ଶେଷ ହେଲା ବିଜେଡି ବିଧାୟକ ଦଳ ବୈଠକ - 10ଟି ବିଲ ଉପସ୍ଥାପିତ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9598337-thumbnail-3x2-bjd.jpg)
ଭୁବନେଶ୍ବର: ବିଜେଡି ବିଧାୟକ ଦଳ ବୈଠକ ଶେଷ । ସରକାରଙ୍କ ପକ୍ଷରୁ 10ଟି ବିଲ ଉପସ୍ଥାପିତ ହେବ । ଏହା ଭିତରୁ ତିନୋଟି ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ସେ ସଂକ୍ରାନ୍ତୀୟ ବିଲ ଅଣାଯିବା ନେଇ ଆଲୋଚନା ହୋଇଛି । ସେହିପରି ବିରୋଧୀ ଦଳ ପକ୍ଷରୁ ଯାହା ପ୍ରସଙ୍ଗ ଉଠାଯିବ, ତାହାକୁ ଆଲୋଚନା କରାଯିବ ବୋଲି ମଧ୍ୟ ଆଲୋଚନାରେ ନିଷ୍ପତି ହୋଇଛି। ସେପଟେ ଦଳର ସମସ୍ତ ବିଧାୟକ ମାନେ ଗୃହରେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଭାଗ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।