thumbnail

By

Published : Dec 13, 2021, 4:18 PM IST

ETV Bharat / Videos

୪ ଦିନ ହେଲା ସୁମିତ ଗାୟବ, ପୁଣି ଚିନ୍ତାରେ ତପସ୍ବିନୀ

ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚିତ ଡିମ୍ପଲ ଓ ସୁମିତ ବିବାହା ବିବାଦ ତୁଟିବାର ନାଁ ନେଉନି । ଆସିକା ଚିନିଶିଳ୍ପ ଅଞ୍ଚଳରୁ ସ୍ୱାମୀ ସୁମିତ ଯିବାର ୪ଦିନ ହେଲାଣି । ହେଲେ ତାଙ୍କ ଫେରିବା ନଫେରିବା ନେଇ କୌଣସି ସୂଚନା ମିଳିପାରୁନାହିଁ । ଏହାକୁ ନେଇ ଡିମ୍ପଲ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସ୍ଵାମୀଙ୍କୁ ହରାଇଦେବା ଭୟରେ ରହିଛନ୍ତି ଡିମ୍ପଲ । କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଡିମ୍ପଲଙ୍କୁ ଏକା ଛାଡ଼ି ଅଜ୍ଞାତବାସରେ ଅଛନ୍ତି ସୁମିତ । ପୋଲିସ ମଧ୍ୟ ଏ କ୍ଷେତ୍ରରେ ଏବେ ଅସହାୟ ପାଲଟିଛି । ପୁଣି ନିରାଶ୍ରୟ ହୋଇ ପଡ଼ିଛନ୍ତି ଡିମ୍ପଲ । ବର୍ତ୍ତମାନ ସୁମିତଙ୍କ ପରିବାର ଲୋକ ମଧ୍ୟ ନିଜ ବାସଭବନରେ ନାହାନ୍ତି । ଏଭଳି ସ୍ଥିତିରେ ତପସ୍ବିନୀଙ୍କ ସଂଗ୍ରାମ ଆହୁରି କଠିନ ହେବା ନେଇ ଆଲୋଚନା ହେଉଛି । ସୁମିତ ଫେରିବେ କି ନାହିଁ ତାହାରି ଉପରେ ସଭିଁଙ୍କ ନଜର ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.