thumbnail

Jawad Warning: ହାଇଆଲର୍ଟରେ ଅଗ୍ନିଶମ ବାହିନୀ, ନରାଜରେ ପହଞ୍ଚିଲେ 25ଟି ଟିମ

By

Published : Dec 3, 2021, 10:01 AM IST

କଟକ: ବାତ୍ୟା ଜୱାଦ(Cyclone Jawad Warning) ମୁକାବିଲା ନେଇ ଅଗ୍ନିଶମ ବିଭାଗକୁ ହାଇଆଲର୍ଟ ଜାରି । ଉପକୂଳବର୍ତ୍ତୀ 10 ଟି ଜିଲ୍ଲାରେ ଥିବା ସମସ୍ତ ଦମକଳ କେନ୍ଦ୍ରକୁ ହାଇଆଲର୍ଟ ଜାରି କରାଯାଇଛି । ଏଥିସହ ପଶ୍ଚିମ ଓଡ଼ିଶାରେ ବାତ୍ୟାର ପ୍ରଭାବ ଅପେକ୍ଷାକୃତ କମ ଥିବାରୁ ସେହିସବୁ ଜିଲ୍ଲାଗୁଡ଼ିକରୁ ଉପକୂଳବର୍ତ୍ତୀ ଜିଲ୍ଳା ଗୁଡ଼ିକୁ ଟିମ ସ୍ଥାନାନ୍ତରିତ କରାଯାଇଛି । ଏହି କ୍ରମରେ ସମ୍ବଲପୁର ଜୋନରେ ଥିବା ଅତିରିକ୍ତ 25ଟି ଟିମକୁ କଟକ ନରାଜ ଠାରେ ଥିବା ଟ୍ରେନିଂ ସେଣ୍ଟରକୁ ଡକାଯାଇଛି । ଏହି ଟିମଗୁଡ଼ିକ ନରାଜରେ ପହଁଚିବା ଆରମ୍ଭ କରିଛନ୍ତି । ସେପଟେ ନରାଜରେ 45ଟି ଓ ଭୁବନେଶ୍ବରରେ 2ଟି ଅଗ୍ନିଶମ ବିଭାଗର ମୋଟ 47ଟି ଟିମକୁ ସଜାଗ ରଖାଯାଇଛି । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.