ଶାବର ଶ୍ରୀକ୍ଷେତ୍ର: ଆଦିବାସୀ ପରମ୍ପରାରେ ପୂଜା ପାଆନ୍ତି ତିନି ଠାକୁର - ଆଦିବାସୀ ପୂଜକ
🎬 Watch Now: Feature Video

କୋରାପୁଟ: ଜଗନ୍ନାଥ ଚେତନା ଓ ସଂସ୍କୃତିର ବାର୍ତାବହ ସାଜିଛି ଶାବର ଶ୍ରୀକ୍ଷେତ୍ର କୋରାପୁଟର ଜଗନ୍ନାଥ ମନ୍ଦିର ପରିସର । ଆଦିବାସୀଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ମୁଖ୍ୟ ମନ୍ଦିରରେ ପୂଜା ପାଇଥା’ନ୍ତି। ଏଠାରେ ଥିବା ମୁଖ୍ୟ ମନ୍ଦିର ବେଢ଼ା ଯୁଗେ ଯୁଗେ ଜଗନ୍ନାଥ, ଭାରତ ଦର୍ଶନ ଓ ଉତ୍କଳ ଦର୍ଶନ ବେଢା ଭକ୍ତଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥଙ୍କ ଜଗତବ୍ୟାପୀ ଉପସ୍ଥିତିର ଭାବ ପ୍ରକାଶ କରିଥାଏ ।