ବିଜୟୀ ହକି ଖେଳାଳିଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଜଣାଇଲେ ଶୁଭେଚ୍ଛା

By

Published : Aug 5, 2021, 3:59 PM IST

thumbnail
ଭୁବନେଶ୍ବର: ଟୋକିଓ ଅଲମ୍ପିକ୍ସରେ ଐତିହାସିକ ବିଜୟ ଲାଭ କରିଛି ଭାରତ । ଭାରତୀୟ ପୁରୁଷ ହକି ଟିମ୍ ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ହାତେଇଛି । ଦେଶକୁ ବିଜୟ ଦେବାରେ ସାମିଲ ଅଛନ୍ତି ଦୁଇ ଓଡିଆ ହକି ଖେଳାଳି ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ଖେଳାଳିଙ୍କ ପରିବାର ଲୋକଙ୍କ ସହ ଭିସି ଯୋଗେ କଥାବାର୍ତ୍ତା ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଦୁଇ ଓଡିଆ ଖେଳାଳିଙ୍କ ପାଇଁ ଖୁସି ବ୍ୟକ୍ତ କରିବା ସହ ତାଙ୍କ ପରିବାରକୁ ଅଭିନନ୍ଦନ ଜଣାଛନ୍ତି । ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.