ETV Bharat / state

ରସୁଲଗଡ ବୀଭତ୍ସ ହତ୍ୟାକାଣ୍ଡ, ଧରାପଡିଲେ 3 ଅଭିଯୁକ୍ତ - RASULGARH MURDER CASE

ଭୁବନେଶ୍ୱର ରସୁଲଗଡରେ ହତ୍ୟାକାଣ୍ଡ ଘଟଣାରେ ମହିଳାଙ୍କ ସମେତ ୩ ଗିରଫ । ଆଜି ସକାଳେ ହୋଇଥିଲା ହତ୍ୟାକାଣ୍ଡ ।

Rasulgarh Murder case
Rasulgarh Murder case (ETV Bharat Odisha)
author img

By ETV Bharat Odisha Team

Published : 16 hours ago

Updated : 15 hours ago

ଭୁବନେଶ୍ୱର: ରସୁଲଗଡ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ଗିରଫ । ରାଜଧାନୀ ଭୁବନେଶ୍ୱରରେ ପୋଲିସ ଇନଫର୍ମର ହତ୍ୟା ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ଏନେଇ ଏସିପି ହିଂମାଶୁ ସ୍ବାଇଁ ସୂଚନା ଦେଇଛନ୍ତି । ଆଜି ଭୋର ସମୟରେ ଭୁବନେଶ୍ୱର ବ୍ୟସ୍ତ ବହୁଳ ରସୁଲଗଡ ଓଭର ବ୍ରିଜରେ ଏହି ହତ୍ୟାକାଣ୍ଡ ଘଟିଥିଲା । ବାଇକରେ ଯାଉଥିବା ବେଳେ ପୋଲିସ ମିତ୍ରକୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା ।

ପୋଲିସ ମିତ୍ର ହତ୍ୟାକାଣ୍ଡ:

ରସୁଲଗଡ ବୀଭତ୍ସ ହତ୍ୟାକାଣ୍ଡ (ETV Bharat Odisha)

ବାଣୀବିହାର ଛକରୁ ରସୁଲଗଡକୁ ଯୋଗାଯୋଗ କରୁଥିବା ରାସ୍ତାରେ ରେଲୱେ ଓଭରବ୍ରିଜ ଉପରେ ଅର୍ଥାତ ଜାତୀୟ ରାଜପଥ କଡ଼ରେ ଥିବା ଏକ ତାରକା ହୋଟେଲ ସାମ୍ନାରେ ଏହି ହତ୍ୟାକାଣ୍ଡ ଘଟିଥିଲା । ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ପଡ଼ିଥିବା ବେଳେ ପାଖରେ ଏକ ବାଇକ ମଧ୍ୟ ପଡିଥିଲା । ଏନେଇ ଲୋକେ ପୋଲିସକୁ ଖବର ଦେଇଥିଲେ‌ । ଖବର ପାଇ ସହିଦନଗର ଥାନା ଓ ମଞ୍ଚେଶ୍ବର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ହସ୍ପିଟାଲ ନେବା ସହ ତଦନ୍ତ ଆରମ୍ଭ କରିଥିଲା ।

ମହିଳାଙ୍କ ସମେତ ୩ ଅଭିଯୁକ୍ତ ଗିରଫ

Rasulgarh Murder case
Rasulgarh Murder case (ETV Bharat Odisha)

ମୃତକ ଜଣକ କ୍ୟାପିଟାଲ ଥାନା ଅଞ୍ଚଳର ସହଦେବ ନାୟକ ବୋଲି ଜଣାପଡିଥିଲା । ସେ ପୂର୍ବରୁ ପୋଲିସ ମିତ୍ର ଥିବା ଜଣାପଡିଛି । ବସ୍ତି ଚାଲ ଅଭିଯାନରେ ସେ ପୋଲିସ ମିତ୍ର ଭାବେ କାମ କରୁଥିଲା । ହତ୍ୟାକାଣ୍ଡ ସ୍ଥଳରୁ ଏକ ଭିଡିଓ ପୋଲିସ ହାତରେ ଲାଗିଥିଲା । ଯେଉଁ ଭିଡିଓରେ ଜଣେ ଯୁବତୀଙ୍କ ସହ ଜଣେ ଯୁବକ ଥିଲେ । ଯୁବତୀଜଣକ ଚେହେରା ଲୁଚାଇ ଘଟଣାସ୍ଥଳରୁ କିଛି ମାରଣାସ୍ତ୍ର ଧଳାବ୍ୟାଗରେ ଲୁଚାଇ ଚମ୍ପଟ ମାରୁଥିବା ଦେଖିବାକୁ ମିଳିଥିଲା । ହତ୍ୟାକାଣ୍ଡରେ ସେମାନଙ୍କ ସମ୍ପୃକ୍ତି ରହିଥିବା ନେଇ ପୋଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ନୟାଗଡ଼ ଶରଣକୂଳ ଅଞ୍ଚଳରୁ ତିନି ଅଭିଯୁକ୍ତ ମଣ୍ଟେଇ ନାୟକ, ତାଙ୍କ ପତ୍ନୀ ଲିପି ନାୟକ ଓ ସୁଶେଇ ନାୟକକୁ ଗିରଫ କରିଛି କମିଶନରେଟ ପୋଲିସ ।

ଏହାମଧ୍ୟ ପଢନ୍ତୁ...

ପୋଲିସ ଇନଫରମରଙ୍କୁ ବୀଭତ୍ସ ହତ୍ୟା, ରାଜଧାନୀ ରାଜରାସ୍ତାରୁ ମିଳିଲା ରକ୍ତାକ୍ତ ମୃତଦେହ

BJP ନେତାଙ୍କୁ ଟ୍ରକ ଚଢାଇ ହତ୍ୟା ମାମଲା, 3 ଦିନିଆ ରିମାଣ୍ଡରେ ଅଭିଯୁକ୍ତ ଡ୍ରାଇଭର

ଯାଜପୁର ସୁନା ଲୁଟ୍‌ ଓ ଗୁଳିକାଣ୍ଡ ଘଟଣା, ୨ ମୃତକଙ୍କୁ ସାହାସିକତା ପୁରସ୍କାର ଦାବି

ଇଟିଭି ଭାରତ, ଭୁବନେଶ୍ୱର

Last Updated : 15 hours ago
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.