ନୂଆଦିଲ୍ଲୀ: ପାକିସ୍ତାନ ଏବଂ ୟୁଏଇରେ ଆଇସିସି ଚାମ୍ପିଅନ୍ସ ଟ୍ରଫି 2025 ଆରମ୍ଭ ହୋଇସାରିଛି । 1996 ପରଠାରୁ ପ୍ରଥମ ଥର ପାଇଁ ପାକିସ୍ତାନ ଏକ ଆଇସିସି ଇଭେଣ୍ଟ ଆୟୋଜନ କରୁଛି । ପାକିସ୍ତାନୀ ପ୍ରଶଂସକଙ୍କ ଆଶା ଥିଲା, ଏହି ମେଗା ଆଇସିସି ଇଭେଣ୍ଟରେ ସେମାନଙ୍କ ଦଳ ଭଲ ପ୍ରଦର୍ଶନ କରିବ କିନ୍ତୁ ପାକିସ୍ତାନକୁ ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତଠୁ ପରାଜୟର ସାମ୍ନା କରିବାକୁ ପଡିଛି । ତଥାପି ଆୟୋଜକ ଦଳ ପାକିସ୍ତାନ ପାଖରେ ରହିଛି ସୁଯୋଗ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିପାରିବେ ।
India win the match by six wickets.#PAKvIND | #ChampionsTrophy pic.twitter.com/woTMIH4M8n
— Pakistan Cricket (@TheRealPCB) February 23, 2025
ମହମ୍ମଦ ରିଜୱାନଙ୍କ ନେତୃତ୍ୱରେ ପାକିସ୍ତାନ ଦଳ ବର୍ତ୍ତମାନ ସେମିଫାଇନାଲରେ ପ୍ରବେଶ କରିବାକୁ ଗ୍ରୁପ୍ ଏର ଅବଶିଷ୍ଟ ତିନିଟି ମ୍ୟାଚ୍ ଫଳାଫଳ ଉପରେ ନିର୍ଭରଶୀଳ । ଚାମ୍ପିଅନ୍ସ ଟ୍ରଫି 2025ରେ କ୍ରମାଗତ 2 ପରାଜୟ ସତ୍ତ୍ୱେ ବି ପାକିସ୍ତାନ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିପାରିବ ।
ଚାମ୍ପିଅନ୍ସ ଟ୍ରଫି 2025 ସେମିଫାଇନାଲ ରେସ୍ ପାଇଁ ପାକିସ୍ତାନ ସମୀକରଣ-
ସର୍ବପ୍ରଥମେ, 24 ଫେବୃଆରୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ରେ ବାଂଲାଦେଶ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିବ । ଏହା ପରେ, ଏହାର ନେଟ୍ ରନ୍ ହାରରେ ଉନ୍ନତି ଆଣିବା ପାଇଁ ପାକିସ୍ତାନକୁ 27 ଫେବୃଆରୀରେ ବାଂଲାଦେଶକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିବାକୁ ପଡିବ । ତେବେ ପାକିସ୍ତାନୀ ପ୍ରଶଂସକମାନେ ଆଶା କରିବେ ଯେ ମାର୍ଚ୍ଚ 2 ରେ ଭାରତୀୟ ଦଳ, ନ୍ୟୁଜିଲ୍ୟାଣ୍ଡ ଟିମକୁ ସହଜରେ ପରାସ୍ତ କରିବ । ଯାହାଫଳରେ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ମାତ୍ର 2 ପଏଣ୍ଟ ସ୍କୋର କରିପାରିବ ଏବଂ ଉନ୍ନତ ରନ୍ ହାର ଆଧାରରେ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି 2025 ର ସେମିଫାଇନାଲରେ ପ୍ରବେଶ କରିପାରିବ ।
Can New Zealand punch their ticket into the #ChampionsTrophy semi-finals or will Bangladesh keep their campaign alive? 🤔
— ICC (@ICC) February 24, 2025
How to watch 👉 https://t.co/S0poKnwS4p pic.twitter.com/nWAx8CKFF3
ପାକିସ୍ତାନ କିପରି ସେମିଫାଇନାଲ ଟିକେଟ୍ ପାଇବ -
- 24 ଫେବୃଆରୀ: ନ୍ୟୁଜିଲ୍ୟାଣ୍ଡ ବନାମ ବାଂଲାଦେଶ - ବାଂଲାଦେଶ ବିଜୟ
- 27 ଫେବୃଆରୀ: ପାକିସ୍ତାନ ବନାମ ବାଂଲାଦେଶ - ପାକିସ୍ତାନ ଏକ ବୃହତ ବ୍ୟବଧାନରେ ବିଜୟ
- ମାର୍ଚ୍ଚ ୨ : ଭାରତ ବନାମ ନ୍ୟୁଜିଲାଣ୍ଡ - ଭାରତର ବିଜୟ
ବାଂଲାଦେଶର ପରାଜୟ ହେଲେ ଭାଙ୍ଗିବ ସ୍ୱପ୍ନ-
ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ପାକିସ୍ତାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ନ୍ୟୁଜିଲ୍ୟାଣ୍ଡ ଆଜି ବାଂଲାଦେଶକୁ ପରାସ୍ତ କରେ ତେବେ ଉଭୟ ଆୟୋଜକ ପାକିସ୍ତାନ ଏବଂ ବାଂଲାଦେଶ ଟୁର୍ନାମେଣ୍ଟରୁ ବାଦ ପଡିବେ । ଏଥି ସହିତ, ଗ୍ରୁପ୍ ଏ ଠାରୁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ଚାମ୍ପିଅନ୍ସ ଟ୍ରଫି 2025 ର ସେମିଫାଇନାଲରେ ପ୍ରବେଶ କରିବେ ।
ଭାରତର ସେମିଫାଇନାଲ ଟିକେଟ୍ ପ୍ରାୟ ନିଶ୍ଚିତ ହୋଇଛି ଭାରତୀୟ କ୍ରିକେଟ୍ ଦଳ 4 ପଏଣ୍ଟ ସହ ଗ୍ରୁପ୍ ଏର ଶୀର୍ଷରେ ଅଛି ଏବଂ ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି । ମାର୍ଚ୍ଚ ୨ ରେ ଭାରତୀୟ ଦଳ ଦୁବାଇରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କର ଶେଷ ଗ୍ରୁପ୍ ମ୍ୟାଚ୍ ଖେଳିବ ।