ମିଳିଲାନି ମହାପ୍ରଭୁଙ୍କ ଦର୍ଶନ, କୋହ ସମ୍ଭାଳିପାରୁନି ଶ୍ରଦ୍ଧାଳୁ - ପୁରୀ ଜଗନ୍ନାଥ ମନ୍ଦିର
🎬 Watch Now: Feature Video
ପୁରୀ: ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ଦୁର୍ଲ୍ଲଭ ଓ ଆକର୍ଷଣୀୟ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି । କିନ୍ତୁ କୋଭିଡ କଟକଣା ପାଇଁ ଦର୍ଶନରୁ ବଞ୍ଚିତ ହୋଇ କାନ୍ଦି ପକାଉଛି ଭକ୍ତ । ମହାପ୍ରଭୁଙ୍କ ଏହି ବେଶ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥାଏ । କିନ୍ତୁ ଏଥର ଖାଁ ଖାଁ ହୋଇଯାଇଛି ଶ୍ରୀମନ୍ଦିର ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