ଲୋକାୟୁକ୍ତ: ସାଧାରଣ ଲୋକଙ୍କ ନ୍ୟାୟଦାତା, ଦୁର୍ନୀତିର ସଂହାରକର୍ତ୍ତା - ଲୋକାୟୁକ୍ତଙ୍କ ପ୍ରଭାବ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8467354-thumbnail-3x2-lokayukta.jpg)
ଭୁବନେଶ୍ବର/ଯାଜପୁର: ଲୋକୟୁକ୍ତ ଗଠନକୁ ପୂରିଛି 6 ମାସ। ଏହାରି ଭିତରେ ଅନେକ ବଡ଼ ବଡ଼ ମାମଲା ଶୁଣାଣି କରି ନିରାଶ୍ରୟଙ୍କୁ ମିଳିଛି ନ୍ୟାୟ । କେବଳ ସେତିକି ନୁହେଁ ବଡ଼ ବଡ଼ ଦାଗୀ ଅଧିକାରୀଙ୍କୁ ବି କାଠଗଡରେ ଛିଡା କରାଇଛନ୍ତି ଲୋକାୟୁକ୍ତ । ଲୋକଙ୍କ ଆସ୍ଥା ଭାଜନ ହେବ ସହିତ ନ୍ୟାୟ ପ୍ରଦାନ କରି ଚର୍ଚ୍ଚାରେ ରହିଛନ୍ତି ଲୋକୟୁକ୍ତ । 2019 ଏପ୍ରିଲ ପହିଲାରୁ ରାଜ୍ୟରେ ପ୍ରଥମ ଲୋକାଯୁକ୍ତ ଭାବରେ ଦାୟିତ୍ବ ନେଲେ ଗୌହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି । ଲୋକାୟୁକ୍ତ ଗଠନ ହେବା ଦିନଠାରୁ ଅନେକ ମାମଲା ପ୍ରତିଦିନ ଆସୁଛି। ସଫଳତା ବି ମିଳିଛି। ଏପ୍ରିଲରୁ ଗତ ଫେବୃଆରୀ ମଧ୍ୟରେ ମୋଟ 1526ଟି ମାମଲା ଆନୁଷ୍ଠାନିକ ଭାବରେ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି ଲୋକାୟୁକ୍ତ। ଏଥିରୁ 820ଟି ମାମଲାର ଶୁଣାଣି ଶେଷ ହୋଇଛି। ପୂର୍ବରୁ ଲୋକପାଳଙ୍କ ନିକଟରେ ଥିବା 118ଟି ମାମଲା ଲୋକୟୁକ୍ତଙ୍କ ପାଖକୁ ଆସିଛି। ଏଥିରୁ 111ଟି ମାମଲାରେ ଶୁଣାଣି ସରିଛି । 7 ମାମଲା ପଡି ରହିଛି। ତେବେ ଏହାରି ଭିତରେ ଅନେକ ହାଇପ୍ରୋଫାଇଲ ମାମଲା ଶୁଣାଣି କରି ବେଶ ଚର୍ଚ୍ଚାକୁ ଆସିଛନ୍ତି ଲୋକାୟୁକ୍ତ।