ETV Bharat / state

ଭୈମୀ ଏକାଦଶୀ: ଜଗନ୍ନାଥଙ୍କ ମାମୁଁ ମାଧବାନନ୍ଦ ଜୀଉ ପୀଠରେ ଭକ୍ତଙ୍କ ଭିଡ଼ - BHAIMI EKADASHI

ମାଧବାନନ୍ଦଙ୍କ ଭୈମୀ ଏକାଦଶୀ ବୁଡ଼ । ପ୍ରାଚୀ ନଦୀରେ ବୁଡ଼ ପକାଇ ମାଧବାନନ୍ଦଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ସୁନାବେଶ ପରେ ରାତିରେ ଉଠିବ ମହାଦୀପ ।

Madhabananda Peetha Bhaimi Ekadashi
Madhabananda Peetha Bhaimi Ekadashi (ETV Bharat Odisha)
author img

By ETV Bharat Odisha Team

Published : Feb 8, 2025, 12:36 PM IST

ନିଆଳି: ଆଜି ହେଉଛି ପବିତ୍ର ଭୈମୀ ଏକାଦଶୀ । ଚଳଚଞ୍ଚଳ ହୋଇ ଉଠିଛି ମହାପ୍ରଭୁ ଜଗନ୍ନାଥଙ୍କ ମାମୁଁ ଘର କଟକ ଜିଲ୍ଲା ନିଆଳି ବ୍ଳକ ମାଧବ ଗ୍ରାମସ୍ଥିତ ମାଧବାନନ୍ଦ ଜୀଉଙ୍କ ପୀଠ । ଭୈମୀ ଏକାଦଶୀରେ ପ୍ରାଚୀ ନଦୀରେ ବୁଡ ପକାଇ ମାଧବାନନ୍ଦଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ଵାସ ରହିଛି । ନିଆଳିର ଆରାଧ୍ୟ ଦେବତା ମାଧବାନନ୍ଦଙ୍କ ପୀଠରେ ଭୈମୀ ଏକାଦଶୀ ଯାତ୍ରା ପ୍ରତିବର୍ଷ ପରି ଚଳିତ ବର୍ଷ ଆଜି (ଶନିବାର) ଅନୁଷ୍ଠିତ ହୋଇଯାଇଛି ।

ପ୍ରାଚୀ ନଦୀରେ ବୁଡ଼:

ଆଜି ପ୍ରତ୍ୟୁଷରୁ ମାଧବାନନ୍ଦଙ୍କ ନୀତିକାନ୍ତି ସହକାରେ ପୂଜା ଅର୍ଚ୍ଚନା କରାଯାଇଛି । ଭୈମୀ ଏକାଦଶୀ ଦିନରେ ମାଧବାନନ୍ଦଙ୍କ ପାଖେ ଲାଗି ହୋଇଛି ପ୍ରମୁଖ ଭୋଗ ଚୁଡା, ଗୁଡ, ନଡିଆ ଏବଂ କଦଳୀ । ସକାଳ ସମୟରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରାଚୀ ନଦୀରେ ବୁଡ଼ ପକାଇବା ସହ ମାଧବାନନ୍ଦଙ୍କ ନିକଟରେ ଭୋଗ ଲଗାଇଛନ୍ତି ।‌ ପ୍ରାଚୀ ନଦୀରେ ବୁଡ଼ ପକାଇଲେ କୋଟି ଜନ୍ମର ପୁଣ୍ୟ ବିଳେ ବୋଲି ବିଶ୍ବାସ ରହିଛି । ଯାହାକୁ ନେଇ ରାତ୍ର ୩ଟା ଠାରୁ ବୁଡ ପକାଇବା ସହିତ ମାଧବାନନ୍ଦଙ୍କ ଦର୍ଶନ କରିଛନ୍ତି ଭକ୍ତ ।‌ ମଧ୍ୟରାତ୍ରରେ ସୁନାବେଶ ପରେ ମହାଦୀପ ଉଠିବାର ବିଧି ରହିଛି ।‌ ମାଧବାନନ୍ଦ ଜୀଉ ପୀଠକୁ ଦୁର୍ଗା ମାଧବ ପୀଠ ବୋଲି ମଧ୍ୟ କୁହାଯାଏ ।

Madhabananda Peetha Bhaimi Ekadashi (ETV Bharat Odisha)

ଭୈମୀ ଏକାଦଶୀ କିମ୍ବଦନ୍ତୀ:

