ବିନା ଜାକଜମକରେ ମା'ଙ୍କୁ ମେଲାଣି, ଅସ୍ଥାୟୀ ପୋଖରୀରେ ବିସର୍ଜନ - durga puja 2020

🎬 Watch Now: Feature Video

thumbnail

By

Published : Oct 27, 2020, 9:37 AM IST

ଭୁବନେଶ୍ବର: ଜଗତଜନନୀ ମା' ଦୁର୍ଗା ଧରାପୃଷ୍ଠରୁ ଆଜି ବିଦାୟ ନେଉଛନ୍ତି । କୋରୋନା କଟକଣା ମଧ୍ୟରେ ଶାନ୍ତି ଶୃଙ୍ଖଳା ମଧ୍ୟରେ ମା'ଙ୍କ ବିଜୟା ଦଶମୀ ପୂଜା ସରିବା ପରେ ଆଜି ମା'ଙ୍କୁ ମେଲାଣି ଦିଆଯାଉଛି । ଏଥିଲାଗି କଟକ ଓ ଭୁବନେଶ୍ବରରେ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି । କଟକରେ ୧୪ଟି ସ୍ଥାନରେ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା ହୋଇଛି । ସେହିପରି ରାଜଧାନୀରେ ଦୟା ଓ କୁଆଖାଇ ନଦୀରେ ଅସ୍ଥାୟୀ ବ୍ୟବସ୍ଥା ହୋଇଛି । କୋରୋନା କଟକଣା ପାଇଁ ମେଢ ଶୋଭାଯାତ୍ରା ମନା ଥିବାରୁ ବିନା ଜାକଜମକରେ ମା'ଙ୍କ ଭଷାଣି ଯାତ୍ରା ହେଉଛି । ତେବେ ଗାଇଡଲାଇନ ହିସାବରେ 5 ରୁ 7 ଜଣ ମଧ୍ୟରେ ମା'ଙ୍କୁ ବିସର୍ଜନ କରାଯିବ । ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.