ଜାନୁଆରୀ ମାସ ଶେଷ ସୁଦ୍ଧା ଆସିବ କୋଭିଡ଼ ଟିକା: ସ୍ବାସ୍ଥ୍ୟମନ୍ତ୍ରୀ - ଜାନୁଆରୀରେ ମିଳିବ କୋରୋନା ଟିକା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10118514-thumbnail-3x2-naba.jpg)
ଝାରସୁଗୁଡ଼ା: ଜାନୁଆରୀ ମାସ ଶେଷ ସୁଦ୍ଧା ରାଜ୍ୟରେ କୋଭିଡ଼ ଟିକା ଉପଲବ୍ଧ ହେବ ବୋଲି ସୋମବାର ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଟିକାକରଣ କରାଯିବ ବୋଲି ଜିଲ୍ଲାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି । ଟିକାକରଣର ପ୍ରଥମ ପର୍ଯ୍ୟାୟରେ କୋଭିଡ଼ ଯୋଦ୍ଧାଙ୍କୁ ଟିକା ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସରକାର ଜାରି କରୁଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍ ପ୍ରୋଟୋକଲ ଅନୁଯାୟୀ ଡାକ୍ତରଙ୍କ ସମେତ ଫ୍ରଣ୍ଟଲାଇନ ସ୍ବାସ୍ଥ୍ୟ କର୍ମୀ, କୋଭିଡ ଯୋଦ୍ଧାମାନେ ରାଜ୍ୟରେ ପ୍ରଥମେ ଟୀକାକରଣର ସୁବିଧା ପାଇବେ । ଦ୍ବିତୀୟ ପର୍ଯ୍ୟାୟରେ ବୃଦ୍ଧବୃଦ୍ଧାଙ୍କୁ ଟିକା ଦିଆଯିବ ଏବଂ ଅନ୍ୟମାନେ ପରେ କୋଭିଡ ଟୀକା ମାଗଣାରେ ପାଇବେ ।