରହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଦେଶ ନହେଲେ କେହି କିଛି କରିବେନି । ଜେଲ ଭିତରେ ବି ମତେ ହଇରାଣ କରାଯାଇଛି ।’’ ତମାମ ଘଟଣା ପାଇଁ ନବୀନଙ୍କ ନୀରବତା ଓ ବିଜେଡିର ଷଡଯନ୍ତ୍ରକୁ ଭର୍ତ୍ସନା କରି ପ୍ରଦୀପ ପ୍ରବଳ ବର୍ଷିଛନ୍ତି । କହିଛନ୍ତି, ବିଜେଡି ପାଞ୍ଜି ମୋ ପାଖରେ ଅଛି । ନବୀନଙ୍କ ପାଞ୍ଜି ଖୋଲିବ ।

  • ପାଣ୍ଡିଆନଙ୍କ ପ୍ଲାନରେ କାମ କରିଥିଲେ ଏହି ପୋଲିସ ଅଧିକାରୀ:-

ପ୍ରଦୀପ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସେତେବେଳର ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମଧ୍ୟ ଛାଡିନାହାନ୍ତି । ବିଜେଡି ଦଳ ଓ ଏହାର ତଥାକଥିତ ନିୟନ୍ତ୍ରକ ପାଣ୍ଡିଆନଙ୍କୁ ସେ ସିଧାସଳଖ ଟାର୍ଗେଟ କରି କହିଛନ୍ତି, ‘‘କାର୍ତ୍ତିକ (ପାଣ୍ଡିଆନ)ଙ୍କ ପ୍ଲାନକୁ କାର୍ଯ୍ୟକାରୀ କରିଥିଲେ ତତ୍କାଳୀନ ଜଣେ କ୍ରାଇମବ୍ରାଞ୍ଚ ଅଧିକାରୀ । ପ୍ରଦୀପଙ୍କୁ କିଏ ଗିରଫ କରିବ ବୋଲି କାର୍ତ୍ତିକ ପଚାରିବା ପରେ, ସେ ଅଧିକାରୀ ବାବୁ ଆଗ ମତେ ଗିରଫ କରିବାକୁ ବାହାରି ପଡ଼ିଥିଲେ । ପରେ ସେ ପ୍ରଥମ ମୋ ଗିରଫଦାରୀ ସମ୍ପର୍କରେ ଟ୍ବିଟ୍‌ କରିଥିଲେ । ଏହି କାରଣରୁ ତାଙ୍କୁ ପୋଲିସ କମିଶନର ଭାବେ ପୁରସ୍କାର ମିଳିଲା ।’’

ଏହା ମଧ୍ୟ ପଢନ୍ତୁ:-

ଚାକିରି ପାଇଁ ଠକେଇ ମାମଲା, ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷ ସାବ୍ୟସ୍ତ

‘ଚାପରେ ଦେଇଥିଲୁ ଏତଲା’, ପ୍ରଦୀପଙ୍କ ବିରୋଧରେ ଠକେଇ ମାମଲାରେ ଅଭିଯୋଗକାରୀଙ୍କ ବୟାନ

ଚାକିରି ନାଁରେ ଠକେଇ ମାମଲାରେ ଟ୍ବିଷ୍ଟ, ‘ପ୍ରଦୀପଙ୍କ ବିରୋଧରେ ଏତଲା ପାଇଁ ପଡିଥିଲା ଚାପ’

କୋର୍ଟରେ ସାଂସଦ ପ୍ରଦୀପ ପାଣିଗ୍ରାହୀ ହାଜର, 4ଟି ମାମଲାରେ ଚାର୍ଜଫ୍ରେମ

  • CMO ଥିଲା କଲେକ୍ସନ ହବ୍‌: ପ୍ରଦୀପ

ପ୍ରଦୀପ ଆହୁରି ମଧ୍ୟ କହିଛନ୍ତି, ‘ମୁ୍‌ଖ୍ୟମନ୍ତ୍ରୀଙ୍କ କାର୍ଯାୟଳୟ (ସିଏମଓ)କୁ କରପସନ, କମିଶନ ଓ କଲେକ୍ସନର ହବ କରାଯାଇଥିଲା । ଟ୍ରାଫିକ୍‌ ପୋଲିସ ହେଉଥିବା ଲୋକ କଣ ଜଣେ ନେତା କି ବୋଲି ପ୍ରଶ୍ନ କଲେ ପ୍ରଦୀପ ? ତାଙ୍କୁ ଯେମିତି ବ୍ୟବହାର କରାଯାଇଛି, ତାଙ୍କ ଶାନ୍ତ ହେବନି ? ସେ କାହାକୁ ଛାଡ଼ିବେ ନାହିଁ । ସମସ୍ତଙ୍କର ପୋଥି ଖୋଲିବେ । ବହୁତ ଶୀଘ୍ର ବିଜେଡି ରାଜ୍ଯରେ ଶେଷ ହୋଇଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.