ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କୁ ନିର୍ଯାତନା, ଉଦ୍ଧାର ପାଇଁ ସମ୍ପର୍କୀୟଙ୍କ ନିବେଦନ - ଦାଦନ ଶ୍ରମିକଙ୍କୁ ନିର୍ଯାତନା
🎬 Watch Now: Feature Video

ଭବାନୀପାଟଣା: ହାଇଦ୍ରାବାଦରେ ନିର୍ଯାତନାରେ ଦିନ କାଟୁଛନ୍ତି ଦାଦନ ଶ୍ରମିକ । କେତେବେଳେ ଦାଦନ ଶ୍ରମିକଙ୍କ ହାତ କଟା ଘଟଣା ତ ଆଉ କେତେବେଳେ ଦାଦନ ଶ୍ରମିକଙ୍କ ମୃତଦେହ ଫେରିବା ଘଟଣା ମନରୁ ନଲିଭୁଣୁ ପୁଣି ଦାଦନ ଶ୍ରମିକମାନଙ୍କୁ ରାଜ୍ୟ ବାହାରର ଇଟାଭାଟି ମାଲିକ ନିର୍ଯାତନା ଦେବା ଅଭିଯୋଗ । ଏମିତି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳରୁ ।