ଆଜିଠାରୁ ଶହୀଦ ସପ୍ତାହ ଆରମ୍ଭ; ସୀମା ସିଲ କଲା ପୋଲିସ, ଯାଞ୍ଚ କଡାକଡି - Security Tightened in malkangiri
🎬 Watch Now: Feature Video

ମାଲକାନଗିରି: ଆଜିଠାରୁ ନକ୍ସଲଙ୍କ ଶହୀଦ ସପ୍ତାହ ଆରମ୍ଭ ହେଉଛି। ଜୁଲାଇ 28ରୁ ଅଗଷ୍ଟ 3 ତାରିଖ ପର୍ଯ୍ୟନ୍ତ ନକ୍ସଲମାନେ ଗାଁ ଗାଁରେ ଏହି ସପ୍ତାହକୁ ପାଳନ କରିବେ ବୋଲି ସୂଚନା ମିଳିଛି। ଯାହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୀମା ସିଲ କରାଯିବା ସହ ଯାଞ୍ଚ କଡାକଡି କରାଯାଉଛି । ଅଜଣା ବ୍ୟକ୍ତିଙ୍କୁ ଦେଖିଲେ ତାଙ୍କର ପରିଚୟ ପଚରାଯିବା ସହ ତାଙ୍କ ସମ୍ପର୍କରେ ସବିଶେଷ ବିବରଣୀ ପୋଲିସ ନେଉଛି। ଆନ୍ଧ୍ର, ତେଲେଙ୍ଗାନା ଏବଂ ଛତିଶଗଡ ସୀମାକୁ ସିଲ କରିବା ସହ ନକ୍ସଲ ଗତିବିଧି ଉପରେ ନଜର ରଖିଛି ପୋଲିସ। ସେହିପରି ଗୁଇନ୍ଦା ବିଭାଗକୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।