ହାଇଦ୍ରାବାଦ: ବେଳେବେଳେ ପରିସ୍ରା କରିବା ସମୟରେ ମୂତ୍ରରୁ ଫେଣ ପଡ଼ୁଥିବାର ଦେଖାଯାଏ । ଏହାକୁ ସାଧାରଣ ଭାବି ଆମେ ଅଣଦେଖା କରିଦେଉ । ପରିସ୍ରାରେ ଫେଣ ପଡ଼ିବା ସ୍ବାଭାବିକ । ହେଲେ ଏହାକୁ ଅଣଦେଖା କରନ୍ତୁ ନାହିଁ । ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ବାରମ୍ବାର ଏଭଳି ଘଟିବା ଏକ ଗୁରୁତର ସମସ୍ୟାର ସଙ୍କେତ ହୋଇପାରେ । ବେଳେ ବେଳେ କିଡନୀ ସମସ୍ୟା ହେତୁ ପରିସ୍ରାରେ ଫେଣ ବାହାରିପାରେ । ଯଦି ପରିସ୍ରାରେ ବାରମ୍ବାର ଫେଣ ହେଉଥିବାର ଦେଖୁଛନ୍ତି ଏହାକୁ ଗମ୍ଭୀରତାର ସହ ନେଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ପରିସ୍ରାରେ ଫେଣ ପଡ଼ିବା କ୍ରୋନିକ କିଡନୀ ରୋଗର (Chronic kidney disease) ରୋଗର ଚେତାବନୀ ସଙ୍କେତ ହୋଇପାରେ । ତେଣୁ ଏହାକୁ ଅଣଦେଖା ନକରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ପରିସ୍ରାର ରଙ୍ଗ ପରିବର୍ତ୍ତନ, ପରିସ୍ରା ସମୟରେ ଜ୍ବଳନ ହେବା, ପରିସ୍ରା ସମୟରେ ଫେଣ ହେବା, ଡିହାଇଡ୍ରେସନ କିମ୍ବା ମୂତ୍ରନଳୀ ସଂକ୍ରମଣର ମୁଖ୍ୟ କାରଣ ହୋଇପାରେ । ପରିସ୍ରାରେ ପୁସ (PUS) ଥିଲେ ମଧ୍ୟ ପରିସ୍ରାରେ ଫେଣ ହୋଇପାରେ । ଯୋନୀରେ ସଂକ୍ରମଣ, ୟୁରିନ ବ୍ଲାଡର ସଂକ୍ରମଣ, କେଲମାଝଡିଆ (chlamydia ), କିଡନୀ ଷ୍ଟୋନ ଯୋଗୁଁ ଏଭଳି ସମସ୍ୟା ମଧ୍ୟ ହୋଇପାରେ । ଅନେକ ସମୟରେ ଏହା ପ୍ରଭାବରେ ସୁଗାର, ହାର୍ଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଥାଏ । ତେଣୁ ଯଦି ଆପଣ କିମ୍ବା ଆପଣଙ୍କ ଆଖ ପାଖରେ କେହି ଏଭଳି ସମ୍ମୁଖୀନ ହେଉଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ପରିସ୍ରାରେ ଫେଣର କାରଣ:
କିଡନୀ ସମସ୍ୟା:
NCBIରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯଦି କିଡନୀ ସଠିକ୍ ଭାବରେ କାମ କରୁନାହିଁ, ତେବେ ମୂତ୍ରରେ ଫେଣ ଦେଖା ଦେଇପାରେ । ଏହାସହ କିଡନୀ ସମସ୍ୟା ମଧ୍ୟ ପରିସ୍ରାରେ ଫେଣ ହେବାର ଏକ ପ୍ରମୁଖ କାରଣ ହୋଇପାରେ ।
ମଧୁମେହ:
ମଧୁମେହ ରୋଗୀଙ୍କ ହାଇ ସୁଗାର ଲେଭଲ ପରିସ୍ରାରେ ଫେଣ ହେବାର କାରଣ ହୋଇପାରେ । ଯଦି ରକ୍ତରେ ଶର୍କରା ସ୍ତର ଅଧିକ ହୁଏ, ତେବେ ଏହା ମୁତ୍ରରେ ଫେଣ ସୃଷ୍ଟି କରିଥାଏ । ମୂତ୍ରନଳୀ ସଂକ୍ରମଣ (urinary tract infection) କିମ୍ବା ଅଣ୍ଡକୋଷରେ ସମସ୍ୟା (prostate problems) କାରଣରୁ ପରିସ୍ରାରେ ଫେଣ ହୋଇପାରେ ।
ମୂତ୍ରନଳୀ ସଂକ୍ରମଣ:
