ଗୁଗଲରେ ପ୍ରଦୀପ୍ତ ନାୟକଙ୍କୁ ଖୋଜିଲେ ଆସୁଛି ଅଶାଳୀନ ଭାଷା - Indecent comments on Wikipedia issue
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10243979-thumbnail-3x2-pradi.jpg)
ଭୁବନେଶ୍ବର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ପ୍ରତି ସୋସିଆଲ ମିଡିଆରେ ଅଶାଳୀନ ବ୍ୟବହାର । ଗୁଗଲରେ ନେତାଙ୍କ ନାମ ଖୋଜିଲେ ଅଶାଳୀନ ଭାଷା ଲେଖାଯାଇଥିବା ନଜର ଆସୁଛି । ଯାହାକି କେହି ଦୁର୍ବୃତ୍ତ ଲେଖିଥିବା ଅଭିଯୋଗ କରିଛନ୍ତି ପ୍ରଦୀପ୍ତ ନାୟକ । ଏନେଇ ସେ ଡିଜି ପୋଲିସଙ୍କୁ ଜଣାଇବେ ଏବଂ ସାଇବର ଥାନାରେ ଅଭିଯୋଗ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି । ଘଟଣାକୁ ଅତ୍ୟନ୍ତ ନିନ୍ଦନୀୟ କହି ଏ ଘଟଣା ପଛରେ ଥିବା ଲୋକମାନଙ୍କ ଉପରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ପ୍ରଦୀପ୍ତ ନାୟକ କହିଛନ୍ତି ।