ହାଇଦ୍ରାବାଦ: ଭାରତରେ ଅଧିକାଂଶ ଲୋକ ଭାତ ଖାଇବାକୁ ପସନ୍ଦ କରନ୍ତି । ଯଦି ଓଡ଼ିଶା କଥା ଦେଖାଯାଏ, ଭାତ ହେଉଛି ଓଡ଼ିଶାବାସୀଙ୍କ ମୁଖ୍ୟ ଖାଦ୍ୟ । ସେ ଲଞ୍ଚ ହେଉ କି ଡିନର୍, ଓଡିଶା ଲୋକଙ୍କ ପ୍ରିୟ ଓ ମୁଖ୍ୟ ଖାଦ୍ୟ ଭାତ । ଭାତରେ ଥିବା ଅନେକ ପୋଷକ ତତ୍ତ୍ବ ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ । ତେବେ ଭିନ୍ନ ଭିନ୍ନ ପ୍ରକାରର ଚାଉଳ ରହିଛି, କିନ୍ତୁ କେଉଁ ଚାଉଳର ଭାତ ସ୍ବାସ୍ଥ୍ୟ ପାଇଁ ଭଲ ? ଏଭଳି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଥାଏ । ଲୋକଙ୍କ ମନରେ ଏହା ମଧ୍ୟ ସନ୍ଦେହ ଥାଏ ଯେ, ଭାତ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ କି ନୁହିଁ ? ଏପରି ସ୍ଥିତିରେ, କେଉଁ ସମୟରେ ଭାତ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ଏବଂ କେଉଁ ସମୟରେ ଭାତ ଖାଇବା ଏଡାଇବା ଉଚିତ, ଜାଣନ୍ତୁ..
କେଉଁ ସମୟରେ ଭାତ ଖାଇବା ଲାଭଦାୟକ ?
ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁସାରେ, ମଧ୍ୟାହ୍ନ ଭୋଜନ ବା Launch timeରେ ଭାତ ଖାଇବା ସ୍ବାସ୍ଥ୍ୟ ପକ୍ଷେ ଭଲ । ଅପରାହ୍ନରେ ଭାତ ଖାଇବା ପାଚନ ତନ୍ତ୍ର ପାଇଁ ବହୁତ ଲାଭଦାୟକ । ଅପରାହ୍ନରେ ଭାତ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ । କାରଣ ଏହି ସମୟରେ ଶରୀର ଶକ୍ତିଶାଳୀ ଭାବରେ କାମ କରେ ଏବଂ ପାଚନ ପ୍ରକ୍ରିୟା ସଠିକ୍ ଭାବରେ ହୋଇଥାଏ ।
କେଉଁ ସମୟରେ ଭାତ ଖାଇବା କ୍ଷତିକାରକ ?
ରାତିରେ ଭାତ ଖାଇବା ଦ୍ବାରା ଓଜନ ବଢ଼ିଥାଏ । ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାନ୍ତି ସେମାନେ ରାତିରେ ଭାତ ଖାଇବା ଉଚିତ ନୁହେଁ । କାରଣ ରାତିରେ ଶରୀରକୁ ଅଧିକ ଶକ୍ତିର ଆବଶ୍ୟକତା ନାହିଁ । ଭାତରେ ପ୍ରଚୁର ପରିମାଣର ଷ୍ଟାର୍ଚ (starch) ଥାଏ, ଯାହାଦ୍ଵାରା ଏହା ଚର୍ବିରେ ପରିଣତ ହୋଇପାରେ । ଯଦି ଆପଣ ରାତିରେ ଭାତ ଖାଇବାକୁ ଚାହାନ୍ତି, ତେବେ ବ୍ରାଉନ୍ ବା ବାଦାମୀ ଚାଉଳର ଭାତ ଖାଇବା ସବୁଠାରୁ ଭଲ ବିକଳ୍ପ । ନଚେତ ରୁଟି, ସୁପ୍ ଏବଂ ସାଲାଡ ଭଳି ହାଲୁକା ଖାଦ୍ୟ ଖାଇବା ସ୍ବାସ୍ଥ୍ୟ ପକ୍ଷେ ଭଲ ।
ଧଳା ଭାତ ଖାଇବା ଭଲ କି ?
