ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଦିଲ୍ଲୀରେ ନୂଆ ସରକାର । ବିଜେପି ବହୁମତ ସହ ଆଗକୁ ବଢୁଛି। ସେପଟେ ଆମ ଆଦମୀ ପାର୍ଟିକୁ ବଡ଼ ଝଟକା ମିଳିଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ଦୀର୍ଘ 27 ବର୍ଷ ପରେ ପୁଣିଥରେ ଦିଲ୍ଲୀରେ ସରକାର ଗଠନ କରିବାକୁ ଯାଉଛି ବିଜେପି । ହେଲେ କାହିଁକି ଗତ ନିର୍ବାଚନ ତୁଳନାରେ ଏଥର ଆପ୍ର ପ୍ରଦର୍ଶନ ନୈରାଶଜନକ ରହିଛି । 2015ରେ ଆପ୍ 67ଟି ଆସନ ଜିତିଥିବା ବେଳେ 2020ରେ ଏହି ସଂଖ୍ୟା 62 ଥିଲା । ସେପଟେ ବିଜେପି 2015ରେ 3ଟି ଓ 2020ରେ 8ଟି ଆସନ ହାତେଇ ସାରିଥିଲା । ଆପ୍ର ଖରାପ ପ୍ରଦର୍ଶନ ପଛରେ ଅନେକ କାରଣ ରହିଛି । କିନ୍ତୁ ଯମୁନା ନଦୀ ଜଳରେ ଆପ୍ ଉବୁଟୁବୁ ହେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
इतनी गंदी राजनीति देश ने आज तक नहीं देखी थी। अगर दिल्ली की जनता BJP को वोट नहीं दे रही, तो क्या दिल्ली की जनता को ज़हर मिला पानी पिलाकर मार दोगे?
— Arvind Kejriwal (@ArvindKejriwal) January 27, 2025
हरियाणा से आने वाले पानी में वहाँ की बीजेपी सरकार ज़हर मिलाकर भेज रही है।
मैं दिल्ली की जनता से कहना चाहता हूँ कि जब तक केजरीवाल… pic.twitter.com/FPkEUEVYSm
- ଦିଲ୍ଲୀ ନିର୍ବାଚନରେ ବଡ଼ ପ୍ରସଙ୍ଗ ଥିଲା ଯମୁନା ଜଳ:
ଦିଲ୍ଲୀ ନିର୍ବାଚନରେ ସବୁଠାରୁ ବଡ଼ ପ୍ରସଙ୍ଗ ଯମୁନା ନଦୀ ରହିଛି । ଆପ୍ ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ବିଷାକ୍ତ ଯମୁନାକୁ ସଫା କରିବା ପାଇଁ ଦିଲ୍ଲୀବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ନା ସେ ନିଜ କଥା ରଖିଲେ ଓଲଟା ଏଥିପାଇଁ ହରିୟାଣା ସରକାର ଉପରେ ଅଭିଯୋଗ କରଥିଲେ । ହରିୟାଣାର ବିଜେପି ସରକାର ଯମୁନାକୁ ବିଷାକ୍ତ କରଦେଲା ବୋଲି ଅଭିଯୋଗ କରିଥିଲେ କେଜ୍ରିୱାଲ । କେବଳ କେଜ୍ରିୱାଲ ନୁହେଁ ଯମୁନା ଜଳ ବିଷାକ୍ତ ପାଇଁ ହରିୟାଣା ସରକାରଙ୍କୁ ଦାୟୀ କରିଥିଲେ ମୁଖ୍ୟମନ୍ତ୍ରୀ ଅତିଶୀ । ଦେଖୁଦେଖୁ ଯମୁନା ନଦୀ ପାଇଁ ଦୁଇ ରାଜ୍ୟ ମଧ୍ୟରେ ଆରୋପ ପ୍ରତ୍ୟାରୋପ ପର୍ବ ଆରମ୍ଭ ହୋଇଥିଲା । ଯାହାର ପରିଣାମ ଏବେ ଦିଲ୍ଲୀ ନିର୍ବାଚନରେ ଦେଖିବାକୁ ମିଳିଛି ।
