ETV Bharat / entertainment

ବକ୍ସ ଅଫିସରେ ପଇସା ଛାଣୁଛି 'ଛାବା', କମାଇଲାଣି ଏତେ କୋଟି - CHHAAVA BOX OFFICE COLLECTION

'ଛାବା' ଫିଲ୍ମ ସହ ବିକି କୌଶଲ ବକ୍ସ ଅଫିସରେ ରାଜ କରୁଛନ୍ତି ଏବଂ ବର୍ତ୍ତମାନ ଫିଲ୍ମଟି ଘରୋଇ ବକ୍ସ ଅଫିସରେ 300 କୋଟି ଟଙ୍କା ପାର୍ କରିଛି ।

chhaava box office collection
chhaava box office collection (film poster)
author img

By ETV Bharat Entertainment Team

Published : Feb 24, 2025, 1:15 PM IST

ହାଇଦ୍ରାବାଦ: ବିକି କୌଶଲଙ୍କ ଅଭିନୀତ ଐତିହାସିକ ଡ୍ରାମା ଫିଲ୍ମ 'ଛାବା' ବକ୍ସ ଅଫିସରେ ଏହାର ୧୦ ଦିନ ପୂରଣ କରିଛି । ଫେବୃଆରୀ ୧୪ ତାରିଖରେ ମୁକ୍ତିଲାଭ କରିଥିବା 'ଛାବା' ଚଳଚ୍ଚିତ୍ରଟି ପ୍ରଥମ ଦିନରୁ ହିଁ ବକ୍ସ ଅଫିସରେ ରାଜ କରୁଛି । ଫିଲ୍ମ ପାଇଁ ଦିନକୁ ଦିନ ଲୋକପ୍ରିୟତା ବଢିବାରେ ଲାଗିଛି । ଏଥିସହ ଫିଲ୍ମର ରୋଜଗାର ମଧ୍ୟ ବଢୁଛି । ଏହିପରି ଫିଲ୍ମ ଘରୋଇ ବକ୍ସ ଅଫିସରେ 300 କୋଟି ଟଙ୍କା ପାର୍ କରି ସଫଳତା ହାତେଇଛି ।

'ଛାବା' ବକ୍ସ ଅଫିସ କଲେକ୍ସନ

ସାକନିକଙ୍କ ଅନୁଯାୟୀ, ବିକି କୌଶଲଙ୍କ ଫିଲ୍ମ 'ଛାବା' ଏହାର ଦ୍ୱିତୀୟ ରବିବାର ଅର୍ଥାତ୍ ୧୦ମ ଦିନରେ ୪୦ କୋଟି ଟଙ୍କା (ଆନୁମାନିକ) ବ୍ୟବସାୟ କରିଛି । ଏହା ସହିତ, ଫିଲ୍ମର ମୋଟ ଘରୋଇ ବକ୍ସ ଅଫିସରେ 300 କୋଟି ଟଙ୍କା ପାର୍ କରିଛି ଏବଂ 326.75 କୋଟି ଟଙ୍କା ରୋଜଗାର କରିଛି । ଛାବା ସାରା ବିଶ୍ୱରେ ମଧ୍ୟ ୩୦୦ କୋଟି ଟଙ୍କା ବ୍ୟବସାୟ କରିସାରିଛି ଏବଂ ଫିଲ୍ମଟି ଏବେ ୪୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଏହି ସମୟରେ, ଛାବା ଭାରତରେ 300 କୋଟି ଟଙ୍କା ପାର୍ କରିଥିବା ବିକିଙ୍କ କ୍ୟାରିଅରର ପ୍ରଥମ ଫିଲ୍ମ ପାଲଟିଛି ।

  • ପ୍ରଥମ ଦିନ- 31 କୋଟି
  • ଦ୍ୱିତୀୟ ଦିନ- 37 କୋଟି
  • ତୃତୀୟ ଦିନ- 48.5 କଟି
  • ଚତୁର୍ଥ ଦିନ- 24 କୋଟି
  • ପଞ୍ଚମ ଦିନ- 25.25 କୋଟି
  • ଷଷ୍ଠ ଦିନ- 32 କୋଟି
  • ସପ୍ତମ ଦିନ- 21.5 କୋଟି
  • ଅଷ୍ଟମ ଦିନ- 23.5 କୋଟି
  • ନବମ ଦିନ- 44 କୋଟି
  • ଦଶମ ଦିନ- 40 କୋଟି

ମୋଟ କଲେକ୍ସନ 326.75 କୋଟି

ଏହା ମଧ୍ୟ ପଢନ୍ତୁ: ବିକିଙ୍କ ପରେ ଏହି ସାଉଥ ତାରକା ଦେଖାଇବେ ଛତ୍ରପତି ଶିବାଜୀଙ୍କ କାହାଣୀ, ଫିଲ୍ମର ପ୍ରଥମ ପୋଷ୍ଟର ଆଉଟ୍

'ଛାବା' ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ରରେ ବିକି କୌଶଲ ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କ ଜ୍ୟେଷ୍ଠପୁତ୍ର ଛତ୍ରପତି ସମ୍ୱାଜୀ ମହାରାଜ ଭୂମିକାରେ ନଜର ଆସିଛନ୍ତି । ତାଙ୍କ ପତ୍ନୀ ୟଶୁଭାଇ ଭୂମିକାରେ ଅଭିନୟ କରିଛନ୍ତି ରଶ୍ମିକା । ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ଛାବା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ନିର୍ଦ୍ଦେଶକଙ୍କ ସହ ଏହା ବିକିଙ୍କ ଦ୍ୱିତୀୟ ଫିଲ୍ମ ହୋଇଥିବା ବେଳେ ଉଭୟଙ୍କ ସହ ରଶ୍ମିକାଙ୍କ ଏହା ପ୍ରଥମ ଫିଲ୍ମ । ଏହି ଚଳଚ୍ଚିତ୍ରରେ ଔରଙ୍ଗଜେବଙ୍କ ଭୂମିକାରେ ଅକ୍ଷୟ ଖନ୍ନା ନଜର ଆସିଛନ୍ତି । ଏହା ବ୍ୟତୀତ ଆଶୁତୋଷ ରାଣା, ବିନୀତ କୁମାର ସିଂହ, ଦିବ୍ୟା ଦତ୍ତା ଏବଂ ଡାଏନା ପେଣ୍ଟି ଭଳି କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.