ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍କୁ ଶକ୍ତ ଝଟକା । ଚୁରମାର ହେଲା ହ୍ୟାଟ୍ରିକ ବିଜୟ ଲକ୍ଷ୍ୟ । ମୋଦି ମ୍ୟାଜିକ ଆଗରେ କାମ ଦେଲାନି ଆପର ରଣନୀତି । ଝଡିଗଲା ଝାଡୁ, ଫୁଟିବ ପଦ୍ମ । ସତା ଗଲା, ଆସନ ବି ଗଲା । ବିଧାନସଭା ନିର୍ବାଚନରେ ଆପ୍ ଦଳର ହେଭିୱେଟଙ୍କ କ୍ଷେତ୍ରରେ ସବୁ ଗଣିତ ଭୁଲ ହୋଇ ଯାଇଛି । ନିଶ୍ଚିତ ବିଜୟ ଆସନରେ ପରାଜୟକୁ ସ୍ବୀକାର କରୁଥିବା ଦେଖିବାକୁ ମିଳିଛି । ନିର୍ବାଚନରେ ପରାସ୍ତ ହୋଇଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ପୂର୍ବତନ ସ୍ବାସ୍ଥ୍ୟ ସତ୍ୟୈନ୍ଦ୍ର ଜୈନ ।
ହାରିଗଲେ କେଜ୍ରିଓ୍ବାଲ:
ଦିଲ୍ଲୀ ଆସନରୁ ପ୍ରଥମ ଥର ପାଇଁ ହାରିଛନ୍ତି କେଜ୍ରିଓ୍ବାଲ । 2013, ରୁ ସେ ଏଠାରେ ବିଜୟୀ ହୋଇ ଆସୁଥିଲେ । କ୍ରମାଗତ 3ଥର ବିଜୟୀ ପରେ ଚତୁର୍ଥ ଥର ମଧ୍ୟ ଆପ ପତାକା ଉଡାଇବାକୁ ରଣନୀତି ପ୍ରସ୍ତୁତ କରିଥିଲେ । କିନ୍ତୁ ଚଳିତ ଥର ସବୁ ପ୍ଲାନ ଫେଲ ହୋଇଛି । ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମାଙ୍କ ଠାରୁ 3 ହାଜରରୁ ଉର୍ଦ୍ଧ୍ବ ଭୋଟରେ ହାରିଛନ୍ତି କେଜ୍ରିଓ୍ବାଲ ।
#WATCH | On #DelhiElection2025, AAP national convener and former Delhi CM, Arvind Kejriwal, " we accept the mandate of the people with great humility. i congratulate the bjp for this victory and i hope they will fulfil all the promises for which people have voted them. we have… pic.twitter.com/VZOwLS8OVH
— ANI (@ANI) February 8, 2025
ସିସୋଦିଆ-ସତ୍ୟୈନ୍ଦ୍ର ଜୈନ ପରାସ୍ତ:
ସେହିପରି ଜଙ୍ଗପୁରା ଆସନରୁ ବିଜେପି ପ୍ରାର୍ଥୀ ତରବିନ୍ଦର ମରାବାହଙ୍କଠାରୁ ପରାସ୍ତ ହୋଇଛନ୍ତି ସିସୋଦିଆ । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସିସୋଦିଆ ଆମ ଆଦମୀ ପାର୍ଟିର ନମ୍ବର ଟୁ ନେତା ଥିଲେ । ସେପଟେ ଶାକୁର ବସ୍ତି ଆସନରୁ ବିଜେପି ପ୍ରାର୍ଥୀ କର୍ଣ୍ଣେଲ ସିଂହଙ୍କଠାରୁ ହାରିଛନ୍ତି ଆପ୍ ର ଅନ୍ୟତମ ବଡ଼ ନେତା ସତ୍ୟୈନ୍ଦ୍ର ଜୈନ । ଏହି ତିନି ନେତା ମଦ ଦୁର୍ନାତି ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ । ବେଲ୍ରେ ଆସିବା ପରେ ନିର୍ବାଚନ ଲଢ଼ିଥିଲେ ।
#WATCH | On CM's face, BJP candidate from New Delhi assembly seat Parvesh Verma says, " in our party, the legislative party decides (cm's face) and then the party leadership approves it. so the party's decision will be acceptable to everyone.
