ନୂତନ ଶିକ୍ଷାନୀତି ପ୍ରସଙ୍ଗ: ଜିଡିପିର 6 ପ୍ରତିଶତକୁ ଖର୍ଚ୍ଚକୁ ନେଇ ସନ୍ଦେହ - sambalpur college
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8466771-thumbnail-3x2-db.jpg)
ସମ୍ବଲପୁର: ଦୀର୍ଘ 34 ବର୍ଷ ପରେ ବଦଳିଲା ଭାରତର ଶିକ୍ଷାନୀତି । ସ୍କୁଲ ଓ କଲେଜ ବ୍ୟବସ୍ଥାରେ ଅଣାଯାଇଛି ବ୍ୟାପକ ପରିବର୍ତ୍ତନ । ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବାକୁ କେନ୍ଦ୍ର ସରକାର ଏହି ନୂତନ ଶିକ୍ଷାନୀତି ପ୍ରଣୟନ କରିବାକୁ ଯାଉଛନ୍ତି । ଯେଉଁଥିରେ ଦେଶରେ 6 ପ୍ରତିଶଡ ଜିଡିପି ବିନିଯୋଗ କରାଯିବ । ଏଥିସହ ଆସନ୍ତା 15 ବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟ ଗୁଡିକରେ ଥିବା ଡିଗ୍ରୀ କଲେଜ ଗୁଡିକୁ ସ୍ବଂୟ ଶାସିତ କ୍ଷମତା ଦିଆଯିବାର ପ୍ରାବଧାନ ରହିଛି । ଏହି ନୂତନ ଶିକ୍ଷାନୀତି କେତେ ସଫଳ ହେବ ଓ ଗୁଣାତ୍ମକ ଶିକ୍ଷା ପାଇଁ କେତେ ସହାୟକ ହେବ ତାହାକୁ ନେଇ ମିଶ୍ରିତ ପ୍ରତ୍ରିକ୍ରିୟା ଦେଖିବାକୁ ମିଳିଛି ।