କୋରୋନା ସତର୍କତା: ମାର୍ଚ୍ଚ 31 ଯାଏଁ କଟକଣା, ରାଜ୍ୟ ବିପର୍ଯ୍ୟୟ ଘୋଷଣା
ଭୁବନେଶ୍ବର: କୋରୋନା ଭୟରେ ଭୟଭୀତ ସାରା ବିଶ୍ବ । ମୁକାବିଲା ପାଇଁ ସବୁଠି ଉଦ୍ୟମ ଜାରି । କେଉଁଠି କଟକଣା ତ କେଉଁଠି ସତର୍କତା । ଏହାସହ ମହାମାରୀ କୋରୋନା ବଢିବାରେ ଲାଗିଛି । କୋଭିଡ-19ର ମୁକାବିଲା ପାଇଁ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତିକୁ ବ୍ୟାପକ କରିଛନ୍ତି । ଶୁକ୍ରବାର ବସିଥିବା କ୍ୟାବିନେଟ ବୈଠକରେ ବିପର୍ଯ୍ୟୟ ପ୍ରଶମନ ଆଇନ 2005 ଅନୁସାରେ କୋରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟକୁ କୋରୋନା କବଳରୁ ସୁରକ୍ଷିତ ରଖିବା ପାଇଁ ସ୍କୁଲ, କଲେଜ, ଜିମ, ସୁଇମିଂ ପୁଲକୁ ମାର୍ଚ୍ଚ ଶେଷ ଯାଏଁ ବନ୍ଦ ରଖାଯିବ । ଏହାସହ ଆବଶ୍ୟକୀୟ ଔଷଧ, ମାସ୍କ, ସରଞ୍ଜାମ ମହଜୁଦ ରଖିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।