ବଜେଟରୁ କଣ ଆଶା ରଖିଛନ୍ତି ବଲାଙ୍ଗୀରବାସୀ ?
🎬 Watch Now: Feature Video
ବଲାଙ୍ଗୀର: ଫେବୃଆରୀ ପହିଲାରେ ଦେଶର ସାଧାରଣ ବଜେଟ ସଂସଦରେ ଉପସ୍ଥାପିତ ହେବ । ତେବେ ଏହାକୁ ନେଇ ଅନେକ ଆଶା ଥିବା ବେଳେ ବଲାଙ୍ଗୀର ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାବାସୀ ମଧ୍ୟ ଅନେକ ଆଶା ରଖିଛନ୍ତି। ଜିଲ୍ଲାର ଅନେକ ଆଦିବାସୀ ଅଞ୍ଚଳ ଏଯାଏଁ ପିଇବା ପାଣି, ବିଜୁଳି ରାସ୍ତା ଓ ଶିକ୍ଷା ତଥା ସ୍ୱାସ୍ଥ୍ୟ ବ୍ୟବସ୍ଥାରୁ ବଞ୍ଚିତ । ସେହିପରି ମନେରେଗାରୁ ମିଳୁଥିବା ମଜୁରୀ ଯଥେଷ୍ଟ ନୁହେଁ ବୋଲି ଜିଲ୍ଲାର ଶ୍ରମିକ କହିଥିବା ବେଳେ ଦୈନିକ 200 ଟଙ୍କା ବଦଳରେ 400 ଟଙ୍କା କରିବାକୁ ଆଶା ରଖିଛନ୍ତି। ସେହିପରି ଆଦିବାସୀ ଛାତ୍ରଛାତ୍ରୀ ଅନଲାଇନ ପାଠ ପଢା ରୁ ବଞ୍ଚିତ ହେଉଥିବାରୁ ସେମାନଙ୍କୁ ମୋବାଇଲ ଓ ଲାପଟପ ଦେବାର ଏହି ବଜେଟରେ ସରକାର ପ୍ରବାଧାନ କରିବା ସହ ମହିଳା ସଶକ୍ତି କରଣ ପାଇଁ ଆଦିବାସୀ ମହିଳା ଓ ଏସଏଚଜିଙ୍କୁ ଅଧିକ ଋଣ ବ୍ୟବସ୍ଥା ହେବ ବୋଲି ଜିଲ୍ଲାବାସୀ ଆଶା କରିଛନ୍ତି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