ଆଦିବାସୀଙ୍କ ଆଶାର ଆଲୋକ ‘ଲଳିତା ଖିଲ’ - କୋରାପୁଟର ଲଳିତା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6374508-386-6374508-1583940443221.jpg)
କୋରାପୁଟ: ଖଗଦରାର ସେ ଦଶମ ପର୍ଯ୍ୟନ୍ତ ପାଠ ପଢିଥିବା ପ୍ରଥମ ଝିଅ ଓ ପ୍ରଥମ ମହିଳା ୱାର୍ଡ ମେମ୍ବର । ନାଁ ତାଙ୍କ ଲଳିତା ଖିଲ, ଗାଁରେ ସମସ୍ତଙ୍କ ପାଇଁ ଆଶାର ଆଲୋକ । କାହାକୁ ଡାକ୍ତରଖାନା ନେବାକୁ ହେବ, କାହାର ଭତ୍ତା ପଇସା ପାଇବାରେ ଅସୁବିଧା ହେଉଛି , ଗାଁରେ ଜଳାଭାବ ଦେଖା ଦେଇଛି ତ ଗାଁକୁ ରାସ୍ତାଟିଏ ନାହିଁ, ସବୁଠିକୁ ଲଳିତାଙ୍କୁ ଡାକରା । ସବୁଠି ସେ ଅଣ୍ଟାଭିଡ଼ି ଆଗକୁ ଆସିଛନ୍ତି , ନେତୃତ୍ୱ ନେଇଛନ୍ତି ଓ ଯଥା ସମ୍ଭବ ସମସ୍ୟାର ସମାଧାନ ଖୋଜିବାରେ ସହାୟକ ହୋଇଛନ୍ତି । ଏବେ ସମସ୍ତେ ତାଙ୍କରି ଆଡକୁ ଅନାଇରହିଛନ୍ତି ଜମି ପଟ୍ଟାଟିଏ ପାଇବା ପାଇଁ । ଲଳିତା ମଧ୍ୟ ଏ ଦିଗରେ ପ୍ରାଥମିକତା ଦେଇଛନ୍ତି ।