ଆଦର୍ଶ ଲୋକକଳା ଗାଁର ମାନ୍ୟତା ପାଇଲା ‘ଖଜୁରିପୁଟ’ - ଜିଲ୍ଲା ସଂସ୍କୃତି ଅଧିକାରୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-4638484-thumbnail-3x2-kpt.jpg)
କୋରାପୁଟ: ପାହାଡ଼ର ପାଦଦେଶର କୋରାପୁଟର ଛୋଟ ଗାଁ ଖଜୁରିପୁଟ । ସଞ୍ଜ ନଇଁ ଆସିଲେ ଆଦିବାସୀ ରମଣୀ ଗୁଣୁଗୁଣୁ ହୋଇ ଗୀତ ଗାଏ ଆଉ ତା ଗୀତକୁ ଗାଁ ମୁଣ୍ଡରୁ ଶୁଣିଆସୁଥିବା କ୍ଳାନ୍ତ ଯୁବକ ନିଜ କାନ୍ଧରୁ କୋଦାଳଟିକୁ ଓହ୍ଲାଇ ଦେଇ ତା ସୁରରେ ସୁର ମିଶାଇଦେବାକୁ ଭଲପାଏ । ଗାଁରେ ଅନ୍ଧାର ଯେତେ ବଢି ବଢି ଚାଲେ ଗାଁର ଯୁବକ ଯୁବତୀ ସେତିକି ମାତ୍ରାରେ ଏକାଠି ହୋଇଯାଆନ୍ତି ସାଥି ହୋଇ ନାଚି ଉଠିବାକୁ ।