अपनी घटिया और कुत्सित राजनीतिक हित साधने के लिए किस हद तक कोई गिर सकता है इसका उत्कृष्ट उदाहरण है ये अरविंद केजरीवाल।
— Haryana BJP (@BJP4Haryana) January 27, 2025
हरियाणा की मिट्टी में दुर्भाग्य वश पैदा हुआ ये कपूत, हरियाणवियों को जी भर-भर के गालियां देता है,ताकि दिल्ली के चुनाव में राजनीतिक लाभ उठाया जा सके।
यमुना में… https://t.co/TZdWKkFLpq
- କେଜ୍ରିୱାଲଙ୍କ ବୟାନରୁ ବିବାଦ ଆରମ୍ଭ
ଗତ 27 ଜାନୁଆରୀ 2025ରେ ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଥିଲେ ଯେ ହରିୟାଣା ସରକାର ଜାଣିଶୁଣି ଯମୁନା ଜଳକୁ ବିଷାକ୍ତ କରୁଛନ୍ତି । କିନ୍ତୁ ଦିଲ୍ଲୀ ଜଳ ବୋର୍ଡ ଇଞ୍ଜିନିଅର ସେହି ପାଣିକୁ ଅଟକାଇ ଦେଇଛନ୍ତି । ଯଦି ସେହ ପାଣି ଦିଲ୍ଲୀରେ ମିଶିଥାନ୍ତା କେତେ ଲୋକଙ୍କ ମୃତ୍ୟୁ ହୋଇଥାନ୍ତା । ଦିଲ୍ଲୀରେ ନରସଂହାର ହୋଇଥାନ୍ତା । ଗୋଟିଏ ଦେଶ ଭିତରେ ଏମିତି ଶତ୍ରୁ ପ୍ରଥମ ଥର ଦେଖୁଛି । ଆମେରିକା ହିରୋସୀମା ଓ ନାଗାସାକିରେ ବୋମା ପକାଇଥିଲା । କିନ୍ତୁ ଆଜି ବିଜେପି ଯମୁନାରେ ବିଷ ମିଶାଇ ଦିଲ୍ଲୀ ପଠାଇଛି । ଯାହାର ଦୋଷ ଆପ୍ ମୁଣ୍ଡ ଉପରେ ଲଦି ଦିଆଯିବ । ଏପରିକି ମୁଖ୍ୟମନ୍ତ୍ରୀ ଅତିଶୀଙ୍କ ଏକ ଭିଡିଓ ଜାରି କରି ଯମୁନା ଜଳ ବିଷାକ୍ତ ପଛରେ ହରୟାଣାର ହାତ ଥିବା କହିଥିଲେ କେଜ୍ରିୱାଲ ।
दिल्ली की CM आतिशी जी का ये वीडियो सुनिए कि किस तरह बीजेपी ने हरियाणा से यमुना के रास्ते दिल्ली आने वाले पीने के पानी में ज़हर मिलाने का षड्यंत्र किया। इनके गिरने की कोई सीमा नहीं। पर मैं दिल्लीवालों का कोई नुकसान नहीं होने दूँगा। हम सब दिल्ली वाले मिलकर बीजेपी के इस षड्यंत्र को… pic.twitter.com/uJydMHgWje
— Arvind Kejriwal (@ArvindKejriwal) January 27, 2025
କେଜ୍ରିୱାଲଙ୍କ ଅଭିଯୋଗର ଜବାବ ଦେଇଥିଲା ହରିୟାଣା ବିଜେପି । ବିଜେପି ସରକାର କହିଥିଲେ ନିଜର କୁତ୍ସିତ ରାଜନୈତିକ ଫାଇଦା ପାଇଁ ଯଦି କେହି ଏତେ ତଳସ୍ତରକୁ ଖସିଯାଇ ପାରନ୍ତି ସେ ହେଉଛନ୍ତି ଅରବିନ୍ଦ କେଜ୍ରିୱାଲ। ହରୟାଣା ମାଟିରେ ଦୁର୍ଭାଗ୍ୟବଶତଃ ଏଭଳି ଲୋକେ ଜନ୍ମ ନେଇଛନ୍ତି ଯିଏକି ହରିୟାଣାବାସୀଙ୍କୁ ସବୁବେଳେ ଗାଳି ଦେଉଥାନ୍ତି । ଯମୁନାରେ ବିଷ ମିଶାଇବା ଭଳି ପାପ କେବେ ସଚ୍ଚୋଟ ହରିୟାଣା ଲୋକେ କରିବେନି । ଦ୍ବାପର ଯୁଗରେ ଯେମିତି କାଳିଆ ନାଗ ଯମୁନାକୁ ବିଷାକ୍ତ କରିବା ପାଇଁ ପ୍ରୟାସ କରି ଭଗବାନ କୃଷ୍ଣଙ୍କଠୁ ପାନେ ପାଇଥିଲା ଠିକ ଏବେ ସେମିତି କଳିଯୁଗର କାଳିଆ ନାଗ ହେଉଛି କେଜ୍ରୱାଲ । ଯିଏ କି 2020 ରେ ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ଯମୁନାକୁ ଦୂଷିତ ହେବାରୁ ବଞ୍ଚାଇ ପାରିବିନି ତେବେ ଭୋଟ ମାଗିବାକୁ ଯିବିନି। ଏହି କାଳିଆ ନାଗକୁ ଦିଲ୍ଲୀବାସୀ ଉଚିତ ଶିକ୍ଷା ଦେବେ । ହରିୟାଣା ଓ ଦିଲ୍ଲୀ ଜନତାଙ୍କୁ ତୁରନ୍ତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲେ ହରିୟାଣା ମୁଖ୍ୟମନ୍ତ୍ରୀ ।
घटिया और झूठ की राजनीति करने के मामले में केजरीवाल का कोई सानी नहीं।
— Nayab Saini (@NayabSainiBJP) January 28, 2025
केजरीवाल ने उस माटी का अपमान किया जहाँ वे पैदा हुए।
हरियाणा और दिल्ली की जनता से तुरन्त माफी मांगे केजरीवाल। pic.twitter.com/kXde0TbMAZ
ଏହା ମଧ୍ୟ ଦେଖନ୍ତୁ ଦିଲ୍ଲୀ ନିର୍ବାଚନରେ ହେଭିୱେଟଙ୍କ ଫ୍ଲପ୍ ସୋ, ହାରିଗଲେ କେଜ୍ରିଓ୍ବାଲ-ସିସୋଦିଆ
ଏହା ମଧ୍ୟ ଦେଖନ୍ତୁ ଦିଲ୍ଲୀ ଜନାଦେଶ: କାଲକାିଜ ଆସନରୁ ମୁଖ୍ୟମନ୍ତ୍ରୀ ଆତିଶୀ ବିଜୟୀ
![କେଜ୍ରିୱାଲଙ୍କ ପରାଜୟ ପଛର କାରଣ ନୁହେଁ ତ ଯମୁନା](https://etvbharatimages.akamaized.net/etvbharat/prod-images/08-02-2025/whatsapp-image-2025-02-08-at-15928-pm_0802newsroom_1739003460_310.jpeg)
- ନିର୍ବାଚନ ଆୟୋଗଙ୍କୁ ଚିଠି
28 ଜାନୁଆରୀ 2025ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଯମୁନା ପ୍ରସଙ୍ଗକୁ ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଥିଲେ । ସେ ଲେଖିଥିଲେ ‘‘ହରିୟାଣାରୁ ଦିଲ୍ଲୀରେ ପ୍ରବେଶ କରୁଥିବା ଯମୁନା ନଦୀ ପାଣିରେ ଆମୋନିଆ ସ୍ତର ସାମାନ୍ୟରୁ 6 ଗୁଣ ଅଧିକ । ଏହି ସ୍ତର ମଣିଷ ଶରୀର ପାଇଁ ଅତ୍ୟନ୍ତ ବିଷାକ୍ତ । ଏହି ପାଣିକୁ ବିଶୋଧନ କରି ଦିଲ୍ଲୀବାସୀଙ୍କୁ ଦିଆଯାଇ ପାରିବନି । ନଚେତ ସେମାନଙ୍କ ଜୀବନ ବିପଦରେ ପଡିପାରେ’’ । ବିଷାକ୍ତ ପାଣି ଦିଲ୍ଲୀରେ ପ୍ରବେଶ ନ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ସେ ହସ୍ତକ୍ଷେପ ଲୋଡ଼ିଥିଲେ । ଏହା ସହ ତତକାଳ ନିଯୁକ୍ତି ଦେବା ପାଇଁ ସେ ଦାବି କରିଥିଲେ ।
कपूत केजरीवाल तेरी हर विफलता के जिम्मेदार हरियाणा के लोग नहीं हैं।हरियाणा के लोग तो पुण्य- कार्य करने वाले हैं ।
— Nayab Saini (@NayabSainiBJP) January 29, 2025
पिछले 10 वर्षों में केजरीवाल और उनकी आप-दा टीम ने जो झूठ और फरेब का पाप- कर्म किया है,माता यमुना के साथ विश्वास घात किया है,उन सभी पाप-कर्मों का अंतिम विसर्जन दिल्ली… pic.twitter.com/A41RYcO5JX
- ହରିୟାଣା ମୁଖ୍ୟମନ୍ତ୍ରୀ ପିଇଥିଲେ ଯମୁନା ପାଣି
ଏହି ତର୍କ ବିତର୍କ ମଧ୍ୟରେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସୋନି ଯମୁନା ନଦୀ ପାଣି ପିଇ ବିଷାକ୍ତ ନୁହେଁ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ‘‘କେଜ୍ରିୱାଲ ତୁମର ପ୍ରତିଟି ବିଫଳତା ପାଇଁ ହରିୟାଣା ସରକାର ଦାୟୀ ନୁହେଁ । ହରିୟାଣା ଲୋକେ ପୁଣ୍ୟ କାମ କରନ୍ତି । ଗତ 10 ବର୍ଷ ମଧ୍ୟରେ କେଜ୍ରିୱାଲ ଏବଂ ତାଙ୍କ ଟିମ ଯେଉଁ ପାପ କର୍ମ କରିଛନ୍ତି ମାତା ଯମୁନା ବିଶ୍ବାସଘାତକତାର ନିଶ୍ଚୟ ଜବାବ ଦେବେ । ସେହି ସବୁ ପାପ କର୍ମର ଅନ୍ତିମ ବିସର୍ଜନ ଦିଲ୍ଲୀବାସୀ ଆସନ୍ତା 5 ଫେବୃଆରୀରେ କରିବେ । ପବିତ୍ର ମାତା ଯମୁନା ଏହି ଧୋକେବାଜଙ୍କଠୁ ମୁକ୍ତ ହେବା ସହ ଦିଲ୍ଲୀବାସୀଙ୍କୁ ବି ମୁକ୍ତ କରିବେ’’ ।
କେଜ୍ରିୱାଲଙ୍କୁ ଚ୍ୟାଲେଞ୍ଜ
ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସୌନି ଆପ୍ ସୁପ୍ରିମୋ କେଜ୍ରିୱାଲଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସାଙ୍ଗରେ ନେଇ ଦିଲ୍ଲୀ ରାଜଘାଟ ନିକଟରେ ଯମୁନା ନଦୀ ପାଣି ପିଇବା ପାଇଁ ସେ ଚ୍ୟାଲେଞ୍ଜ ଦେଇଥିଲେ । ଯେମିତି ଦିଲ୍ଲୀ ହରିୟାଣା ଦହିସରା ଗାଁ ପାଖରେ ସେ ପାଣି ପିଇଥିଲେ ଠିକ ସେମିତି କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଅତିଶି ସରକାର ଓ କେଜ୍ରିୱାଲଙ୍କ ଅଭିଯୋଗର ଜବାବ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ହରିୟାଣାରୁ ଦିଲ୍ଲୀକୁ ସ୍ବଚ୍ଛ ଜଳ ଯାଉଛି ।
हरियाणा के मुख्यमंत्री नायब सिंह सैनी जी ने यमुना का पानी पीने का ढोंग किया… और फिर वही पानी वापस यमुना में थूक दिया।
— Arvind Kejriwal (@ArvindKejriwal) January 29, 2025
जब मैंने कहा कि अमोनिया की मिलावट के कारण यमुना का पानी दिल्लीवालों की जान के लिए ख़तरा हो सकता है, तो इन्होंने मुझ पर FIR करने की धमकी दी।
जिस ज़हरीले पानी… pic.twitter.com/xQEVAu9bWh
ହରିୟାଣାରେ କେଜ୍ରିୱାଲଙ୍କ ନାଁରେ ମାମଲା
ଦିଲ୍ଲୀ ନିର୍ବାଚନ ଭୋଟିଂର ଦିନକ ପୂର୍ବରୁ ହରିୟାଣାର କୁରୁକ୍ଷେତ୍ର ଜିଲ୍ଲାରେ ଶାହାବାଦ ପୋଲିସ ଷ୍ଟେସନରେ କେଜ୍ରିୱାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଅରବିନ୍ଦ କେଜ୍ରିୱାଲ ହରିୟାଣା ସରକାରଙ୍କ ନାଁରେ ଯମୁନାରେ ବିଷ ମିଶାଇ ଦିଲ୍ଲୀ ପଠାଉଥିବା ଅଭିଯୋଗ କରିଥିଲେ । ଯେଉଁଥିପାଇଁ ଶାହାବାଦର ଜଣେ ଓକିଲ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବିରୋଧରେ ଅଦାଲତରେ ଅଭିଯୋଗ କରିଥିଲେ । ବିଭିନ୍ନ ଧାରା ଆଧାରରେ କେଜ୍ରିୱାଲଙ୍କ ବିରୋଧରେ ଶାହାବାଦ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା ।
Ammonia levels continue to be 6 times above normal in Yamuna waters, at the point it is entering Delhi from Haryana. Such levels are extremely toxic for the human body. This water cannot be treated and supplied to people of Delhi. Otherwise their lives will be at risk.
— Atishi (@AtishiAAP) January 28, 2025
Have… pic.twitter.com/ZpA5jKPNIp
ହରିୟାଣା ସରକାର, ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ ପାଇଁ ଚେତାବନୀ ଦେଇଥିଲେ । କେଜ୍ରିୱାଲ ଯଥାଶୀଘ୍ର ହରିୟାଣା ଓ ଦିଲ୍ଲୀବାସୀଙ୍କୁ କ୍ଷମା ମାଗନ୍ତୁ ନଚେତ ତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିବୁ । କିନ୍ତୁ ହରିୟାଣା ସରକାର ଏପରି କରିନଥିଲେ ।
झूठ और फरेब का चश्मा उतारो और दोबारा वीडियो देखो केजरीवाल और अगर हिम्मत है तो दिल्ली की तरफ का यमुना का पानी पीकर दिखाओ
— Haryana BJP (@BJP4Haryana) January 29, 2025
राजनीतिक जगत के अब तक के सबसे नीच बयानों का कीर्तिमान कपटी केजरीवाल स्थापित कर रहा है।
केजरीवाल जी आप तो खुद हरियाणा के कपूत हो और आप जानते हो कि हरियाणा के… https://t.co/FrF3QLLeLx pic.twitter.com/L2r6XWRmMP