— ANI (@ANI) February 8, 2025
he further says, "i thank the voters… pic.twitter.com/NZ16jCstOp
ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀ ଜନାଦେଶ: ମୁଖ୍ୟମନ୍ତ୍ରୀ ଆତିଶୀ ପଛରେ - DELHI ELECTIONS 2025
ଜିତିଲେ ଆତିଶୀ:
ଗୋ଼ଟିଏ ପଟେ ଦଳର ଟାଣୁଆ ନେତା ହାରୁଥିବା ବେଳେ ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲିନା ନିଜର ସମ୍ମାନ ବଞ୍ଚାଇଛନ୍ତି । କାଲକାଜି ବିଧାନସଭା ଆସନରୁ ବିଜେପିର ରମେଶ ବିଧୁରିଙ୍କୁ ପରାସ୍ତ କରି ସେ ବିଜୟୀ ହୋଇଛନ୍ତି ଆତିଶୀ ।
#WATCH | Outgoing CM and AAP candidate from Kalkaji assembly seat, Atishi greets the people of her constituency after registering her victory against BJP's Ramesh Bidhuri#DelhiElections2025 pic.twitter.com/NTMA13Rm4O
— ANI (@ANI) February 8, 2025
ମୋଦିଙ୍କୁ ଭରସା କଲେ ଦିଲ୍ଲୀବାସୀ:
ଦିଲ୍ଲୀରେ ବମ୍ଫର ବିଜୟ ପଥରେ ବିଜେପି । 27 ବର୍ଷ ପରେ ଦିଲ୍ଲୀରେ ଶାସନ କ୍ଷମତାକୁ ଫେରୁଛି ବିଜେପି ସରକାର । ଏଥର ଆପ୍ ନୁହଁ ବିଜେପି ଉପରେ ଭରସା କରିଛନ୍ତି ଜନତା । ମୋଦିଙ୍କୁ ଦିଲ୍ ଦେଇଛନ୍ତି ରାଜଧାନୀବାସୀ । ସରକାର ଗଠନ ଖୁସିରେ ଦିଲ୍ଲୀ ଛାତି ଉପରେ ଆରମ୍ଭ ହୋଇଯାଇଛି ବିଜେପିର ସେଲିବ୍ରେସନ ।
#WATCH | Delhi: BJP workers celebrate outside party office as the party is set to form the government in Delhi
— ANI (@ANI) February 8, 2025
As of now, BJP has won 11 seats and is leading on 37 seats. #DelhiElections2025 pic.twitter.com/ziTpIrIHX0
ମାଟି କାମୁଡିଲା ଆପ୍, କଂଗ୍ରେସର ଚିହ୍ନ ନାହିଁ :
ସେପଟେ ଆପ୍କୁ ନିର୍ବାଚନରେ ଲାଗିଛି ଶକ୍ତ ଝଟକା । ଆମ ଆଦମୀ ପାର୍ଟିର ପୁଣି ଥରେ ସରକାର ଗଠନ ଲକ୍ଷ୍ୟକୁ ଧୂଳିସାତ କରିଛି ବିଜେପି । ଅନ୍ୟପଟେ କଂଗ୍ରେସ ଖାତା ଖୋଲିବାରେ ବିଫଳ ହୋଇଛି । କୌଣସି ଗୋଟିଏ ଆସନରେ ଲିଡ ମଧ୍ୟ କରିବାକୁ ସକ୍ଷମ ହୋଇନାହିଁ ଗ୍ରାଣ୍ଡ ଓଲଡ ପାର୍ଟି ।
On #DelhiElections2025, PM Narendra Modi tweets, " jana shakti is paramount. development wins, good governance triumphs. i bow to my dear sisters and brothers of delhi for this resounding and historic mandate to bjp. we are humbled and honoured to receive these blessings. it is… pic.twitter.com/Oa5WVAfxiK
— ANI (@ANI) February 8, 2025