ଚାନ୍ଦିଲି ପାହାଡ ମହୋତ୍ସବ, ମନ ମୋହିଲା କଂସ ରାଜୁତି ସହ ଲୋକନୃତ୍ୟ - CHANDILI PAHAD MAHOTSAV 2025
🎬 Watch Now: Feature Video
Published : Jan 5, 2025, 10:13 PM IST
ବଲାଙ୍ଗୀର: ଜିଲ୍ଲାରେ ଚାନ୍ଦିଲି ପାହାଡ ମହୋତ୍ସବ ଉଦଯାପିତ । 5 ଦିନ ଧରି ଚାଲିଥିବା ଏହି ଉତ୍ସବ, ଶତାଧିକ ଦର୍ଶକଙ୍କ ମନୋରଞ୍ଜନ କରିଥିବା ବେଳେ ଶେଷ ଦିନରେ ମଧ୍ୟ କଂସ ମହାରାଜାଙ୍କ ରାଜୁତି ସହ ବିଭିନ୍ନ ଅଞ୍ଚଳର ଲୋକନୃତ୍ୟ ଲୋକମାନଙ୍କୁ ବେଶ ଆକୃଷ୍ଟ କରିଥିଲା।
ଚାନ୍ଦିଲି ପାହାଡ ମହୋତ୍ସବ ଉଦଯାପିତ
ବଲାଙ୍ଗୀରର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଚାନ୍ଦିଲି ପାହାଡ ପାଦ ଦେଶରେ ପାଞ୍ଚ ଦିନ ଧରି ଚାଲିଥିବା ଚାନ୍ଦିଲି ପାହାଡ଼ ମହୋତ୍ସବ ଶନିବାର ରାତିରେ ଉଦଯାପିତ ହୋଇଛି । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକକଳା ସଂଗଠନ ଓ ସ୍ଥାନୀୟ ଲୋକକଳା ନୃତ୍ୟ ଗୀତ ପ୍ରଦର୍ଶିତ ହୋଇଥିଲା । ସେହିପରି ପାଞ୍ଚ ଦିନ ଧରି ଏଠି କଂସ ଦରବାର ଆୟୋଜିତ ହୋଇଥିଲା ଏବଂ କଂସର ରାଜୁତିରେ ସାରା ଅଞ୍ଚଳ କମ୍ପିଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ଲୋକେ ଏହି ମହୋତ୍ସବରେ ସାମିଲ ହୋଇ ଉପଭୋଗ କରିଥିଲେ ।
ପୌରାଣିକ ତଥା ଐତିହାସିକ ପୃଷ୍ଠଭୂମି ପାଇଁ ଚାନ୍ଦିଲି ପାହାଡ଼ ପରିଚିତ
ଚାନ୍ଦିଲି ପାହାଡ଼ ସହିତ ଅନେକ କିମ୍ବଦନ୍ତୀ ଜଡିତ ଥିବା ବେଳେ ପୌରାଣିକ ଓ ଐତିହାସିକ ପୃଷ୍ଠଭୂମି ପାଇଁ ଏହା ପରିଚିତ । ଏହି ଅଞ୍ଚଳର ବିକାଶ ପାଇଁ ସବୁ ବେଳେ ଦାବି ହୋଇ ଆସୁଛି । ଏହାର ବିକାଶ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ମହୋତ୍ସବ ଗତ ଆଠ ବର୍ଷ ଧରି ହୋଇ ଆସୁଆସୁଛି ।
ସ୍ଥାନୀୟବାସିନ୍ଦା ରୀନା ମେହେର କହିଛନ୍ତି," ଏହି ଚାନ୍ଦିଲି ପାହାଡ଼ ମହୋତ୍ସବ ମହାଆଡମ୍ବର ସହ ପାଳିତ ହୋଇଯାଇଛି । ପାଞ୍ଚ ଦିନ ଧରି ଏଠି ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କୁ ବେଶ ମଜା ଦେଇଛି । ତେବେ ଏହି ପର୍ଯ୍ୟଟନସ୍ଥଳୀର ଆହୁରି ବିକାଶ ଆବଶ୍ୟକ ରହିଛି । ସରକାର ଏହାର ବିକାଶ ପାଇଁ ପଦକ୍ଷେପ ନେଲେ ଅଞ୍ଚଳର ବିକାଶ ହେବ । ସେହିପରି ପାଞ୍ଚ ଦିନ ଧରି ପାଳିତ ହୋଇଥିବା ଏହି ଉତ୍ସବରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ।"
ସେହିପରି ଚାନ୍ଦିଲି ପାହାଡ ମହୋତ୍ସବ ଆୟୋଜକ କମିଟି ସଦସ୍ୟ ଗୋପାଳ ଚନ୍ଦ୍ର ମିଶ୍ର କହିଛନ୍ତି," ଗତ 30 ତାରିଖରୁ ଏହି ଚାନ୍ଦିଲି ପାହାଡ଼ ମହୋତ୍ସବ ଆୟୋଜିତ ହୋଇଥିଲା । ତିନି ଦିନ ଧରି ଏଠି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଯେଉଁଥିରେ ପ୍ରବକ ଜନ ସମାଗମ ହୋଇଥିଲା । ଏଠିକାର ପୌରାଣିକ ବିଷୟବସ୍ତୁ ଓ କିମ୍ବଦନ୍ତୀ ବାବଦରେ ଲୋକେ ଜାଣିଥିଲେ । ଲୋକେ ଏହାକୁ ଖୁବ ଆନନ୍ଦର ସହ ଦେଖିଥିଲେ । ଏହି ଅଞ୍ଚଳର ଅନେକ ପ୍ରତିଭା ଓ ନେତାମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।"
ଏହାମଧ୍ୟ ପଢନ୍ତୁ... ସମ୍ବଲପୁର ଲୋକ ମହୋତ୍ସବ ଉଦଘାଟିତ, ମନମୋହିଲା ଫ୍ୟୁଜନ ଡ୍ୟାନ୍ସ ଧର୍ମଶାଳା ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଲ୍ଦୁଲି ମହୋତ୍ସବରେ ଦୁଲୁକିଲା ଝାରସୁଗୁଡ଼ା, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ |
ଚାନ୍ଦିଲି ପାହାଡ଼ର ବିକାଶ
ସେପଟେ ସ୍ଥାନୀୟ ଦେଓଗାଁ ବିଡ଼ିଓ ପ୍ରିୟଦର୍ଶନ ପ୍ରଧାନ କହିଛନ୍ତି," ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଦେଶଣ୍ଡ ଗ୍ରାମଠାରେ ଚାନ୍ଦିଲି ପାହାଡ଼ ପର୍ଯ୍ୟଟନସ୍ଥଳୀ ଅବସ୍ଥିତ । ଏହି ପୀଠର ପୌରାଣିକ ତଥା ଐତିହାସିକ ପୃଷ୍ଠଭୂମି ରହିଛି । ସେହିପରି ଏହାର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଯାହାର ଅନେକ କାମ ଏବେ ବି ଚାଲିଛି । ତେବେ ଏହାର ବିକାଶ ହେଲେ ଅଞ୍ଚଳର ବିକାଶ ହେବ।"
ଇଟିଭି ଭାରତ, ବଲାଙ୍ଗୀର