କୋରୋନା କଟକଣା: ଗ୍ରାହକ ଅପେକ୍ଷାରେ ଦୁଆରୀ ମଉସାଙ୍କ ରିକ୍ସା - Duari Mallick of Jagatsinghpur
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-8242171-thumbnail-3x2-rikshaw.jpg)
ଜଗତସିଂହପୁର: ଅଦୃଶ୍ୟ ମହାମାରୀ କୋରୋନା ଦେଇଛି ଅସହ୍ୟ ଦୁଃଖ । ଲକଡାଉନରେ ପ୍ରଭାବିତ ହୋଇଛି ଜୀବନ ଜୀବିକା, ବାଜିରେ ଲାଗିଛି ବେଉସା । ରିକ୍ସା ଚଳାଇ ଯାହା ଯାହା କିଛି ଟଙ୍କା ରୋଜଗାର ହୁଏ ସେଥିରେ ଚଳେ ଦୁଆରୀ ମଉସାଙ୍କ ଚାରି ପ୍ରାଣୀ କୁଟୁମ୍ବ । ଜଗତସିଂହପୁର ସହର ଉପକଣ୍ଠ ପାଟଣୀ ଗାଁ ର 75 ବର୍ଷୀୟ ରିକ୍ସା ଚାଳକ ଦୁଆରୀ ମଲ୍ଲିକ । ପରିବାର ପ୍ରତିପୋଷଣ ପାଇଁ ପରିଣତ ବୟସରେ କରିବାକୁ ପଡୁଛି ସଂଘର୍ଷ । କୋରୋନା କିପରି ତାଙ୍କର ବେଉସା ବୁଡାଇ ଦେଇଛି ସେ ସମ୍ପର୍କରେ କୋହ ଭରା କଣ୍ଠରେ କ୍ୟାମେରା ଆଗରେ କହିଛନ୍ତି ।