ଗଜପତିରେ ବର୍ଷା ବିତ୍ପାତ, 4 ବ୍ଲକର 500 ଲୋକ ସ୍ଥାନାନ୍ତରିତ - Heavy Rainfall
🎬 Watch Now: Feature Video

ଗଜପତି: ଗଭୀର ଅବପାତ ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହାର ପ୍ରଭାବରେ ଗଜପତି ଜିଲ୍ଲାରେ ସୋମବାର ଠାରୁ ପ୍ରବଳ ବର୍ଷା ଜାରି ରହିଛି । ଘଡିଏ ପାଇଁ ବି ବର୍ଷା ଥମୁନଥିଲା ବେଳେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ସେପଟେ ଲଗାଣ ବର୍ଷା ଜାରି ଥିବାରୁ ପାହା଼ଡିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଉପୁଜିଛି । ଏଣୁ କାଶୀନଗର, ରା.ଉଦୟଗିରି, ରାୟଗଡ ଏବଂ ଗୁମ୍ମା ଭଳି ୪ ବ୍ଲକର ୫୦୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇ ରନ୍ଧାଖାଦ୍ୟ ଯୋଗାଯାଉଛି ।