ମୂତ୍ରନଳୀ ସଂକ୍ରମଣ (UTI) ହେଉଛି ଏକ ଜୀବାଣୁ ସଂକ୍ରମଣ ଯାହା ୟୁରିନାରୀ ସିଷ୍ଟମରେ ଦେଖାଯାଏ । ମୂତ୍ରନଳୀ ସଂକ୍ରମଣ ମୂତ୍ରାଶୟ ଓ ମୂତ୍ରମାର୍ଗ ନଳୀ (urethra)କୁ ପ୍ରଭାବିତ କରିଥାଏ । ଏହା କିଡନୀ ଓ ୟୁରିନାରୀ ସିଷ୍ଟମକୁ ପ୍ରଭାବିତ କରିଥାଏ ।
କ'ଣ କ'ଣ ଯାଞ୍ଚ କରିବା ଜରୁରୀ:
ୟୁରିନାଲିସିସ୍:
ମୂତ୍ରରେ ପ୍ରୋଟିନ, ଗ୍ଲୁକୋଜ ଓ ଅନ୍ୟ ଫ୍ୟାକ୍ଟର୍ସର ଯାଞ୍ଚ କରିବା ଜରୁରୀ । ପରିସ୍ରା ପରୀକ୍ଷା କରିବାର ଏକ ପଦ୍ଧତି ହେଉଛି ୟୁରିନାଲିସିସ୍ । ମୂତ୍ରାଶୟ ସଂକ୍ରମଣ, କିଡନୀ ରୋଗ, ମଧୁମେହ ଏବଂ ଯକୃତ ସମସ୍ୟା ପରି ଅନେକ ରୋଗ ଚିହ୍ନଟ ଏବଂ ପରିଚାଳନା କରିବାରେ ୟୁରିନାଲିସିସ୍ ଟେଷ୍ଟ ସାହାଯ୍ୟ କରେ । ୟୁରିନାଲିସିସ୍ ନିୟମିତ ପରୀକ୍ଷା କିମ୍ବା ଏକ ନିର୍ଦ୍ଦିଷ୍ଟ ରୋଗ ପାଇଁ କରାଯାଇପାରେ । ଅସ୍ତ୍ରୋପଚାର ପୂର୍ବରୁ ମଧ୍ୟ ନିୟମିତ ପରିସ୍ରା ପରୀକ୍ଷା କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି ।
କିଡନୀ ପରୀକ୍ଷା ( Kidney Function Test): କିଡନୀ ଫଙ୍କ୍ସନ୍ ଯାଞ୍ଚ କରିବା ପାଇଁ ଏହି ଟେଷ୍ଟ କରନ୍ତୁ ।
ମାଇକ୍ରୋଏବ୍ଲ୍ୟୁମିନି ପରୀକ୍ଷା (Microalbumin test): ପରିସ୍ରାରେ ପ୍ରୋଟିନ ଯାଞ୍ଚ ପାଇଁ ଏହି ପରୀକ୍ଷା କରନ୍ତୁ ।
ଅଲଟ୍ରାସାଉଣ୍ଡ (kidney-prostate test): କିଡନୀ ଓ ମୁତ୍ରାଶୟର ଯାଞ୍ଚ ପାଇଁ ଏହି ପରୀକ୍ଷା କରନ୍ତୁ ।
ଏହା ମଧ୍ୟ ପଢ଼ନ୍ତୁ...କ୍ରିମ ଭଳି କାମ କରେ ଚାଉଳ ପାଣି: ଏମିତି ଲଗାନ୍ତୁ ମୁହଁରେ ଏହା ମଧ୍ୟ ପଢ଼ନ୍ତୁ...ବିଳମ୍ବିତ ରାତି ଯାଏଁ ପଢୁଥିଲେ ସାବଧାନ ! ଏହି ସମସ୍ୟା ହୋଇପାରେ |
କେବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ:
ଯଦି ବାରମ୍ବାର ପରିସ୍ରା ଫେଣ ହେଉଛି, ପରିସ୍ରାର ରଙ୍ଗ ଗାଢ଼ ହଳଦିଆ, ଲାଲ କିମ୍ବା ଅସାଧାରଣ ହେଖାଯାଉଛି, ପରିସ୍ରା ସମୟରେ ଯନ୍ତ୍ରଣା କିମ୍ବା ଜ୍ବଳନ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।
Disclaimer: ଏଠାରେ ଆପଣଙ୍କୁ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଏବଂ ପରାମର୍ଶ କେବଳ ଆପଣଙ୍କ ଜାଣିବା ପାଇଁ । ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ, ଚିକିତ୍ସାକଙ୍କ ପରାମର୍ଶ ଉପରେ ଆଧାର କରି ଏହି ସୂଚନା ପ୍ରଦାନ କରୁଛୁ । ଏଗୁଡିକ ଅନୁସରଣ କରିବା ପୂର୍ବରୁ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ ନେବା ଉଚିତ ।