ETV Bharat / state

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି, ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ କରିବେ ସମ୍ବୋଧନ - PM MODI ARRIVES IN BHUBANESWAR

ବିମାନ ବନ୍ଦରରେ ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ । ରାଜଭବନରେ ରାତ୍ରିଯାପନ । ଆଜି ସମ୍ମିଳନୀର ଆନୁଷ୍ଠାନିକ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

ବିମାନ ବନ୍ଦରରେ ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ  କାର୍ଯ୍ୟକ୍ରମରେ ହେବେ ସାମିଲ ।
ବିମାନ ବନ୍ଦରରେ ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ହେବେ ସାମିଲ । (ETV Bharat Odisha)
author img

By ETV Bharat Odisha Team

Published : 16 hours ago

Updated : 6 hours ago

ଭୁବନେଶ୍ବର: 18ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି (ଗୁରୁବାର) ସଂଧ୍ୟାରେ ପ୍ରଧାନମନ୍ତ୍ରୀ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟ ବିଜେପି ନେତାମାନେ ତାଙ୍କୁ ସ୍ବାଗତ କରିଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ସିଧା ରାଜଭବନରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ସେଠାରେ ରାତ୍ରିଯାପନ କରିବା ସହ ଜନତା ମୈଦାନରେ ଆୟୋଜିତ ଏହି ସର୍ବଭାରତୀୟ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ୍‌ କରିବେ ।

ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, କାଲି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ କରିବେ ସମ୍ବୋଧିତ (ETV Bharat Odisha)
  • ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ପାଇଁ 8ଟି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ବୈଜନ୍ତ ପଣ୍ଡା, ମେୟର ସୁଲୋଚନା ଦାସ ଓ ଅନ୍ୟ କିଛି ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ପାରମ୍ପରିକ ନୃତ୍ୟଗୀତରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ବିମାନବନ୍ଦରରୁ ରାଜଭବନ ମଧ୍ୟରେ 8ଟି ମଞ୍ଚରେ ଓଡିଶାର କଳା, ସଂସ୍କୃତିକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା ।

ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ
ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ (ETV Bharat Odisha)
  • ଆଜିଠୁ ଆରମ୍ଭ ହୋଇଛି ସମ୍ମିଳନୀ, କାଲି ଆନୁଷ୍ଠାନିକ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଆଜିଠୁ ତିନିଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ ଆରମ୍ଭ ହୋଇସାରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସମେତ ଏକାଧିକ କେନ୍ଦ୍ରମନ୍ତ୍ରୀ ପ୍ରଥମ କାର୍ଯ୍ୟଦିବସ ସମାରୋହରେ ସାମିଲ୍‌ ହୋଇଛନ୍ତି । ପ୍ରଥମ ଅଧିବେଶନର ଦ୍ବିତୀୟାର୍ଦ୍ଧରେ ‘ଓଡିଶାରେ ନିବେଶ’ ଶୀର୍ଷକ କର୍ମଶାଳା ମଧ୍ୟ ଆୟୋଜିତ ହୋଇଛି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ପ୍ରବାସୀ ଅତିଥିଙ୍କୁ ସମ୍ବୋଧିତ କରିବେ । ଆସନ୍ତାକାଲି ଏକାଧିକ ପ୍ରସଙ୍ଗରେ କର୍ମଶାଳା ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମ ରହିଛି । ପରଦିନ (9 ତାରିଖ) 3 ଦିନିଆ ସମ୍ମିଳନୀର ଅନ୍ତିମ ତଥା ଉଦଯାପନୀ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢନ୍ତୁ :-

ଆସିବେ ଅତିଥି: ରଙ୍ଗୀନ ଆଲୁଅରେ ଝଲସୁଛି ପୁରୀ, କାଲିଠୁ ବିଚ୍‌ ଫେଷ୍ଟିଭାଲ - PRAVASI BHARATIYA DIVAS

ପ୍ରବାସୀ ଭାରତୀୟ ଦିବସ ପାଇଁ କଟକଣା, ଏହି ସବୁ ରାସ୍ତାରେ ଯାତାୟତ ମନା - TRAFFIC ADVISORY

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 6 hours ago
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.