କାର୍ଯ୍ୟାଦେଶ ଦେଇ ଠକିଦେଲା ପ୍ରଶାସନ, ଜିଲ୍ଲାପାଳଙ୍କୁ ଗୁହାରୀ - collectors-interference-for-home
🎬 Watch Now: Feature Video

କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ପଟଣା ଗ୍ରାମରେଦେଖିବାକୁ ମିଳିଛି ସରକାରୀ କାଗଜର ସାଙ୍ଘାତିକ ହେରଫେର । ଏହି ଗାଁର ୧୦ରୁ ଊର୍ଦ୍ଧ୍ବ ପରିବାରକୁ ଗତବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବା ପରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ପକ୍କାଘର ତିଆରି ଆଶାରେ ହିତାଧିକାରୀମାନେ ନିଜେ ରହୁଥିବା ବାସସ୍ଥଳୀକୁ ଭାଙ୍ଗି ଆରମ୍ଭ କରିଥିଲେ ନିର୍ମାଣ କାର୍ଯ୍ୟ । କିଛି ହିତାଧିକାରୀ ପ୍ରଥମ କିସ୍ତିର ଟଙ୍କା ମଧ୍ୟ ପାଇଥିଲେ । କିନ୍ତୁ କାମ ଆରମ୍ଭ ହେବାମାତ୍ରେ ପଡିଥିଲା ଚଡ଼କ । ଏହା ଦେବୋତ୍ତର ଜମି, ତେଣୁ ଟଙ୍କା ମିଳିବ ନାହିଁ ଏବଂ ଯାହା ଟଙ୍କା ନେଇଛ ତାକୁ ଫେରାଅ ବୋଲି କହିଥିଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ।