ETV Bharat / entertainment

ଇନ୍ଦିରା ଗାନ୍ଧୀ କେମିତି ବନିଲେ କଙ୍ଗନା, ଟ୍ରାନ୍ସଫରମେସନର ଦେଖାଇଲେ ଝଲକ - KANGANA RANAUTS TRANSFORMATION

କଙ୍ଗନା ରାଣାୱତ ଫିଲ୍ମ 'ଏମରଜେନ୍ସି'ରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ତେବେ ସେ କିପରି ନିଜ ଲୁକ୍ ପରିବର୍ତ୍ତନ କରିଥିଲେ । ତାହାର ଝଲକ ଦେଖାଇଛନ୍ତି ।

kangana ranauts transformation
kangana ranauts transformation (ANI/ FILM POSTER)
author img

By ETV Bharat Entertainment Team

Published : Jan 6, 2025, 2:07 PM IST

ହାଇଦ୍ରାବାଦ: ନିକଟରେ ବଲିଉଡ କୁଇନ କଙ୍ଗନା ରାଣାୱତଙ୍କ 'ଏମରଜେନ୍ସି' ସହପରଦାକୁ ଫେରୁଛନ୍ତି । ଅନେକ ବାଦ ବିବାଦ ପରେ ଶେଷରେ ଫିଲ୍ମ ଚଳିତ ମାସରେ ପରଦାକୁ ଆସିବାକୁ ଥିବା ବେଳେ ଫିଲ୍ମଟୁ 2ଟି ଟ୍ରେଲର ରିଲିଜ ହୋଇଛି । ଏଥିରେ କଙ୍ଗନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିଥିବା ବେଳେ କଙ୍ଗନା ଏହି ଟ୍ରାନ୍ସଫରମେସନ ଲୁକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ବର୍ତ୍ତମାନ କଙ୍ଗନା ଟ୍ରାନ୍ସଫରମେସନ ଲୁକର ଝଲକ ଦେଖାଇଛନ୍ତି । ଯେଉଁଥିରେ ସେ କିପରି ଇନ୍ଦିରା ଗାନ୍ଧୀଙ୍କ ବନିବାର ଟ୍ରାନ୍ସଫରମେସନ ଯାତ୍ରା ଦେଖାଇଛନ୍ତି ।

କଙ୍ଗନା ଏମିତି ବନିଲେ ଇନ୍ଦିରା ଗାନ୍ଧୀ

ଭିଡିଓଟି କଙ୍ଗନାଙ୍କ ସ୍କ୍ରିନ ଟ୍ରାନ୍ସଫରମେସନରୁ ଆରମ୍ଭ ହୋଇଛି ଯେଉଁଥିରେ ସେ ମେକଅପ୍ କଳାକାରଙ୍କୁ ଛୋଟ ବିବରଣୀ ବିଷୟରେ ପଚାରୁଛନ୍ତି । କଙ୍ଗନା ସେହି ଭିଡିଓରେ ତାଙ୍କ କେଶ ଠାରୁ ଆରମ୍ଭ କରି କଥାବାର୍ତ୍ତା ଶୈଳୀ ପର୍ଯ୍ୟନ୍ତ ସବୁକିଛିର ଝଲକ ଦେଖାଇଛନ୍ତି । ଭିଡିଓ ଶେଷରେ କଙ୍ଗନା କହିଛନ୍ତି। 'ଇଣ୍ଡିଆ ଇଜ ଇନ୍ଦିରା ଏବଂ ଇନ୍ଦିରା ଇଜ ଇଣ୍ଡିଆ'। ଏହି ଭିଡିଓ ସେୟାର କରି କଙ୍ଗନା ଲେଖିଛନ୍ତି, 'ଭାରତୀୟ ଇତିହାସର ସବୁଠାରୁ ଶକ୍ତିଶାଳୀ ମହିଳା ଇନ୍ଦିରା ଗାନ୍ଧୀଙ୍କ ପାଇଁ ମୋର ପରିବର୍ତ୍ତନ'। ପ୍ରୋଥେଟିକ୍ସ ଏବଂ ମେକଅପ୍ ପାଇଁ ଏକାଡେମୀ ପୁରସ୍କାର ବିଜେତା ଡେଭିଡ ମଲିନୋଭସ୍କିଙ୍କ ଦ୍ୱାରା କଳାକାରନାମା ସହ ଏହି ସୁନ୍ଦର ପରିବର୍ତ୍ତନକୁ ଦେଖନ୍ତୁ । 17 ଜାନୁୟାରୀ 2025 ରେ ପ୍ରେକ୍ଷାଳୟରେ ଏମରଜେନ୍ସି ମୁକ୍ତିଲାଭ କରିବ ।