ପୋଷଣ ବିଶେଷଜ୍ଞ ଡକ୍ଟର ଅଞ୍ଜଳି ଦେବୀଙ୍କ କହିବା ଅନୁସାରେ, ଅନେକ ଲୋକ ଧଳା ଭାତ ପସନ୍ଦ କରନ୍ତି । ଏଥିରେ ଫାଇବର ପରିମାଣ କମ୍ ଥିବାରୁ, ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି । ସ୍ବାସ୍ଥ୍ୟ ପାଇଁ ଧଳା ଚାଉଳର ଭାତ ବଦଳରେ ବାଦାମୀ ଚାଉଳ, ଲାଲ ଚାଉଳ କିମ୍ବା ଅନ୍ୟାନ୍ୟ ଶସ୍ୟ ବାଛିବା ଭଲ । ଏଗୁଡ଼ିକ ଚର୍ବି ବୃଦ୍ଧି ନକରି ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ବ ଯୋଗାଇଥାଏ । ସାଧାରଣ ଧଳା ଚାଉଳ ଅପେକ୍ଷା, ଲାଲ କିମ୍ବା ବାଦାମୀ ଚାଉଳ ଅଧିକ ଲାଭଦାୟକ । ଏହାକୁ ଖାଇବା କରିବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲ୍ ସ୍ତର ନିୟନ୍ତ୍ରଣରେ ରହିଥାଏ । ଧଳା ଚାଉଳର ବିକଳ୍ପ ଭାବରେ ଲାଲ କିମ୍ବା ବାଦାମୀ ଚାଉଳ ପ୍ରାୟତଃ ବ୍ୟବହାର କରିହେବ ।
ଓଜନ ହ୍ରାସ ପାଇଁ ଭାତ ଛାଡ଼ିବା ଆବଶ୍ୟକ ନାହିଁ ! :
ଆମର ଦୈନନ୍ଦିନ ଖାଦ୍ୟରେ ଭାତ ସବୁବେଳେ ସାମିଲ ଥାଏ । ତଥାପି, ଓଜନ ବଢ଼ିବା ଭୟରେ ଅନେକ ଲୋକ ଭାତ ଖାଇବା ସମ୍ପୂର୍ଣ୍ଣ ବନ୍ଦ କରି ଦିଅନ୍ତି । କିନ୍ତୁ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଯଦି ଠିକ୍ ସମୟରେ ଏବଂ ଠିକ୍ ଉପାୟରେ ଭାତ ଖିଆଯାଏ, ତେବେ ଏହା ସ୍ବାସ୍ଥ୍ୟକୁ କ୍ଷତି ନ ପହଞ୍ଚାଇ ଓଜନ ହ୍ରାସ କରିବାରେ ସହାୟକ ହୋଇପାରିବ ।
ଏହା ମଧ୍ୟ ପଢ଼ନ୍ତୁ.. କେତେ ଉପକାରୀ ଅମୃତଭଣ୍ଡା, ଉଚ୍ଚ ରକ୍ତଚାପ ଓ ଡାଇବେଟିସ ରୋଗୀ ଖାଇବେ ନା ନାହିଁ ? ମାସ ସାରା ଚା' ପିଇବା ବନ୍ଦ କଲେ କଣ ହେବ ? ଶରୀରକୁ କେତେ ଫାଇଦା ଜାଣନ୍ତୁ ... |
Disclaimer: (ଏହି ଖବରରେ ଉଲ୍ଲେଖ କରାଯାଇଥିବା ସୂଚନା ନିର୍ଦ୍ଦିଷ୍ଟ ଗବେଷଣାରୁ ପ୍ରାପ୍ତ ହୋଇଛି ଏବଂ ଏହାର ମତାମତ ଗବେଷଣା ସହିତ ଜଡିତ ଓ ଗବେଷକ-ବିଶେଷଜ୍ଞଙ୍କ ବ୍ୟକ୍ତିଗତ ମତାମତ । ଏଠାରେ ଦିଆଯାଇଥିବା କୌଣସି ପରାମର୍ଶ ଅନୁସରଣ କରିବା ପୂର୍ବରୁ, ଜଣେ ଡାକ୍ତରୀ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ । ଯଦି ଆପଣଙ୍କର ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି, ତେବେ ଆପଣ ପ୍ରଥମେ ଡାକ୍ତରଙ୍କୁ ଜଣାଇବା ଉଚିତ ) ।