ଫାସିଗୁଡା ପଞ୍ଚାୟତରେ ଚାଲିଛି ଜୋରସୋର ପ୍ରଚାର - Fasiguda news
🎬 Watch Now: Feature Video

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତରେ ଗଠନ କରିବା ଲକ୍ଷ୍ୟ ଆହ୍ବାନ ଦେଇ ଚାଲିଛି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର । ପଞ୍ଚାୟତରେ ଘରକୁ ଘର ବୁଲି ପ୍ରାର୍ଥୀମାନେ ପ୍ରଚାର ଜାରି ରଖିଛନ୍ତି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାମବାସୀ ଏଠାରେ ଦୁଇ ଶିକ୍ଷିତ ମହିଳାଙ୍କୁ ସରପଞ୍ଚ ଓ ସମିତିସଭ୍ୟା ପ୍ରାର୍ଥୀ କରାଇଛନ୍ତି । ଯାହାକୁ ନେଇ ପଞ୍ଚାୟତରେ ବିକାଶ କରିବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ବାନ କରି ସରପଞ୍ଚ ପ୍ରାର୍ଥନୀ ଗୈରୀ କୁମାରୀ ବିଷୋୟୀ ଓ ସମିତି ସଭ୍ୟା ଭାବରେ ପ୍ରତିଦ୍ବନ୍ଦିତା କରୁଥିବା କବିତା ସେଠୀ ପ୍ରଚାର ଜାରି ରଖିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