ଏମରଜେନ୍ସି ଟ୍ରେଲର

କଙ୍ଗନା ଗତ ବର୍ଷ 2024 ମସିହାରେ ଫିଲ୍ମର ପ୍ରଥମ ଟ୍ରେଲର ରିଲିଜ କରିଥିଲେ। 'ଏମରଜେନ୍ସି ' ର ଦ୍ୱିତୀୟ ଟ୍ରେଲର ଆଜି 6 ଜାନୁଆରୀରେ ମୁକ୍ତିଲାଭ କରିଛି । ଏହି ଟ୍ରେଲର ଅନୁପମ ଖେରଙ୍କ ଜୟପ୍ରକାଶ ନାୟାରନ ଭୂମିକାରୁ ଆରମ୍ଭ ହୋଇଛି, ଯିଏ ଜେଲରୁ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖୁଛନ୍ତି । ଏହି ସିନ ପରେ କଙ୍ଗନା ତାଙ୍କ PMO କାର୍ଯ୍ୟାଳୟରେ ବସିଥିବା ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଏଣ୍ଟ୍ରି କରନ୍ତି, ଯେଉଁଠାରେ ସେ କହିଛନ୍ତି ଯେ ମୁଁ କ୍ୟାବିନେଟ୍, ଏହା ପରେ ବନ୍ଧୁକଧାରୀ ତଥା ଜନସାଧାରଣଙ୍କ ସ୍ୱର ଶୁଣାଯାଉଛି। ଏହା ପରେ, 1971 ର ଯୁଦ୍ଧ ଘୋଷିତ ହେଲା ଏବଂ ତା’ପରେ ଶତ୍ରୁ ଏବଂ ଭାରତୀୟ ସେନା ମଧ୍ୟରେ ଯୁଦ୍ଧର ଭିଜୁଆଲ୍ ଦେଖିବାକୁ ମିଳିଛି । ଟ୍ରେଲରର ଶେଷରେ ଇନ୍ଦିରା ଇଜ ଇଣ୍ଡିଆ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ଏମରଜେନ୍ସି ଦ୍ୱିତୀୟ ଟ୍ରେଲର ରିଲିଜ, ଇନ୍ଦିରା ଗାନ୍ଧୀଙ୍କ ଲୁକରେ ହୋସ୍ ଉଡାଇଲେ କଙ୍ଗନା

ଏହି ଦିନ ଆସିବ ଫିଲ୍ମ

କହିରଖୁଛୁ କି, ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ନେତାଙ୍କ ଭୂମିକାରେ କଙ୍ଗନା ରାଣାୱତ, ଅନୁପମ ଖେର, ଶ୍ରେୟସ ତାଲପଡେ, ଦିବଙ୍ଗତ ଅଭିନେତା ସତୀଶ କୌଶିକ, ମିଲିନ୍ଦ ସୋମାନ, ମହିଲା ଚୌଧୁରୀ ଏବଂ ବିଶାକ ନାୟର ନଜର ଆସିବେ । ଏହି ଚଳଚ୍ଚିତ୍ରଟିରେ ଅଭିନୟ ସହ କଙ୍ଗନା ରାଣାୱତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମ ଜାନୁଆରୀ 17 ରେ ରିଲିଜ ହେବାକୁ ଯାଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.