ମାଧବାନନ୍ଦ ଜୀଉଙ୍କ ସେବାୟତ ମନୋଜ ପୁଷ୍ପାଳକ କହିଛନ୍ତି, "କିମ୍ବଦନ୍ତୀ ଅନୁସାରେ, ପାଣ୍ଡବମାନେ ସ୍ଵର୍ଗାରୋହଣ ପାଇଁ ପ୍ରାଚୀ ନଦୀତଟ ଦେଇ ଯାଉଥିବା ବେଳେ ଭୈମାସୁର ଓ ଭୀମଙ୍କ ମଧ୍ୟରେ ଯୁଦ୍ଧ ହେଇଥିଲା । ଏଥିରେ ଭୈମାସୁରର ମୃତ୍ୟୁ ଘଟିଥିଲା । ସେହିଦିନ ଅର୍ଥାତ ମାଘ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ବିଷ୍ଣୁଭକ୍ତ ଭୌମାସୁରର ମୃତ୍ୟୁ ପରେ ସେହି ଏକାଦଶୀ ନାମ ଭୈମୀ ଏକାଦଶୀ ଭାବରେ ନାମିତ ହୋଇଛି । ଷଷ୍ଠ ଶତାବ୍ଦୀରୁ ଏଠାରେ ମାଧବ ଉପାସନା ଆରମ୍ଭ ହୋଇଥିବା ଜଣାଯାଏ । ଜୟଦେବଙ୍କ ଗୀତଗୋବିନ୍ଦ କାବ୍ୟରେ ମଧ୍ୟ ମାଧବଙ୍କ ବିଷୟ ବର୍ଣ୍ଣନା ରହିଛି । ବର୍ତ୍ତମାନ ମନ୍ଦିର ଗଙ୍ଗବଂଶୀୟ ରାଜା ଅନଙ୍ଗ ଭୀମଦେବଙ୍କ ଦ୍ବାରା ନିର୍ମାଣ କରାଯାଇଛି । ଏହି ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିର ସମସାମୟିକ ବୋଲି ମାଦଳା ପାଞ୍ଜିରୁ ଜଣାଯାଏ । ଶ୍ରୀମନ୍ଦିର ପୂଜା ରୀତିନୀତି ଅନୁସାରେ ଏଠାରେ ମାଧବାନନ୍ଦଙ୍କ ପୂଜା କରାଯାଇଥାଏ । ମାଧବାନନ୍ଦ ଜୀଉ ପୀଠ ପ୍ରାଚୀ କୂଳରେ ଅବସ୍ଥାପିତ । ଆଜି ପାଟବସ୍ତ୍ର ବା ଖଣ୍ଡୁଆ ପାଟରେ ଭୂଷଣ କରାଯାଇ ମାଧବାନନ୍ଦଙ୍କ ପୂଜା କରାଯିବାର ବିଧି ରହିଛି ।"

Madhabananda Peetha Bhaimi Ekadashi
Madhabananda Peetha Bhaimi Ekadashi (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ..

ପଢୁଆଁ ହେବେ ମହାପ୍ରଭୁ, ମାମୁଁ ଘରୁ ଗଲା ପ୍ରଥମା ଅଷ୍ଟମୀ ଭାର

କାଳୀପୂଜାରେ ଚଳଚଞ୍ଚଳ ମା' ଦକ୍ଷିଣକାଳୀଙ୍କ ପୀଠ, ମଧ୍ୟରାତ୍ରରୁ ଚାଲିଛି ପୂଜାର୍ଚ୍ଚନା

ଆଉ ଜଣେ ସେବାୟତ ଅକ୍ଷୟ ପୁଷ୍ପାଳକ କହିଛନ୍ତି, "ଚାଷୀମାନେ ଜମିରେ ଚାଷ କାର୍ଯ୍ୟ କରିଥାନ୍ତି । ହିଂସ୍ର ସାପ ଭୟ ପାଇଁ ମାନସିକ ପ୍ରାପ୍ତି ଲାଗି ମାଧବାନନ୍ଦଙ୍କୁ ଚୁଡାଘଷା ଭୋଗ ଜାଚିଥାନ୍ତି । ଭୈମୀ ଏକାଦଶୀ ତିଥିରେ ମାଧବାନନ୍ଦ ଓ ଗରୁଡ଼ଙ୍କ ନିକଟରେ ଚୁଡାଘଷା ଭୋଗ କରିବା ବିଧି ରହିଛି । ଭକ୍ତଙ୍କ ଇଛା ପୂରଣ ଲାଗି ଚୂଡାଘଷା ଭୋଗ ମାଧବାନନ୍ଦଙ୍କ ଠାରେ ଲାଗି କରାଯାଇଥାଏ ।"

ପୁରୀ ଜିଲ୍ଲାରୁ ଆସିଥିବା ଶ୍ରଦ୍ଧାଳୁ ଶ୍ରୀନିବାସ କର କହିଛନ୍ତି, "ପ୍ରାଚୀ ନଦୀରେ ବୁଡ ପକାଇ ମାଧବାନନ୍ଦଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ଏବଂ ମାନସିକ ପ୍ରାପ୍ତି ହୋଇଥାଏ । ଭୋଗ ଦୋକାନୀ କୈଳାସ ସାହୁ କହିଛନ୍ତି, "ମାଧବାନନ୍ଦଙ୍କ ପ୍ରସିଦ୍ଧ ଭୋଗ ହେଉଛି ଚୁଡ଼ାଘଷା ।‌ ସେଥିପାଇଁ ଚୁଡ଼ା, ଗୁଡ଼, ଗୋଲ ମରିଚ, ଭାସ୍କର, କଦଳୀ ମାଧବାନନ୍ଦଙ୍କ ନିକଟରେ ଭୋଗ ଲାଗି ହୋଇଥାଏ । ଭକ୍ତଙ୍କ ଇଛା ଅନୁସାରେ ପ୍ରତିବର୍ଷ ଭୋଗ ଦୋକାନ ଆଣିଥାଏ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.