ବର୍ଷାନୁଭବ ବିବାଦ: ବିଜେଡି ନେତା କହିଲେ ନବୀନଙ୍କଠୁ କିଛି ଶିଖିଲେନି ଅନୁଭବ
🎬 Watch Now: Feature Video
ଭୁବନେଶ୍ବର: ବିଜେଡି ରାଜ୍ୟ ପରିଷଦ ବୈଠକରେ କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି ଅନୁପସ୍ଥିତ । ଏହି ବୈଠକରେ ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ଅନୁଭବଙ୍କ ଅନୁପସ୍ଥତି ଚର୍ଚ୍ଚାର ବିଷୟ ପାଲିଟିଛି । ପାରିବାରିକ ବିବାଦ ନା ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ ସେନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ । ଦେବାଶିଷ ସାମନ୍ତରାୟ କହିଛନ୍ତି, ସାରା ଭାରତରେ ନବୀନ ହେଉଛନ୍ତି ଉଦାହରଣ । ତାଙ୍କ ଉଚ୍ଚାରଣ ଓ ଆଚରଣ ସମସ୍ତଙ୍କୁ ପ୍ରଭାବିତ କରିଛି । ଯେଉଁ ବ୍ୟକ୍ତି ତାଙ୍କ ପାଖରୁ କିଛି ଶିକ୍ଷା କରିପାରୁନାହାଁନ୍ତି, ତାହା ଅତ୍ୟନ୍ତ ଦୁଃଖ ଦାୟକ ବୋଲି ସେ କହିଛନ୍ତି । ଲୋକଲଜ୍ଜା ଠାରୁ ଦୂରରେ ରହିବା କଥା । ଯଦି ନ ରହିବ, କଣ କରି ହେବ । ମୁଖ୍ୟମନ୍ତ୍ରୀ ଆମ ଆଦର୍ଶ ବୋଲି ଦେବାଶିଷ ନିଜ ବୟାନରେ କହିଛନ୍ତି ।