ବମ ବରାଡ଼ ବାଳୁଙ୍କେଶ୍ୱର ବାବାଙ୍କ ଦେବ ନିମନ୍ତ୍ରଣ ଅନୁଷ୍ଠିତ - ବମ ବରାଡ଼ ବାଲୁଙ୍କେସ୍ୱର ବାବା

🎬 Watch Now: Feature Video

thumbnail

By

Published : May 25, 2020, 12:33 AM IST

ସମ୍ବଲପୁର: ବମ ବରାଡ଼ ବାଳୁଙ୍କେଶ୍ୱର ବାବାଙ୍କ ନରସିଂହ ନିୟୋତା ବା ଦେବ ନିମନ୍ତ୍ରଣ ଅନୁଷ୍ଠିତ ହୋଇଯାଇଛି । ଶନିବାର ପତରପେଣ୍ଡି ଅନୁଷ୍ଠିତ ହୋଇଥିବା ବେଳେ ରବିବାର ଅତି ନିରାଡ଼ମ୍ବର ଭାବେ ବାବାଙ୍କ ଦେବ ନିମନ୍ତ୍ରଣ ସମାପନ ହୋଇଛି । ରବିବାର ସନ୍ଧ୍ୟାରେ ଭଗବାନ ନରସିଂହଙ୍କ ପାରମ୍ପରିକ ପୂଜାର୍ଚ୍ଚନା ଓ ରୀତିନୀତି ପରେ ଭଗବାନ ନରସିଂହ ଦେବଦମ୍ପତ୍ତିଙ୍କ ବିବାହର ନିମନ୍ତ୍ରଣ ପାଇଁ ମନ୍ଦିରରୁ ବାହାରିଥିଲେ। ଏହା ପରେ ସହର ଭିତରେ ଥିବା 85 ଟି ଦେବାଦେବୀଙ୍କ ମନ୍ଦିରରେ ପ୍ରଭୁ ନରସିଂହ ପକ୍ଷରୁ ଗୁଆ, ହଳଦୀ ସହ ଫଳ ଦେଇ ନିମନ୍ତ୍ରଣ କରାଯାଇଛି । ଆସନ୍ତା 27 ତାରିଖ ରାତ୍ରିରେ ହେବ ଦେବ ଦମ୍ପତ୍ତିଙ୍କ ବିବାହ । ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.